ଓଡିଶା

odisha

ETV Bharat / entertainment

କାନ୍ସ ୨୦୨୪; ପିଅର ଆଞ୍ଜେନିଅକ୍ସ ଏକ୍ସଲେନ୍ସ ଆୱାର୍ଡ ପାଇଲେ ସନ୍ତୋଷ ଶିବନ - Santosh Sivan In Cannes 2024 - SANTOSH SIVAN IN CANNES 2024

Santosh Sivan In Cannes 2024: ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସିନେମାଟୋଗ୍ରାଫିରେ ପିଅର ଆଞ୍ଜେନିଅକ୍ସ ଏକ୍ସଲେନ୍ସ ଆୱାର୍ଡରେ ସନ୍ତୋଷ ଶିବନଙ୍କୁ ସମ୍ମାନିତ କରାଯାଇଛି । ଏହି ପୁରସ୍କାର ପାଇଥିବା ଶିବନ ପ୍ରଥମ ଏସିୟାନ ହୋଇଛନ୍ତି । ଅଧିକ ପଢନ୍ତୁ

କାନ୍ସ ୨୦୨୪; ପିଅର ଆଞ୍ଜେନିଅକ୍ସ ଏକ୍ସଲେନ୍ସ ଆୱାର୍ଡ ପାଇଲେ ସନ୍ତୋଷ ଶିବନ
କାନ୍ସ ୨୦୨୪; ପିଅର ଆଞ୍ଜେନିଅକ୍ସ ଏକ୍ସଲେନ୍ସ ଆୱାର୍ଡ ପାଇଲେ ସନ୍ତୋଷ ଶିବନ (IANS, @sivan_santosh(Instagram))

By ETV Bharat Odisha Team

Published : May 26, 2024, 10:34 AM IST

ହାଇଦ୍ରାବାଦ:କାନ୍ସ ଫିଲ୍ମ ଫେଷ୍ଟିଭାଲ ୭୭ତମ ସଂସ୍କରଣ ମେ' ୧୪ରୁ ମେ' ୨୫ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅନେକ ଭାରତୀୟ ସେଲିବ୍ରିଟିଙ୍କୁ ସମ୍ମାନିତ କରାଯାଇଛି । ବର୍ତ୍ତମାନ ଏହି ତାଲିକାରେ ଜଣାଶୁଣା ଭାରତୀୟ ସିନେମାଟୋଗ୍ରାଫର ସନ୍ତୋଷ ଶିବନ ରହିଛନ୍ତି । ସନ୍ତୋଷ ଶିବନଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ସିନେମାଟୋଗ୍ରାଫିରେ ସମ୍ମାନଜନକ ପିଅର ଆଞ୍ଜେନିଅକ୍ସ ଏକ୍ସଲେନ୍ସ ପ୍ରଦାନ କରାଯାଇଛି । ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସନ୍ତୋଷ ଶିବନଙ୍କୁ ଏହି ପୁରସ୍କାରକୁ ପ୍ରଦାନ କରିଛନ୍ତି । ତେବେ ଏହି ଆୱାର୍ଡ ପାଇଥିବା ପ୍ରଥମ ଏସିୟାନ ହୋଇପାରିଛନ୍ତି ଶିବନ ।

ଖୁସିବ୍ୟକ୍ତ କଲେ ସନ୍ତୋଷ ଶିବନ

ପୁରସ୍କାର ଜିତିବା ପରେ ସନ୍ତୋଷ ଶିବନ ନିଜ ଖୁସି ବ୍ୟକ୍ତ କରିଛନ୍ତି । ସେ ନିଜ ହୋମ ଟାଉନ କେରଳକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ''ଏହା ମୋ ଜୀବନର ସବୁଠାରୁ ସୁନ୍ଦର ଦିନ । ଏହି ପୁରସ୍କାର ପାଇବା ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲଠାରୁ ଆଉ କୌଣସି ଭଲ ସ୍ଥାନ ହୋଇପାରିବ ନାହିଁ । ମୁଁ କେରଳର ଏବଂ ମୁଁ ଏଠାରୁ ଆମ ସଂସ୍କୃତିକୁ ଅତି ନିକଟରୁ ଜାଣିଛି । ମୁଁ ମାଲାୟାଲମ୍ ଇଣ୍ଡଷ୍ଟ୍ରିରୁ ବହୁତ କିଛି ଜିନିଷ ଶିଖିଲି, ଯାହା ବିନା ମୁଁ କେବେ ସିନେମାଟୋଗ୍ରାଫର ହୋଇପାରିନଥାନ୍ତି । ସେଠାରୁ ମୁଁ ତାମିଲ ସିନେମା ଏବଂ ହିନ୍ଦୀରୁ ହଲିଉଡକୁ ଚାଲିଗଲି । ଏହି ବୃତ୍ତି ବିଷୟରେ ଶ୍ରେଷ୍ଠ କଥା ହେଉଛି ଏହାର କୌଣସି ସୀମା ନାହିଁ ।''

ପ୍ରଥମ ଏସିଆନ ସିନେମାଟୋଗ୍ରାଫର ଭାବେ କାନ୍ସରେ ପୁରସ୍କୃତ

ସୂଚନା ଥାଉକି, ୨୦୧୩ରେ ଆରମ୍ଭ ହୋଇଥିବା 'ପିଅର ଆଞ୍ଜେନିଅକ୍ସ ଏକ୍ସଲେନ୍ସ' ଆୱାର୍ଡ ସିନେମାଟୋଗ୍ରାଫି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଏ । ଚଳିତ ଥର ଏହି ଆୱାର୍ଡ ପାଇ ସନ୍ତୋଷ ଶିବନ ବର୍ତ୍ତମାନ ଏଡୱାର୍ଡ ଲାଚମ୍ୟାନ୍, ଆଗ୍ନେସ୍ ଗୋଡାର୍ଡ, ବରୀ ଆକ୍ରୋଏଡ୍ ଏବଂ ରୋଜର ଡେକିନ୍ସଙ୍କ ପରି ପ୍ରସିଦ୍ଧ ସିନେମାଟୋଗ୍ରାଫର ତାଲିକାରେ ସାମିଲ ହୋଇଛନ୍ତି । ଏଥିସହ ସନ୍ତୋଷ ଏହି ଆୱାର୍ଡ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ।

ସନ୍ତୋଷ ଶିବନଙ୍କ କ୍ୟାରିଅର

ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII) ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସନ୍ତୋଷ ଶିବନ ୫୫ଟି ଫିଚର ଫିଲ୍ମ ଏବଂ ୫୦ଟି ଡକ୍ୟୁମେଣ୍ଟାରୀ ନିର୍ମାଣ କରିଛନ୍ତି । ସେ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ମଣି ରତ୍ନମଙ୍କ ଫିଲ୍ମ 'ଦିଲ ସେ' ସହ ତାଙ୍କ କ୍ୟାରିଅର ଏକ ଭିନ୍ନ ମୋଡ଼ ନେଇଥିଲା । ଏହି ଚଳଚ୍ଚିତ୍ରରେ ପ୍ରୀତି ଜିଣ୍ଟା, ମନୀଷା କୋରେଲା ଏବଂ ଶାହାରୁଖ ଖାନ ମୁଖ୍ୟ ଭୂମିକାରେ ଥିଲେ । ତେବେ ବର୍ତ୍ତମାନ ସେ ପୁଣି ପ୍ରୀତି ଜିଣ୍ଟାଙ୍କ ସହ ରାଜକୁମାର ସନ୍ତୋଷୀଙ୍କ ଆଗାମୀ ଫିଲ୍ମ 'ଲାହୋର ୧୯୪୭'ରେ ସନ୍ତୋଷ ଏକାଠି କାମ କରିବେ । ଏହି ଚଳଚ୍ଚିତ୍ରରେ ସନ୍ନି ଦେଓଲ ମୁଖ୍ୟ ଭୂମିକାରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:୧୭ ବର୍ଷ ପରେ କାନ୍ସରେ ପ୍ରୀତି ଜିଣ୍ଟାଙ୍କ ଜଲୱା, ଅଦିତି ରାଓ ବି ଲଗାଇଲେ ଗ୍ଲାମର ତଡକା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details