ହାଇଦ୍ରାବାଦ:ଚଳଚ୍ଚିତ୍ର ଏବଂ ଟେଲିଭିଜନ କ୍ଷେତ୍ରରେ ଦିଆଯାଉଥିବା ଆୱାର୍ଡ 'ଗୋଲ୍ଡେନ ଗ୍ଲୋବ ଆୱାର୍ଡ 2025' ନାମାଙ୍କନ ଘୋଷଣା କରାଯାଇଛି। ଏହି ପୁରସ୍କାରରେ ଭାରତୀୟ ନିର୍ଦ୍ଦେଶକ ପାୟଲ କପାଡିଆଙ୍କ ଫିଲ୍ମର ଜଲୱା ଦେଖିବାକୁ ମିଳିଛି । ତାଙ୍କ ଫିଲ୍ମ 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ମଧ୍ୟ ସ୍ଥାନ ପାଇଛି। ଚଳଚ୍ଚିତ୍ରଟି ଗୋଟିଏ ନୁହେଁ ଦୁଇଟି ଶ୍ରେଣୀରେ ସ୍ଥାନ ଦିଆଯାଇଛି । ଏହାପୂର୍ବରୁ ପାୟଲଙ୍କ ଫିଲ୍ମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନିଜର ଦମଦାର ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଥିଲା ।
ଏହି ଦୁଇଟି ବର୍ଗରେ ଫିଲ୍ମ ମନୋନୀତ
ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ମୋସନ୍ ପିକ୍ଚର୍ସ (ଅଣ-ଇଂରାଜୀ ଭାଷା) ବର୍ଗରେ ସ୍ଥାନ ପାଇଛି । ପାୟଲ କାପାଡିଆ ଏବଂ ତାଙ୍କ ଚଳଚ୍ଚିତ୍ର ପାଇଁ ଏହା ଏକ ବଡ଼ ସଫଳତା । କେବଳ ଏତିକି ନୁହେଁ ପାୟଲ ନିଜେ ମଧ୍ୟ ମନୋନୀତ ହୋଇଛନ୍ତି । ପ୍ରଥମ ଥର ପାଇଁ ଗୋଲ୍ଡେନ ଗ୍ଲୋବ ପୁରସ୍କାରରେ ଜଣେ ଭାରତୀୟ ନିର୍ଦ୍ଦେଶକ ଶ୍ରେଷ୍ଠ ନିର୍ଦ୍ଦେଶକ ବର୍ଗରେ ମନୋନୀତ ହୋଇଛନ୍ତି। ଏହି ଖବର ଆସିବା ପରେ ପାୟଲ ଖୁସିରେ ଝୁମିଥିବା ବେଳେ ଫ୍ୟାନ୍ସଙ୍କ ମଧ୍ୟରେ ବି ଖୁସିର ଲହରୀ ଖେଳିଯାଇଛି ।
ଖୁସିରେ ଝୁମିଲେ ପାୟଲ
ଏହି ସଫଳତା ନେଇ ପାୟଲ କହିଛନ୍ତି, “ମୁଁ ଏହି ମନୋନୀତ ଦ୍ୱାରା ବହୁତ ସମ୍ମାନିତ ଅନୁଭବ କରୁଛି ଏବଂ ଏହି ସ୍ୱୀକୃତି ପାଇଁ HFPA ପାଇଁ ମୁଁ କୃତଜ୍ଞ । ଏହା ସମସ୍ତଙ୍କ ଉତ୍ସବ, ଯେଉଁମାନେ ଫିଲ୍ମରେ ଏତେ ପରିଶ୍ରମ କରିଥିଲେ । ଭାରତର ସମସ୍ତଙ୍କ ପାଇଁ, 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଆଲୋକ ପ୍ରେକ୍ଷାଳୟରେ ଅଛି । ଦୟାକରି ଏହାକୁ ଦେଖନ୍ତୁ ଏବଂ ଆମକୁ ସମର୍ଥନ କରନ୍ତୁ ।”