ହାଇଦ୍ରାବାଦ:ଏଥର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ଜଲୱା ଦେଖିବାକୁ ମିଳିଛି । ଭାରତ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିଛି । ଗତକାଲିର ଖେଳରେ ପୂର୍ବତନ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବାବେଳେ ଭାରତୀୟ ହକି ଟିମ ବ୍ରୋଞ୍ଜ ପଦକ ଜିତିଛି । ପୁରୁଷ ଜାଭେନିଲରେ ନୀରଜ ଚୋପ୍ରା ରୌପ୍ୟ ପଦକ ହାସଲ କରିଛନ୍ତି ।ସେହିପରି ସ୍ପେନକୁ ହରାଇ ବ୍ରୋଞ୍ଜ ମେଡାଲ ଜିତିଛି ଭାରତ । ସମଗ୍ର ଦେଶ ନୀରଜ ଚୋପ୍ରାଙ୍କୁ ହକି ଟିମ ଏବଂ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ ବଲିଉଡ ସେଲିବ୍ରିଟି ମାନେ ମଧ୍ୟ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
ବଲିଉଡ ସେଲିବ୍ରିଟିଙ୍କ ଶୁଭେଚ୍ଛା
ରୌପ୍ୟ ଜିତିବା ପାଇଁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇ ଅଭିନେତା ଆର ମାଧବନ୍ ଲେଖିଛନ୍ତି, ''କି ଚମତ୍କାର ମ୍ୟାଚ୍, ଅଲିମ୍ପିକ୍ ରେକର୍ଡ ପାଇଁ ଅର୍ଶଦ ନାଦିମଙ୍କୁ ଅଭିନନ୍ଦନ, ନୀରଜ ଚୋପ୍ରା, ଆପଣ ରୌପ୍ୟ ଜିତିଛନ୍ତି, ଆପଣଙ୍କୁ ଅଧିକ ଅଭିନନ୍ଦନ ।'' ସେହିପରି ଅଭିନେତା ବିକି କୌଶଲ ତାଙ୍କ ଇନଷ୍ଟା ଷ୍ଟୋରୀରେ ନୀରଜଙ୍କ ଛବି ସେୟାର କରିଛନ୍ତି ଏବଂ ଲେଖିଛନ୍ତି, ''ଏହି ସିଜର ସର୍ବୋତ୍ତମ ପ୍ରଦର୍ଶନ, ଆପଣ ଆମକୁ ସର୍ବଦା ଗର୍ବିତ କରିଆସୁଛନ୍ତି । ଅଭିନନ୍ଦନ ।''
ସନ୍ନି ଦେଓଲ ଏକ୍ସରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, ''ଭାରତୀୟ ହକି ଦଳ ତଥା ନୀରଜ ଚୋପ୍ରାଙ୍କ ପାଇଁ ଆମେ ଗର୍ବିତ । ଆପଣଙ୍କୁ କହିବାକୁ ଗଲେ ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ରୌପ୍ୟ ପଦକ ଜିତିଛନ୍ତି ଏବଂ ଟିମ୍ ଇଣ୍ଡିଆ ହକି ବ୍ରୋଞ୍ଜ ପଦକ ଜିତିଛନ୍ତି ।'' ସେହିପରି କରୀନା କପୁର ଖାନ, ସିଦ୍ଧାର୍ଥ ମଲହୋତ୍ରା, ଶିଳ୍ପା ଶେଟ୍ଟୀ, ଦୀପିକା ପାଦୁକୋନ, ରଣଭୀର ସିଂ ଏବଂ ବିକି କୌଶଲଙ୍କ ସମେତ ଅନେକ ତାରକା ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଏବଂ ରୌପ୍ୟ ପଦକ ଜିତିବା ନେଇ ଉଭୟ ଭାରତୀୟ ହକି ଟିମ ଏବଂ ନୀରଜଙ୍କୁ ଶୁଭକାମନା ଜଣାଇଛନ୍ତି ।