ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ତଥା ଗାୟିକା ପରିଣୀତି ଚୋପ୍ରା ଆଜି (22 ଅକ୍ଟୋବର) ତାଙ୍କର 36 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ପରିଣୀତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କ ଭଉଣୀ ପରିଣୀତିଙ୍କୁ ଶୁଭକାମନା ଜଣାଇଛନ୍ତି । ସେପଟେ ସ୍ୱାମୀ ରାଘବ ଚଢା ମଧ୍ୟ ଖାସ୍ ଅନ୍ଦାଜରେ ପରିଣୀତିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଉଭୟ ପରିଣୀତିଙ୍କୁ ଶୁଭକାମନା ଜଣାଇଛନ୍ତି ।
ରୋମାଣ୍ଟିକ ନୋଟ୍ ଲେଖିଲେ ରାଘବ ଚଢା
ସେହିପରି ରାଘବ ଚଢା ଇନଷ୍ଟାଗ୍ରାମରେ ତାଙ୍କ ଲେଡି ଲଭର ଅନେକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି ଏବଂ ଏହା ସହ ସେ ଏକ ଲମ୍ବା ରୋମାଣ୍ଟିକ ନୋଟ୍ ଲେଖିଛନ୍ତି । ସେ ଲେଖିଛନ୍ତି, ''ତୁମର ହସ, ତୁମର ସ୍ୱର, ତୁମର ସୌନ୍ଦର୍ଯ୍ୟ ବେଳେବେଳେ ମୋତେ ଆଶ୍ଚର୍ଯ୍ୟ କରେ ଯେ ଭଗବାନ କିପରି ଜଣେ ବ୍ୟକ୍ତିରେ ଏତେ ଯାଦୁ ଦେଇଛନ୍ତି । ଆଜି ତୁମର ଜନ୍ମଦିନରେ, ତୁମେ ଯେତେ ସୁନ୍ଦର ଏବଂ ବୁଦ୍ଧିମତାର ସହ ବଢୁଛ, ମୁଁ ଆଶା କରେ ତୁମର ସମସ୍ତ ସ୍ୱପ୍ନ ସାକାର ହେବ । ତୁମେ, ପାରୁ, ମୋର ସବୁଠାରୁ ମୂଲ୍ୟବାନ ଉପହାର । ତୁମ ଚେହେରାରେ ଯଥାସମ୍ଭବ ହସ ଆଣିବା ପାଇଁ ମୁଁ ସବୁକିଛି କରିବା ଜାରି ରଖିବି । ଜନ୍ମଦିନର ଶୁଭେଚ୍ଛା ମୋର ରାଜକୁମାରୀ ।'' ସେପଟେ ସ୍ୱାମୀଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପରିଣୀତି ଲେଖିଛନ୍ତି, "OMG.. ଏହି ମ୍ୟାନ ମୋ ପାଇଁ ଭଗବାନଙ୍କ ଗିପ୍ଟ" ।
ଏହା ମଧ୍ୟ ପଢନ୍ତୁ:ସାତଜନ୍ମର ସାଥୀ ହେଲେ ରାଘବ-ପରିଣୀତି, ସରିଲା ବିବାହ