ଓଡିଶା

odisha

ETV Bharat / entertainment

ଚା' ବିକି ପେଟ ପୋଷୁଛନ୍ତି ଅଭିନେତ୍ରୀ, ସହାୟତାର ହାତ ବଢାଇଲେ ହରିହର - SAGARBALA PATTNAIK SEELING TEA

ମଞ୍ଚ କଳାକାରରୁ ଚା'ବିକ୍ରେତା । ପରିବାର ପୋଷିବା ପାଇଁ ଚା' ବିକ୍ରି କରୁଛନ୍ତି ଅଭିନେତ୍ରୀ ସାଗର ବାଳା ଓରଫ ବାସନ୍ତୀ ଅପା । ସହାୟତାର ହାତ ବଢାଇଛନ୍ତି ଅଭିନେତା ହରିହର ମହାପାତ୍ର ।

harihar mahapatra helped actress sagarbala pattnaik
harihar mahapatra helped actress sagarbala pattnaik (ETV Bharat Odisha)

By ETV Bharat Entertainment Team

Published : Nov 25, 2024, 5:07 PM IST

ପାରାଦ୍ୱୀପ: 80 ଦଶକର ଅଭିନେତ୍ରୀ ସାଗର ବାଳା ଓରଫ ବାସନ୍ତୀ ଅପା, ମଞ୍ଚ କଳାକାରରୁ ଏବେ ଚା'ବିକ୍ରେତା । ସେ 500ରୁ ଊର୍ଦ୍ଧ୍ୱ ନାଟକରେ ଅଭିନୟ କରି ଲୋକପ୍ରିୟତା ସହ ପ୍ରଶଂସା ସାଉଁଟିଥିଲେ ହେଲେ ଭାଗ୍ୟର ବିଡ଼ମ୍ୱନା...ବନ୍ଦ ହୋଇଗଲା ନାଟକ ମଞ୍ଚ । ସେହି ଚର୍ଚ୍ଚିତ କଳାକାର ବାସନ୍ତୀ ଅପା ଆଜି ବୟସର ଅପରାହ୍ନରେ ଜଣେ ଚା' ଦୋକାନୀର ପରିଚୟ ନେଇ ବଞ୍ଚୁଛନ୍ତି । ଏବେ ତାଙ୍କୁ ସହଯୋଗରେ ହାତ ବଢାଇଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ହରିହର ମହାପାତ୍ର ।

ସୂଚନା ଥାଉକି, ବାସନ୍ତୀ ଅପାଙ୍କର ଏହି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଘଟଣା ପ୍ରଥମେ ‘ଇଟିଭି ଭାରତ’ରେ ପ୍ରସାରିତ ହୋଇଥିଲା । ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାସନ୍ତୀଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ ଭେଟି କଳାକାର ଭତ୍ତା ପ୍ରଦାନ କରିଥିଲେ ।

harihar mahapatra helped actress sagarbala pattnaik (ETV Bharat Odisha)

ସହାୟତାର ହାତ ବଢାଇଲେ ହରିହର ମହାପାତ୍ର

ଜଗତସିଂହପୁର ଜିଲ୍ଲା ଚାରି ପୋଲିଆ ମକରମପୁର ଗାଁରେ ସେ ଏକ ଛୋଟ କୁଡ଼ିଆ ଘରେ ରହୁଥିବା ବେଳେ ଚା'ବିକ୍ରି କରି ଚଳିଆସୁଛନ୍ତି । ପରିଣତ ବୟସରେ ପହଞ୍ଚିଲେ ସୁଦ୍ଧା ସେ ନିଜ କର୍ତ୍ତବ୍ୟରୁ ପଞ୍ଚଗୁଞ୍ଚା ଦେଇନାହାନ୍ତି । ନିଜ ସହ 5 ପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷୁଛନ୍ତି । ଏପରି ସମୟରେ ବାସନ୍ତୀ ଅପାଙ୍କ ବିଷୟରେ ଜାଣି ସହାୟତାର ହାତ ବଢ଼ାଇଛନ୍ତି ଅଭିନେତା ହରିହର ମହାପାତ୍ର । ହରିଭାଇ କମେଡି କ୍ଲବ ତରଫରୁ ବିଭିନ୍ନ ଦୁଗ୍ଧ କଳାକାରଙ୍କୁ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଆଜି ସେ ବାସନ୍ତୀ ଅପାଙ୍କ ନିକଟରେ ପହଞ୍ଚିଛନ୍ତି ।

harihar mahapatra helped actress sagarbala pattnaik (ETV Bharat Odisha)

ଅଭିନେତା ହରିହର ଓ ତାଙ୍କ ଟିମ ପହଂଚି ବାସନ୍ତୀଙ୍କୁ ଭେଟିବା ସହ ତାଙ୍କ ଭଲମନ୍ଦ କଥା ପଚାରି ବୁଝିଛନ୍ତି । ଏଥିସହ ଆସନ୍ତା ମାସଠୁ ୧୦୦୦ଟଙ୍କା ଲେଖାଏଁ ତାଙ୍କୁ ମାସିକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବର୍ତ୍ତମାନର ଅସହାୟ ସମୟରେ ହରିଭାଇଙ୍କ ଦ୍ୱାରା ଏହି ସହଯୋଗକୁ ନେଇ ଅତ୍ୟନ୍ତ ଖୁସିବ୍ୟକ୍ତି କରିଛନ୍ତି ବାସନ୍ତୀ ଅପା । ଅନ୍ୟପଟେ ହରିଭାଇ କମେଡି କ୍ଲବ ସବୁଦିନ ପାଇଁ ଏପରି କଳାକାର ମାନଙ୍କୁ ସହାୟତା ଯୋଗାଇବ ବୋଲି କହିଛନ୍ତି ଅଭିନେତା ହରିହର ମହାପାତ୍ର ।

harihar mahapatra helped actress sagarbala pattnaik (ETV Bharat Odisha)

୫୦୦ରୁ ଉର୍ଦ୍ଧ୍ୱ ନାଟକ କିରି ଲୋକପ୍ରିୟତା ହାସଲ କରିଛନ୍ତି ସାଗର ବାଳା

କହିରଖୁଛୁ କି, ପ୍ରାଚୀନ ଓଡ଼ିଶାର ପ୍ରସିଦ୍ଧ ରଙ୍ଗମଞ୍ଚ ଅନ୍ନପୂର୍ଣ୍ଣା ଥିଏଟର 'ଏ' ଗ୍ରୁପରେ ବହୁ ଚର୍ଚ୍ଚିତ ନାୟିକା ଭାବେ ଅଭିନୟ କରି ଲୋକଙ୍କ ମନ ଜିତିଛନ୍ତି । ବାସନ୍ତୀ ଅପା ୧୯୬୫ ମସିହାରୁ ଅନ୍ନପୂର୍ଣ୍ଣା ଥିଏଟରରେ ଅଭିନେତ୍ରୀ ଓ ପରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଥିଲେ । ପରେ ୧୯୭୩ ମସିହାରେ ସେ ବାସନ୍ତୀ ଅପା ଭାବେ ଚମତ୍କାର ଅଭିନୟ କରି ସାରା ଓଡ଼ିଶାରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କ ଜୀବନରେ ସେ ୫୦୦ରୁ ଉର୍ଦ୍ଧ୍ୱ ନାଟକରେ ଅଭିନୟ କରିଛନ୍ତି । ହେଲେ ଅନ୍ନପୂର୍ଣ୍ଣା ଥିଏଟର ବନ୍ଦ ହେବା ସାଙ୍ଗକୁ ସଡ଼କ ଦୁର୍ଘଟଣାରେ ଏକମାତ୍ର ପୁଅ ଦିବ୍ୟାଙ୍ଗ ହୋଇଯିବା ତାଙ୍କ ପାଇଁ ଯେପରି ବୋଝ ଉପରେ ନଳିତା ବିଡା ସଦୃଶ ଥିଲା । ଏପରି ସମୟରେ ବାସନ୍ତି ଅପାଙ୍କ ପାଖରେ ଆଉ କିଛି ବିକଳ୍ପ ନଥିଲା । ପୁଅ ବୋହୂ ଓ ଦୁଇ ନାତୁଣୀର ବୋଝକୁ ପରିଣତ ବୟସରେ ନିଜ ମୁଣ୍ଡକୁ ନେଇ ଗାଁ ଛକରେ ଚା' ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:କନ୍ଦାଇ ଦେଲା ଭାଗ୍ୟ, ଚା’ ବିକୁଛନ୍ତି 70 ଦଶକର ହିରୋଇନ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details