ଓଡିଶା

odisha

By ETV Bharat Odisha Team

Published : Apr 6, 2024, 7:37 AM IST

Updated : Apr 6, 2024, 12:01 PM IST

ETV Bharat / entertainment

ଫିଲ୍ମି ଫ୍ରାଇଡେରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁରା - Sindura

Sindura Release:ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁରା । ସାରା ଓଡିଶାର 15ଟି ପ୍ରେକ୍ଷାଳୟରେ ଫିଲ୍ମ ମୁକ୍ତିଲାଭ କରିଛି । ଅଧିକ ପଢନ୍ତୁ

Sindura Release
Sindura Release

Sindura Release

ଭୁବନେଶ୍ବର:ଫିଲ୍ମ ଫ୍ରାଇଡେରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁରା । ସାରା ଓଡିଶାର ୧୫ ପ୍ରେକ୍ଷାଳୟରେ ଫିଲ୍ମ ମୁକ୍ତିଲାଭ କରିଛି । ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନର ଦ୍ୱାରା ପ୍ରସ୍ତୁତ ତଥା ଦିଲ୍ଲୀପ ଦାଶ ନିବେଦିତ ଷଷ୍ଠ ଅବଦାନ ସିନ୍ଦୁରା ପ୍ରିମିଅର ଶୋ' ରେ ଓଲିଉଡ଼ର ସମସ୍ତ କଳାକାରଙ୍କ ସମେତ ଅନେକ ସମୀକ୍ଷକ ଏକାଠି ସିନ୍ଦୁରା ଦେଖିଥିଲେ । ସିନ୍ଦୁରାର କାହାଣୀ ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ବିରଞ୍ଚି ନାରାୟଣ ପଣ୍ଡା ।

ଚଳଚ୍ଚିତ୍ରର କାହାଣୀ ଚାଷରେ ବ୍ୟବହୃତ ହେଉଥିବା ପେଷ୍ଟିସାଇଡ୍‌ର ନକରାତ୍ମକ ପ୍ରଭାବ ଉପରେ ପର୍ଯ୍ୟବେସିତ ହୋଇଛି । ଯାହା ଆମ ଚାଷୀ ପରିବାରର କଥାବସ୍ତୁ ଉପରେ ଆଧାରିତ । ସମ୍ପୂର୍ଣ୍ଣ ନିଆରା ତଥା ମୌଳିକ ଚିନ୍ତାଧାରାକୁ ନେଇ ଚଳଚ୍ଚିତ୍ର ସିନ୍ଦୁରା । ତେବେ ଫିଲ୍ମରେ ଗୋଟିଏ ପଟେ ନାୟକ ୟୁଟ୍ୟୁବର ଆକାଶ ଗୋଲଡେନ ବଟନ୍ ହାସଲ କରିବାକୁ ସ୍ଵପ୍ନ ଦେଖୁଛନ୍ତି । ଅନ୍ୟପଟେ ନାୟିକା ଭୂମି ଚାଷରେ ପେଷ୍ଟିସାଇଡ୍‌ର ବା ସାର ବ୍ୟବହାର ବିରୋଧରେ ସଚେତନତାର ମଙ୍ଗ ଧରିଛନ୍ତି । ପେଷ୍ଟିସାଇଡ ବିରୋଧୀ ସଚେତନତା ଓ ଅଭିଷେକ-ସୁପ୍ରିୟାଙ୍କ ପ୍ରେମ କାହାଣୀ କିପରି ଏହି ଚଳଚ୍ଚିତ୍ରର କାହାଣୀର ଭାରସାମ୍ୟ ରକ୍ଷା କରିଛି, ତାହା ଏଥ‌ିରେ ଦେଖିବାକୁ ମିଳିଛି । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ବିଜୟ କୁମାର ଦାସ । କାର୍ଯ୍ୟକାରୀ ନିର୍ଦ୍ଦେଶନା ଏବଂ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ଜିତେନ୍ଦ୍ର ଜେନା । କାର୍ଯ୍ୟକାରୀ ପ୍ରଯୋଜକ ଶାନ୍ତି ସ୍ୱରୂପ ଶତପଥି, ଚିତ୍ରତ୍ତୋଳନ ନାରାୟଣ ଦୀକ୍ଷିତ, ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ ଏବଂ ଜୟା ବିଶ୍ୱାସ । ସେହିପରି ପ୍ରଚାର ପ୍ରସାର ଦାୟିତ୍ୱ ନେଇଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ।

ଏହା ମଧ୍ୟ ପଢନ୍ତୁ-ଫିଲ୍ମ ଫ୍ରାଇଡେରେ ଆସୁଛି ସିନ୍ଦୁରା

ନାୟକ ଭୂମିକାରେ ଅଭିଷେକ ଗିରି ଏବଂ ନାୟିକା ଭୂମିକାରେ ସୁପ୍ରିୟା ନାୟକ ଅଛନ୍ତି । ତାଙ୍କ ଯୋଡିକୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି । ତାଙ୍କ ସହିତ ଅନ୍ୟାନ୍ୟ ଭୂମିକାରେ ଉଷାସୀ ମିଶ୍ର, ଜୀବନ ପଣ୍ଡା, ଧୀର ମଲ୍ଲିକ, ପୃଥ୍ଵୀରାଜ ନାୟକ, ପ୍ରିୟଙ୍କା ମହାପାତ୍ର, ପ୍ରଜ୍ଞା ଖଟୁଆ, ଶଙ୍କର ପ୍ରଧାନ, ସନ୍ଧ୍ୟା ଦାସ, ନାଟ୍ୟକାର ବିଜୟ ଦାସ, ପ୍ରମୋଦ ରଥ, ସାରେଗାମା ଓ ଶିଶୁ କଳାକାର ସାଇଶ୍ରଦ୍ଧା ପ୍ରମୁଖ ଅଭିନୟ କରିଛନ୍ତି । ସେହିପରି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଫିଲ୍ମରେ ସମୁଦାୟ ୪ ଟି ଗୀତ ରହିଛି । କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଶଶାଙ୍କ, ସବିଶେଷ, କୁଲଦୀପ ଏବଂ ଅନନ୍ୟା କଣ୍ଠଦାନ କରିଛନ୍ତି। ଖୁବ ସୁନ୍ଦର କାହାଣୀଟି କୁ ଦର୍ଶକ ମନଭରି ଦେଖିଲା ପରେ ବେଶ ଭଲ ଚଳଚିତ୍ରଟିଏ ବୋଲି ପ୍ରତିକ୍ରିୟା ରଖିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 6, 2024, 12:01 PM IST

ABOUT THE AUTHOR

...view details