ETV Bharat / entertainment

ପୂଜା ବଜାରରେ ଫିଲ୍ମ ଲଢେଇ: ଭିଲେନ ସହ କର୍ମ ଓ ‘ଖୋକା ଭାଇ ତମ ପାଇଁ’ର ଟକ୍କର, କିଏ ଜିତିବ ମନ - Odia Film Release On Dussehra 2024

author img

By ETV Bharat Odisha Team

Published : 3 hours ago

Odia Film Release On Dussehra 2024: ଦଶହରାରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି । ରିଲିଜ ହେବାକୁ ଯାଉଛି ଦମଦାର ଓଡ଼ିଆ ଫିଲ୍ମ 'କର୍ମ, ଭିଲେନ ଓ ଖୋକାଭାଇ ତମ ପାଇଁ' । ଭିନ୍ନ ଭିନ୍ନ କାହାଣୀ ନେଇ ନିର୍ମିତ ଏହି ଫିଲ୍ମ ଚଳିତ ପୂଜା ମାହୋଲକୁ ଦ୍ୱିଗୁଣିତ କରିବା ସହ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି । ତେବେ ଏହି ଫିଲ୍ମ କେବେ ରିଲିଜ ହେଉଛି ଏବଂ ଏହାର କାହାଣୀ କ'ଣ ? ଜାଣନ୍ତୁ, ଏହି ସ୍ପେଶାଲ ରିପୋର୍ଟରେ,

ଦଶହରାରେ ରିଲିଜ ଓଡ଼ିଆ ଫିଲ୍ମ
ଦଶହରାରେ ରିଲିଜ ଓଡ଼ିଆ ଫିଲ୍ମ (Film Poster, ETV Bharat)

ଭୁବନେଶ୍ୱର: ପାର୍ବଣ ଋତୁ ଆରମ୍ଭ ହୋଇଛି । ଗଣେଶ ପୂଜା ପରେ ଏବେ ଧରାବତରଣ କରିବେ ମାଆ । ଯାହାକୁ ନେଇ ଚଳଚଞ୍ଚଳ ଗାଁ ଠୁ ସହର । ଦୀର୍ଘ 10ଦିନ ଧରି ମାଆଙ୍କ ପୂଜା ଆଡମ୍ୱରର ସହ ପାଳନ କରାଯାଉଥିବା ବେଳେ ଘରେ ଘରେ ପିଠାପଣାର ଆସର ଜମିଥାଏ । ଏପରି ସମୟରେ ଯେତେବେଳେ ମନୋରଞ୍ଜନର କଥା ଆସେ, ସେତେବେଳେ ମାଧ୍ୟମ ସାଜିଥାଏ ଫିଲ୍ମ ।ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କୁ ନୂଆ ନୂଆ ଫିଲ୍ମ ଭେଟି ଦେଉଛି ଓଡ଼ିଆ ସିନେ ଜଗତ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଦଶହରା ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି ଅନେକ ଷ୍ଟାରଙ୍କ ଫିଲ୍ମ । ଅନୁଭବ ମହାନ୍ତିଙ୍କ ଫିଲ୍ମ 'କର୍ମ', ଅର୍ଦ୍ଧେନ୍ଦୁ ସାହୁଙ୍କ 'ଭିଲେନ' ଓ ସ୍ୱରାଜ ବାରିକଙ୍କ 'ଖୋକାଭାଇ ତମ ପାଇଁ' ଭଳି ଫିଲ୍ମ ରିଲିଜ ପାଇଁ ପ୍ରସ୍ତୁତ ଥିବା ବେଳେ ଏହି ସମସ୍ତ ଫିଲ୍ମ ପୂଜା ମାହୋଲକୁ ଦ୍ୱିଗୁଣିତ କରିବ ବୋଲି ଆଶା କରାଯାଉଛି । ତେବେ ଜାଣନ୍ତୁ ଫିଲ୍ମ କେବେ ଆସିବ ଏବଂ ଏହାର କାହାଣୀ କ'ଣ ?

ଦଶହରାରେ ଧମାକା କରିବ କର୍ମ', 'ଭିଲେନ' ଓ 'ଖୋକାଭାଇ ତମ ପାଇଁ'

ଦଶହରାରେ ରିଲିଜ ଓଡ଼ିଆ ଫିଲ୍ମ (ETV Bharat Odisha)

'କର୍ମ': ଦଶହରାରେ ରିଲିଜ ହେବାକୁ ଯାଉଛି ଜାତୀୟ ପୁରସ୍କାର ବିଜେତା ଅନୁପମ ପଟ୍ଟନାୟକଙ୍କ ବ୍ୟାନରରେ ପ୍ରସ୍ତୁତ ଏବଂ ନିର୍ଦ୍ଦେଶିତ ନୂଆ ଚଳଚ୍ଚିତ୍ର 'କର୍ମ' । କାର୍ଯ୍ୟକାରୀ ପ୍ରଯୋଜକ ଭାବେ ବର୍ଷା ପଟ୍ଟନାୟକ କାର୍ଯ୍ୟ କରୁଥିବା ବେଳେ ଫିଲ୍ମକୁ ଶବ୍ଦରେ ସଜେଇଛନ୍ତି ଲେଖକ ମାନସ ପଢ଼ିଆରୀ । ଫିଲ୍ମରେ ମନ୍ମୟ ଓ ଦିବ୍ୟା ସମେତ ସୁପରଷ୍ଟାର ଅନୁଭବ ମହାନ୍ତି ମୁଖ୍ୟ ଚରିତ୍ରରେ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିବେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅନୁଭବ ଓ ସୂର୍ଯ୍ୟମୟୀଙ୍କ ଯୋଡି ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଅନ୍ୟ ଭୂମିକାରେ ଜୟ ପ୍ରକାଶ, ନିଶାନ୍ତ ମଜିଠିଆ ଉଦିତ ଗୁରୁ ରହିଥିବା ବେଳେ ସନୋଜ ମଧ୍ୟ ଏହି ଫିଲ୍ମ ସହ ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ଅକ୍ଟୋବର 9ରେ ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ: ଅନୁଭବଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟ: ସୂର୍ଯ୍ୟମୟୀ

'ଭିଲେନ': ସେହିପରି 'କର୍ମ'କୁ ଟକ୍କର ଦେବାକୁ ଯାଉଛି 'ଭିଲେନ'। ଅକ୍ଟୋବର 9ରେ ଭିଲେନ ମଧ୍ୟ ପରଦାକୁ ଆସୁଛି । ଷଷ୍ଠ ରୁ ନଷ୍ଟ' ପରେ ଏହି ଫିଲ୍ମ ସହ ପୁଣି ଏକାଠି ନଜର ଆସିବେ ଅର୍ଦ୍ଧେନ୍ଦୁ ସାହୁ ଓ ତମନ୍ନା । ଅନ୍ୟ ଚରିତ୍ରରେ ଅଛନ୍ତି ଉଷାସୀ ମିଶ୍ର, କେକେ, ସମରେଶ, ବବି ମିଶ୍ର, ଶକ୍ତି ବରାଳ, ବ୍ରଜ ସିଂ, ଇଲୁ ବାନାର୍ଜୀ, ରବି ମିଶ୍ର, ରାଜୁ ଦାସ ଓ ସୋନୁ ନଜର ଆସିବେ । ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ "ଭିଲେନ"ର ପ୍ରଯୋଜନା କରିଛନ୍ତି ଆଦିକନ୍ଦ ସାହୁ । କେ. ମୁରଲୀକ୍ରିଷ୍ଣା 'ଭିଲେନ'ର ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମଟି ଆକ୍ସନରେ ଭରପୁର ରହିଛି । ଯାହା ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି ଆଶା ।

ଏହା ମଧ୍ୟ ପଢନ୍ତୁ: 'ଭିଲେନ' ହୋଇ ଭିଲେନକୁ ମାତ୍ ! ସ୍ୱତନ୍ତ୍ର ସାକ୍ଷାତକାରରେ ଖୁଲାସା କଲେ ଷ୍ଟାରକାଷ୍ଟ

'ଖୋକା ଭାଇ ତମ ପାଇଁ' : ସେପଟେ ଅକ୍ଟୋବର 12ରେ ଆସୁଛି ସ୍ୱରାଜ ବାରିକଙ୍କ ଫିଲ୍ମ 'ଖୋକା ଭାଇ ତମ ପାଇଁ' । ଏହି ଫିଲ୍ମ ଅକ୍ଷୟ ମହାନ୍ତିଙ୍କ ଜୀବନୀ ଗୀତକୁ ଆଧାର କରି ଏକ ସଂଗୀତ ଭିତ୍ତିକ ଫିଲ୍ମ ନିର୍ମିତ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵରେ ଗିରିଶ ମହାନ୍ତି ଓ ତାଙ୍କ ଟିମ୍ ରହିଥିବା ବେଳେ କାହାଣୀ ଲେଖିଛନ୍ତି ଭରଦ୍ଵାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ପୁତ୍ର ମିତ୍ରଭାନୁ ମହାନ୍ତି । ଏହି ଚଳଚିତ୍ରରେ ସ୍ୱରାଜ, ଲକି ମନୀଷାଙ୍କ ବ୍ୟତୀତ ଅଭିନେତ୍ରୀ ଉପାସନା ମହାନ୍ତି, ଶ୍ଵେତା ଆଚାର୍ଯ୍ୟଙ୍କ ଭଳି ବହୁତ ପ୍ରତିକ୍ଷୀତ କଳକାର ଅଭିନୟରେ କରିଛନ୍ତି । କହିରଖୁଛୁ କି, ଏହି ଫିଲ୍ମ ସହ ଓଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଲକି ମନୀଷା । ''

ଏହା ମଧ୍ୟ ପଢନ୍ତୁ: ସ୍ମୃତିରେ ଅକ୍ଷୟ ମହାନ୍ତି, ଆସୁଛି ଓଡ଼ିଆ ଫିଲ୍ମ 'ଖୋକଭାଇ ତମ ପାଇଁ'

'ଅତିଥି': ସେପ୍ଟେମ୍ୱର 27ରେ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ 'ଅତିଥି: ଦ ଅନୱାଣ୍ଟେଡ୍ ଗେଷ୍ଟ'। ଏହି ଫିଲ୍ମ ଦଶହରା ପୂର୍ବରୁ ରିଲିଜ ହୋଇଥିଲେ ମଧ୍ୟ ପୂଜା ମାହୋଲକୁ ସରଗରମ କରିବ । ଅତିଥି' ଫିଲ୍ମରେ ମୁଖ୍ୟ ଭୂମିକାରେ ସୁକାନ୍ତ ରଥ, ଚିନ୍ମୟ ମିଶ୍ର, ମନୋଜ ମିଶ୍ର, ଅନୁ ଚୌଧୁରୀ, ଦିବ୍ୟାଦିଶା, ଅଭିଷେକ ଗିରି, ଦୀପାନ୍ୱିତ ହାସ ମହାପାତ୍ର, ସାୟଲ, ଶ୍ରୁତି ଶୁଭଶ୍ରୀ, ଜୀବନ ପଣ୍ଡା ଭଳି ଲୋକପ୍ରିୟ ଓଡ଼ିଆ କଳାକାର ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ସୁକାନ୍ତ ରଥ ଏବଂ ଅନୁ ଚୌଧୁରୀ ସ୍ୱାମୀ, ସ୍ତ୍ରୀ ଭୂମିକାରେ ନଜର ଆସିଥିବା ବେଳେ ଉଭୟଙ୍କ ଲଭ-କେମେଷ୍ଟ୍ରି ଏଥିରେ ଦେଖିବାକୁ ମିଳିବ । ଏଥିସହ ଅଭିଷେକ ଗିରି, ଦୀପାନ୍ୱିତ ହାସ ମହାପାତ୍ର ଓ ଚିନ୍ମୟ ମିଶ୍ର ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିବେ । ସେହିପରି ମନୋଜ ମିଶ୍ର ଏହି ଫିଲ୍ମରେ ପୋଲିସ ଭୂମିକାରେ ନଜର ଆସିବେ ।ରିଲ୍ସ ଆଣ୍ଡ୍ ରିଲ୍ସ ବ୍ୟାନରରେ ତିଆରି ହୋଇଛି ଚଳଚ୍ଚିତ୍ର 'ଅତିଥି: ଦ ଅନୱାଣ୍ଟେଡ୍ ଗେଷ୍ଟ' । ନିର୍ଦ୍ଦେଶକ ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶନା ଦେଇଥିବା ବେଳେ ସ୍ଥିତ ପଟ୍ଟନାୟକ ଦ୍ୱାରା ନିର୍ମିତ ।

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା ଓଡ଼ିଆ ଫିଲ୍ମ 'ଅତିଥି', ଅପ୍ରତ୍ୟାଶିତ ଅତିଥିଙ୍କ ରୋମାଞ୍ଚକର କାହାଣୀ ଦେଖିବେ ଦର୍ଶକ

ଅନ୍ୟପଟେ ଦୁର୍ଗା ମଧ୍ୟ ପାଇପଲାଇନରେ ରହିଛି । ତେବେ ପୂଜା ମାହୋଲକୁ ଦ୍ୱିଗୁଣିତ କରିବା ପାଇଁ ଏହି ଏସମସ୍ତ ଫିଲ୍ମ ରିଲିଜ ହୋଇଥିବା ବେଳ ଦର୍ଶକଙ୍କୁ ଆକୃଷ୍ଟ କରିବାରେ କେତେ ସଫଳ ହେବେ ? ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.