ହାଇଦ୍ରାବାଦ:ଚଳିତ ମାସରେ ପରଦାକୁ ଆସୁଛି ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ପରବ' । ଡିସେମ୍ୱର 20ରେ ରିଲିଜ ହେବ 'ପରବ' । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି ନିର୍ମାତା । ରିଲିଜ ପୂର୍ବରୁ 'ପରବ' ମେଗା ପ୍ରି-ରିଲିଜ ଇଭେଣ୍ଟ ହେବାକୁ ଯାଉଛି । ଓଡ଼ିଶା ସମେତ 6 ଟି ସ୍ଥାନରେ 'ପରବ' ପ୍ରି-ରିଲିଜ ଇଭେଣ୍ଟ ଆୟୋଜନ କରିବ । ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ନିର୍ମାତା । ତେବେ କେଉଁ ସହରରେ ଏବଂ କେବେ ପ୍ରି-ରିଲିଜ ଇଭେଣ୍ଟ ହେବ ? ଜାଣନ୍ତୁ,
'ପରବ' ପ୍ରି-ରିଲିଜ ଇଭେଣ୍ଟ
ନିର୍ମାତା ଜେପି ମୋଶନ ପିକ୍ଚର ଇନଷ୍ଟାଗ୍ରାମରେ 'ପରବ' ପ୍ରି-ରିଲିଜ ଇଭେଣ୍ଟ ନେଇ ସୂଚନା ଦେଇଛନ୍ତି । ସେୟାର ହୋଇଥିବା ଏହି ପୋଷ୍ଟରେ କେବେ ଏବଂ କେଉଁ ସହରରେ ପ୍ରି-ରିଲିଜ ଇଭେଣ୍ଟ ହେବ? ତାହା ଦର୍ଶାଯାଇଛି । ଭୁବନେଶ୍ୱର, ବେଙ୍ଗାଲୁରୁ ଏବଂ ଚେନ୍ନାଇ ସମେତ ଏହି ସ୍ଥାନରେ ହେବ ଇଭେଣ୍ଟ । ଏହି ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ''ତାରିଖ ନୋଟ୍ କରିନିଅନ୍ତୁ । "ପରବ" ଟିମ ଆସୁଛି ଏବଂ ଆମେ ଆପଣଙ୍କୁ ଭେଟିବାକୁ ଅପେକ୍ଷା କରିପାରିବୁ ନାହିଁ । କିଛି ଅବିସ୍ମରଣୀୟ ଏବଂ ହୃଦୟସ୍ପର୍ଶୀ କାହାଣୀ ଏବଂ PARAB ର ଯାଦୁରେ ଝୁମିବା ପାଇଁ ପ୍ରସ୍ତୁତ ହୁଅ ।''
କେଉଁ ସହରରେ ଏବଂ କେବେ ପ୍ରି-ରିଲିଜ ଇଭେଣ୍ଟ ହେବ?
- ବାରିପଦା- ଡିସେମ୍ୱର 11
- TCS, ଭୁବନେଶ୍ୱର- ଡିସେମ୍ୱର 13
- ବେଙ୍ଗାଲୁରୁ- ଡିସେମ୍ୱର 14
- ଚେନ୍ନାଇ- ଡିସେମ୍ୱର 15
- ବ୍ରହ୍ମପୁର- ଡିସେମ୍ୱର 17
- ଅନୁଗୋଳ- ଡିସେମ୍ୱର 19
'ପରବ' ସିନେମା ହଲରେ ଡିସେମ୍ୱର 20 ରିଲିଜ ହେବ । ଆପଣଙ୍କ ଅପେକ୍ଷାରେ ଆମେ ।
୩ଟି ଭାଷାରେ ରିଲିଜ ହେବ 'ପରବ'