ହାଇଦ୍ରାବାଦ:ବର୍ତ୍ତମାନ ହଲିଉଡ ହବ୍ କୁହାଯାଉଥିବା କାଲିଫର୍ଣ୍ଣିଆ ଅଞ୍ଚଳରେ ଚିନ୍ତାର କାରଣ ବନିଛି ଜଙ୍ଗଲ ନିଆଁ । ଜାନୁଆରୀ 7ରୁ ଲାଗିଥିବା ଏହି ନିଆଁ ଥମିବାର ନା ନେଉନାହିଁ । ଦିନକୁ ଦିନୁ ନିଆଁର ପ୍ରକାପ ବଢୁଥିବା ବେଳେ ପାଗ ପରିବର୍ତ୍ତନ ବର୍ତ୍ତମାନ ସ୍ଥିତିକୁ ଆହୁରି ଗମ୍ଭୀର କରିଛି । ବିଭିନ୍ନ ପ୍ରୟାସ ପରେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରୁନାହିଁ । ଏହାକୁ ନେଇ ଅଭିନେତା ସବ୍ୟସାଚୀ ମିଶ୍ର ଚିନ୍ତା ପ୍ରକଟ କରିବା ସହ ଫ୍ୟାନ୍ସଙ୍କୁ ଏପରି ଅପିଲ୍ କରିଛନ୍ତି ।
ଗଲାଣି 24 ଜୀବନ, ସଚେତନ କଲେ ସବ୍ୟସାଚୀ:
ବର୍ତ୍ତମାନ ସୁଦ୍ଧା 24 ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଘରଦ୍ୱାର, ସମ୍ପତ୍ତି ନିଆଁ ଆଁରେ ଜଳି ପାଉଁଶ ହୋଇଗଲାଣି । ଫଳରେ ସେଲିବ୍ରିଟିଙ୍କ ଠାରୁ ସାଧାରଣ ଲୋକେ ବାସହରା ହୋଇପଡିଲେଣି । ସେପଟେ ରାଜ୍ୟରେ ଚାଲିଛି ବଣଭୋଜିର ଋତୁ । ଶୀତ ଦିନିଆ ପାଗରେ ଲୋକେ ପ୍ରାୟତଃ ନିଜ ପରିବାର, ସାଙ୍ଗସାଥୀଙ୍କ ସହ ବଣଭୋଜି କରି ବୁଲାବୁଲି ସହ ରୋଷେଇ କରି ସେଠାରେ ଖାଦ୍ୟପେୟର ମଜା ନେଇଥାନ୍ତି । ଏପରି ସମୟରେ ବର୍ତ୍ତମାନ ଲୋକଙ୍କୁ ସଚେତନ କରିଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମହାପାତ୍ର । ଅଭିନେତା କାଲିଫର୍ଣ୍ଣିଆ ଅଞ୍ଚଳର ଜଳୁଥିବା ଜଙ୍ଗଲ ଘଟଣା ନେଇ ଚିନ୍ତା ପ୍ରକଟ କରିବା ସହ ବଣଭୋଜିର ମଜା ନେଉଥିବା ବେଳେ ଚୁଲିରେ ନିଆଁ ନ ଲିଭାଇବା ଭଳି ଛୋଟିଆ ଭୁଲ କିପରି ବିରାଟ କ୍ଷତି କରାଇପାରେ ତାକୁ ନେଇ ଲୋକଙ୍କୁ ସଚେତନ କରାଇଛନ୍ତି ।
କାଲିଫର୍ଣ୍ଣିଆରେ ଜଳୁଛି ଜଙ୍ଗଲ, ଚିନ୍ତାପ୍ରକଟ କଲେ ସବ୍ୟସାଚୀ
ସବ୍ୟସାଚୀ ମିଶ୍ର କାଲିଫର୍ଣ୍ଣିଆ ଜଙ୍ଗଲ ଅଗ୍ନିକାଣ୍ଡକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି, ''ପାଣିପାଗ ପରିବର୍ତ୍ତନ କେତ ଭୟଙ୍କର ହୋଇପାରେ ତାହା ନିକଟରେ ଆମେରିକାର କାଲିଫର୍ଣ୍ଣିଆର ଜଙ୍ଗଲରେ ଲାଗିଥିବା ଅଗ୍ନିକାଣ୍ଡରୁ ଆକଳନ କରିହେବ । ଏହି ଅଗ୍ନିକାଣ୍ଡ ଟ୍ରାଜେଡି ଲସ ଏଞ୍ଜେଲସ ସିଟିର ବିରାଟ ବଡ ଅଂଶକୁ ଧ୍ୱଂସ କରିସାରିଛି । ଲସ ଏଞ୍ଜେଲସ ସେହି ଜାଗା ଯାହାକୁ ହଲିଉଡ ପାଇଁ ବିଶ୍ୱରେ ପ୍ରସିଦ୍ଧ । ଜଙ୍ଗଲ ନିଆଁ ଯୋଗୁଁ ଏହି ଅତ୍ୟାଧୁନିକ ପ୍ରଯୁଜ୍ୟ ଭରା ସହରରେ ଥିବା ଲକ୍ଷ ଲକ୍ଷ ଲୋକଙ୍କ ଘର, ସମ୍ପର୍ତ୍ତି ପୋଡି ନଷ୍ଟ ହୋଇଛି । କେବଳ ଏତିକି ନୁହେଁ ଘରକୁ ବଞ୍ଚାଇବାକୁ ଯାଇ ଅନେକଙ୍କ ଜୀବନ ମଧ୍ୟ ଚାଲିଗଲାଣି । କେଉଁ ଜଣେ ବ୍ୟକ୍ତିର ଅସାବଧାନତା ଯୋଗୁଁ ନିଆଁ ଆରମ୍ଭ ହେଲା ଏବଂ ପାଗ ପରିବର୍ତ୍ତନର ଭୟାବୟତା ପାଇଁ ଏହି ନିଆଁ ଶୀଘ୍ର ବ୍ୟାପିଲା ।