ଭୁବନେଶ୍ୱର:ମୌଳିକ କାହାଣୀକୁ ନେଇ ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ବଇଦ' । ଯେଉଁଥିରେ କ୍ୟାମେରା ଓ କଣ୍ଟେଣ୍ଟ ନାୟକ ସାଜିଛନ୍ତି । ଥ୍ରୀଲର ଓ ସସପେନ୍ସ ଭରା ଏହି ଫିଲ୍ମ ହୋଇଥିବା ବେଳେ କେନ୍ଦୁଝର ଜଙ୍ଗଲରେ ଏହାର ସୁଟିଂ ହୋଇଛି । ସିନେମା ଭିତରେ ସିନେମା ପ୍ରସ୍ତୁତର ଅନେକ ଅକୁହା କାହାଣୀକୁ ଦର୍ଶାଯାଇଛି । ଯାହା ବେଶ ଭୟଙ୍କର ଓ ରୋମାଞ୍ଚକର । ବଡ କଥା ହେଉଛି ଏହା ପ୍ରଥମ ଫାଉଣ୍ଡ ଫୁଟେଜ ଚଳଚିତ୍ର ହୋଇଥିବା ବେଳେ ଲାଇଭ ଭିଡିଓ ସହ ନୂଆ ଏକ ଯୁବ ଟିମ ଏଥିରେ କାମ କରିଛନ୍ତି । ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଫିଲ୍ମ କେବେ ପରଦାକୁ ଆସିବ ତାହା ପ୍ରକାଶ କରାଯାଇଛି । ଜାଣନ୍ତୁ ଫିଲ୍ମ କେବେ ରିଲିଜ ହେବ ?
New Odia Film Baida (ETV Bharat Odisha) ଏହି ଦିନ ପରଦାକୁ ଆସିବ 'ବଇଦ'
ନୂଆବର୍ଷ ଅବସରରେ ଜାନୁଆରୀ ୧୦ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଭିନ୍ନ ଏକ ପ୍ରୟାସର ଓଡ଼ିଆ ଚଳଚିତ୍ର 'ବଇଦ' । ଏହା ଏକ ମୌଳିକ କାହାଣୀକୁ ନେଇ ଗତିଶୀଳ ହେଉଥିବା ବେଳେ ଏହା ପ୍ରଥମ ଫାଉଣ୍ଡ ଫୁଟେଜ ଫିଲ୍ମ । ଫିଲ୍ମର ପ୍ରତି ମୁହୁର୍ତ୍ତରେ ସସପିଏନ୍ସ ରହିଥିବା ବେଳେ ଭିନ୍ନ ଏକ ଶୈଳୀର ସିନେମାକୁ ନେଇ ବେଶ ଆଶାବାଦୀ ଅଛନ୍ତି ପ୍ରଯୋଜକ କହିଛନ୍ତି । ଏମଏନଏମ ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ଫିଲ୍ମଟି ପ୍ରସ୍ତୁତ ହୋଇଥିବା ବେଳେ ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ମୟୂର ମହାପାତ୍ର । ନିର୍ଦ୍ଦେଶକ ଓ ଲେଖକ ଭାବେ ସିଦ୍ଧାନ୍ତ ସ୍ୱରୂପ ରହିଥିବା ବେଳେ ସହ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି ମନୋଜ ପଣ୍ଡା ।
'ବଇଦ' ଷ୍ଟାରକାଷ୍ଟ
ଏହି ଫିଲ୍ମରେ ଅଭିନେତା ସିଦ୍ଧାର୍ଥ ରାୟ, ଶୁଭାଙ୍ଗୀ ହରିଚନ୍ଦନ, ସାଇସ୍ରେଷ୍ଟ ଦାସ, ରାଜେଶ ମହାନ୍ତି ଓ ଶିବାନୀ ଖରା । ଦୁଇଜଣ ପୁଅ ଓ ଜଣେ ଝିଅ ଜନ୍ତୁପୁର ନାମକ ଏକ ସ୍ଥାନକୁ ଡକ୍ୟୁମେଣ୍ଟ୍ରାରୀ ଫିଲ୍ମ ମେକିଙ୍ଗ ପାଇଁ ଯିବା ପରେ ସେମାନଙ୍କ ଭେଟ ଏକ ଡାକ୍ତରଙ୍କ ସହ ହୁଏ । ପରେ ସେମାନଙ୍କ ସହ କଣ ସବୁ ଘଟଣା ଓ ଦୁର୍ଘଟଣା ଘଟେ ତାକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଛି । ଭିନ୍ନ ଏକ ପ୍ରୟାସ ସହ ନୂଆ ଏକ ଚିନ୍ତାଧାରାକୁ ନେଇ ୧ ଘଣ୍ଟା ୨୦ ମିନିଟର ଏହି ସିନେମାର ପ୍ରତିଟି ଲୋକଙ୍କୁ ଏକ ନୂଆ ଅନୁଭୂତି ଆଣିଦେବ ବୋଲି କହିଛନ୍ତି ଲେଖକ ସିଦ୍ଧାନ୍ତ ସ୍ୱରୂପ ।
ଏହା ମଧ୍ୟ ପଢନ୍ତୁ:ପରଦାରେ 'ପରବ': ପ୍ରଥମ ଦିନ ହାଉସଫୁଲ୍, ସମାଜସେବାରେ ଲାଗିବ ଲାଭ ରାଶି
'ବଇଦ' କାହାଣୀ
ଧୀରେ ଧୀରେ ଲୋକଙ୍କ ରୁଚି ବଦଳୁଥିବ ବେଳେ ନୂଆ ଏକ ଗବେଷଣାତ୍ମକ ସିନେମାକୁ ନେଇ 'ବଇଦ' ଆସୁଥିବା ବେଳେ ଏହା ନିଶ୍ଚୟ ଲୋକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜକ କହିଛନ୍ତି । ନିପାତ ମଫସଲର ଏକ ସତ୍ୟ ଘଟଣାକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଆଜିବି କିଭଳି ଗାଁ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଅପହଞ୍ଚ ହୋଇରହିଛି ଆଉ ଅନ୍ଧବିଶ୍ୱାସର ତାଡ଼ନାରେ ଲୋକମାନେ ମେଡିକାଲ ସାଇନ୍ସକୁ ଗ୍ରହଣ କରୁନାହାନ୍ତି ତାହା ଏଥିରେ ଚିତ୍ରିତ ହୋଇଛି । ତିନି ସାଙ୍ଗ ଓ ଜଣେ ଡାକ୍ତରଙ୍କ କାହାଣୀ ତା ସହ ଗାଁର ମାହୋଲର ବାସ୍ତବ ଚିତ୍ରକୁ ନେଇ କାହାଣୀ ଗତିଶୀଳ ହୋଇଛି । ତେବେ ଜନ୍ତୁପୁରକୁ ସୁଟିଂ କରିବାକୁ ଯାଇଥିବା ତିନି ସାଙ୍ଗ କିଭଳି ସେହି ସେଠାକାର ଜନ୍ତୁଙ୍କ ସହ ଓ ସେଠାକାର ସରଳ ଆଦିବାସୀ ଲୋକଙ୍କ ସହ ମିଶି ତାଙ୍କ ସୁଟିଙ୍ଗ ଶେଷ କରୁଛନ୍ତି ତାହା ଆପଣ ସିନେମା ମାଧ୍ୟମରେ ଦେଖିବାକୁ ପାଇବେ ।
ଇଟିଭି ଭାରତ, ଭୁବନେଶ୍ୱର