ଓଡିଶା

odisha

୧୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'ଆକାଶବାଣୀ'

By ETV Bharat Odisha Team

Published : Feb 17, 2024, 1:16 PM IST

Odia Film Akashvani: ଫିଲ୍ମ ଫ୍ରାଇଡରେ ଓଡ଼ିଶାର ୧୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର 'ଆକାଶବାଣୀ' । ଦର୍ଶକଙ୍କୁ ଏହା ଭରପୁର ମନରୋଞ୍ଜନ ଯୋଗାଇବ ବୋଲି ଆଶା ରଖିଛନ୍ତି ନିର୍ମାତା । ଅଧିକ ପଢନ୍ତୁ

Odia Film Akashvani
Odia Film Akashvani

Odia Film Akashvani

ଭୁବନେଶ୍ୱର: ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର 'ଆକାଶବାଣୀ' । ଫିଲ୍ମ ଫ୍ରାଇଡରେ ଓଡ଼ିଶାର ୧୫ଟି ପ୍ରେକ୍ଷାଳୟରେ ଓଡ଼ିଆ ଚଳଚ୍ଚିତ୍ର 'ଆକାଶବାଣୀ' ମୁକ୍ତିଲାଭ କରିଛି । ଶ୍ରୀବୀରବଲ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ର । ଭୁବନେଶ୍ୱରର ସିନେପ୍ଲେକ୍ସରେ ଏହାର ପ୍ରିମିୟର ହୋଇଯାଇଛି । କଟକର ଆଇନକ୍ସ ଏବଂ ବ୍ରହ୍ମପୁରରେ ମଧ୍ୟ 'ଆକାଶବାଣୀ'ର ପ୍ରିମିଅର ଶୋ' ହୋଇଥିଲା । ପ୍ରଥମ ଶୋ'ରେ ସମସ୍ତ ପ୍ରେକ୍ଷାଳୟ ହାଉସଫୁଲ୍ ହୋଇଥିଲା । ଏଥିରେ ବନ୍ଧୁତ୍ଵ ଓ ପାରିବାରିକ ବନ୍ଧନକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି । ସେହିପରି ଲଭ୍, କମେଡି ତଥା ମଣିଷ ଜୀବନର ବିଭିନ୍ନ ଦିଗକୁ ଫିଲ୍ମରେ ଉପସ୍ଥାପନ କରାଯାଇଛି । ଦର୍ଶକଙ୍କୁ ଏହା ଭରପୁର ମନରୋଞ୍ଜନ ଯୋଗାଇବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ତ୍ରିପତି ସାହୁଙ୍କ ନିର୍ଦ୍ଦେଶିତ ଏବଂ ରୋହନ ଗର୍ଗଙ୍କ ପ୍ରଯୋଜିତ ଏହି ସିନେମାର ସିନେମାଟୋଗ୍ରାଫର ଅଛନ୍ତି ସ୍ୱର୍ଶ ପ୍ରସାଦ (ବୁବୁ) । ଏଥିରେ ଅଭିନେତା ରୋହନଙ୍କୁ ନାୟକ ଭାବେ ଦେଖିବାକୁ ମିଳିଥିବାବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ପୂଜା । ସିନେମାର କାହାଣୀ ଗଣେଶରାମ ଅଗ୍ରୱାଲ ଓ ସଂଳାପରେ ଡ. ନିର୍ମଳ ନାୟକ ଥିବାବେଳେ ସମସ୍ତ ଗୀତ ମଧ୍ୟ ସେ ରଚନା କରିଥିବା କହିଛନ୍ତି । ଏଥିରେ ଗୋଟିଏ ହିନ୍ଦୀ ଗୀତକୁ କୁକୁ ପ୍ରଭାସ ଲେଖିଛନ୍ତି । ସେହିପରି ସମସ୍ତ ଗୀତକୁ ସୁମଧୁର ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର । ଚଳଚ୍ଚିତ୍ରର ଗୀତଗୁଡ଼ିକ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ...ଭୁବନେଶ୍ୱରରେ ଖୋଲିଲା ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ, କମ୍ ବଜେଟରେ ସୁଟିଂ ସୁବିଧା

ଏହା ମଧ୍ୟ ପଢନ୍ତୁ...ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'କେମିତି ଏ ସମ୍ପର୍କ'

ଏହା ମଧ୍ୟ ପଢନ୍ତୁ...ଘୁଞ୍ଚିଲା 'ଦେବରା' ରିଲିଜ ଡେଟ୍, ଏପ୍ରିଲ ନୁହେଁ ଅକ୍ଟୋବରରେ ପରଦାକୁ ଆସିବ ଫିଲ୍ମ


ଫିଲ୍ମର ବିଭିନ୍ନ ଚରିତ୍ରରେ ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା, ନମିତା ଦାସ, ବେବି ପ୍ରଧାନ, ଜୋଜୋ, ଅମର ମହାପାତ୍ର, ରୋସନ ଭରଦ୍ବାଜ, ପ୍ରତାପ ସୁମନ ମହାରଣା, ମଧୁ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଅଭିନେତା ରୋହନ‌ ପୂର୍ବରୁ ଲଭ୍ ଇମ୍ପସିବଲ୍ , ଡଟପେନ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟତା ସାଉଣ୍ଟିଛନ୍ତି । ଅଭିନେତା ରୋହନ କହିଛନ୍ତି, "ଏହି ଫିଲ୍ମଟି ଭଲ ହେବ ଓ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆମେ ଆଶା ରଖିଛୁ ।"ସେପଟେ ନିର୍ଦ୍ଦେଶକ ତ୍ରିପତି ସାହୁ କହିଛନ୍ତି, ଆମେ 2023ରୁ ଏହି ଚଳଚ୍ଚିତ୍ର ପାଇଁ କଷ୍ଟ କରିଆସୁଥିଲୁ । ବର୍ତ୍ତମାନ ଏହା ରିଲିଜ ହୋଇଛି । ପ୍ରେକ୍ଷାଳୟରେ ରିଲିଜ ପରେ ଦର୍ଶକଙ୍କ ଭଲ ପାଇବା ମଧ୍ୟ ମିଳୁଛି ।"

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details