ହାଇଦ୍ରାବାଦ:ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ନୟନତାରା ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ବୃତ୍ତିଗତ ଜୀବନ ବ୍ୟତୀତ, ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ଥାନ୍ତି । ନିକଟରେ ଅଭିନେତ୍ରୀ ତାଙ୍କ ସ୍ବାମୀ ବିଗ୍ନେଶ ଶିବନଙ୍କ ସହ ଛୁଟି କଟାଉଥିବା ନଜର ଆସିଥିଲେ । ଯାହାର ଏକ ଫଟୋ ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଏହାରି ମଧ୍ୟରେ ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରୁ ସ୍ବାମୀ ତଥା ଅଭିନେତା-ନିର୍ଦ୍ଦେଶକ ବିଗ୍ନେଶ ଶିବନଙ୍କୁ ଅନଫଲୋ କରିଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବାରେ ଲାଗିଛି । ଏହା ପରେ ଅଭିନେତ୍ରୀ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି ।
ସାଉଥ ଲେଡି ସୁପରଷ୍ଟାର ନୟନତାରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ସିକ୍ରେଟ ମେସେଜ ସେୟାର କରିଛନ୍ତି, ଯେଉଁ କାରଣରୁ ତାଙ୍କ ଫ୍ୟାନ୍ସମାନେ ଚିନ୍ତିତ ହୋଇପଡିଛନ୍ତି । ପ୍ରକୃତରେ ଅଭିନେତ୍ରୀ ଏହି ପୋଷ୍ଟକୁ ଇନଷ୍ଟାଗ୍ରାମର ଷ୍ଟୋରୀରେ ପୋଷ୍ଟ କରିଛନ୍ତି । ଇମେଜ୍ ଫର୍ମାଟରେ ସେୟାର ହୋଇଥିବା ପୋଷ୍ଟରେ ଲେଖାଯାଇଛି ଯେ,'ଆଖିରେ ଲୁହ ଥାଇ ମଧ୍ୟ ସବୁବେଳେ ଏହା କହିବି ଯେ ମୁଁ ତାଙ୍କୁ ସବୁଦିନ ପାଇଁ ମିଳିଯାଇଛି ।' ତେବେ ଇନଷ୍ଟାଗ୍ରାମରେ ଏହି ସିକ୍ରେଟ ମେସେଜ ସେୟାର ହେବା ପରେ ଏବେ ସାମ୍ନାକୁ ଆସିଛି ଯେ ଅଭିନେତ୍ରୀ ନୟନତାରା ସ୍ବାମୀ ବିଘ୍ନେଶଙ୍କୁ ଇନଷ୍ଟାଗ୍ରାମରୁ ଅନଫଲୋ କରିଛନ୍ତି ।