ଓଡିଶା

odisha

ETV Bharat / entertainment

ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଘଟଣା; ଛତିଶଗଡ଼ରୁ ଜଣେ ଓକିଲ ଗିରଫ - SHAHRUKH KHAN DEATH THREAT CASE

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଥିବା ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

SHAHRUKH KHAN DEATH THREAT CASE
SHAHRUKH KHAN DEATH THREAT CASE (ANI)

By ETV Bharat Entertainment Team

Published : Nov 12, 2024, 12:22 PM IST

ହାଇଦ୍ରାବାଦ:ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମାମଲା । ଘଟଣାରେ ମୁମ୍ବାଇ ପୋଲିସ ମଙ୍ଗଳବାର ଛତିଶଗଡର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ବର୍ତ୍ତମାନ ଏହି ଅଭିଯୁକ୍ତଙ୍କୁ ଛତିଶଗଡରୁ ମୁମ୍ବାଇ ପୋଲିସ ଗିରଫ କରିଛି ଏବଂ ତାଙ୍କୁ କ୍ରମାଗତ ପଚରାଉଚରା କରୁଛି । ବର୍ତ୍ତମାନ ଏହି ମାମଲାରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି ଏବଂ ପଚରାଉଚରା ବେଳେ ଶାହାରୁଖଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କ ବିଷୟରେ ସୂଚନା ମଧ୍ୟ ଦିଆଯାଇଛି ।

ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଘଟଣାରେ ଜଣେ ଗିରଫ

ରାୟପୁର ଏସଏସପି ସନ୍ତୋଷ ସିଂ କହିଛନ୍ତି, 'ମୁମ୍ବାଇରୁ ବାନ୍ଦ୍ରା ପୋଲିସର ଏକ ଟିମ୍ ପଣ୍ଡରି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଅଭିନେତା ଶାହାରୁଖ ଖାନଙ୍କୁ ଧମକ ଦେବା ପାଇଁ ସେମାନେ ଫୈଜାନ ଖାନଙ୍କୁ ଗିରଫ କରିଛନ୍ତି। ତାଙ୍କୁ କିଛି ଦିନ ପୂର୍ବରୁ ନୋଟିସ ଦିଆଯାଇଥିଲା। ଅନୁସନ୍ଧାନ ପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଗିରଫ କରାଯାଇଛି। ଟ୍ରାଞ୍ଜିଟ୍ ରିମାଣ୍ଡରେ ତାଙ୍କୁ ମୁମ୍ବାଇ ନିଆଯାଇଛି। ତାଙ୍କ ବିରୋଧରେ ଆକ୍ରମଣର ଏକ ମାମଲା ରୁଜୁ ହୋଇସାରିଛି । ଅଭିଯୁକ୍ତ ପେଶାରେ ଜଣେ ଓକିଲ ଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:ଶାହାରୁଖ ଖାନଙ୍କୁ ହତ୍ୟା ଧମକ, ସଲମାନଙ୍କ ପରେ ଏବେ ଟାର୍ଗେଟରେ କିଙ୍ଗ ଖାନ

ଅଭିଯୁକ୍ତକୁ ପଚରାଉଚରା କରୁଛି ପୋଲିସ

ସୂଚନା ଥାଉ କି, ପଚରାଉଚରା ବେଳେ ଅଭିଯୁକ୍ତ କହିଛି ଯେ ନଭେମ୍ବର ୨ ରେ ତାଙ୍କ ଫୋନ ହଜିଯାଇଥିଲା, ଯେଉଁଥିରେ ସେ ନିକଟସ୍ଥ ପୋଲିସ ଷ୍ଟେସନରେ ମଧ୍ୟ ଅଭିଯୋଗ କରିଥିଲେ। କିଏ ଏପରି ଧମକ ଦେଇଛି ସେ ଜାଣି ନାହାଁନ୍ତି। ଏହି ଧମକ ସିଧାସଳଖ ତାଙ୍କ ସହ ଜଡିତ ଅଛି ନା ଅନ୍ୟ କେହି ତାଙ୍କ ଫୋନ ବ୍ୟବହାର କରିଛନ୍ତି । ତାହା ଜାଣିବା ପାଇଁ ପୋଲିସ ବର୍ତ୍ତମାନ ଏହି ଦାବିର ତଥ୍ୟ ଅନୁସନ୍ଧାନ କରୁଛି।

ଏହା ମଧ୍ୟ ପଢନ୍ତୁ:ବିପଦରେ ସଲମାନ ଖାନଙ୍କ ଜୀବନ, ପୁଣି ମିଳିଲା ହତ୍ୟା ଧମକ

ପୁରା ମାମଲା କ'ଣ?

ଗତ ସପ୍ତାହରେ ଅର୍ଥାତ୍ ନଭେମ୍ୱର 5ରେ ମୁମ୍ବାଇ ପୋଲିସ ବାନ୍ଦ୍ରା ଷ୍ଟେସନକୁ ଶାହାରୁଖଙ୍କୁ ଧମକ ଦେଇଥିବା ଏକ କଲ ପାଇଥିଲା । କଲ୍ କରୁଥିବା ବ୍ୟକ୍ତି ଶାହାରୁଖଙ୍କୁ ହତ୍ୟା ଧମକ ଦେବା ସହ 50 ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ, ଏହା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଧାରା 308 (4) ଏବଂ 351 (3) (4) ଅନୁଯାୟୀ ମାମଲା ଦାୟର କରି ଅଧିକ ତଦନ୍ତ ପାଇଁ ରାୟପୁରକୁ ଏକ ଟିମ୍ ପଠାଇଥିଲା । ଯାହା ପରେ ଅନୁସନ୍ଧାନ ପରେ ଜଣାପଡିଥିଲା ଯେ ଏହି କଲ୍ ଛତିଶଗଡର ରାୟପୁରରୁ ଫୈଜାନ୍ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ଆସିଛି, ଯାହାକୁ ବର୍ତ୍ତମାନ ମୁମ୍ବାଇ ପୋଲିସ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details