ହାଇଦ୍ରାବାଦ:ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ମୁପାସା: ଦ ଲାୟନ କିଙ୍ଗ' ଶେଷରେ ଆଜି (20 ଡିସେମ୍ବର)ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଖ୍ରୀଷ୍ଟମାସ ଅବସରରେ ଇଂରାଜୀ, ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ର 2019 ରେ ମୁକ୍ତିଲାଭ କରିଥିବା 'ଦ ଲାୟନ କିଙ୍ଗ' ଏକ ପ୍ରିକ୍ୱେଲ ଅଟେ । 'ଦ ଲାୟନ' ଦର୍ଶକଙ୍କୁ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ 'ମୁପାସା: ଦ ଲାୟନ କିଙ୍ଗ' ଲୋକେ ପସନ୍ଦ କରିଛନ୍ତି କି ନାହିଁ ? ଜାଣନ୍ତୁ,
ଏହି ଷ୍ଟାର ଦେଇଛନ୍ତି ଭଏସ୍
'ମୁପାସା: ଦ ଲାୟନ କିଙ୍ଗ' ପ୍ରଥମ ଦିନର ପ୍ରଥମ ଶୋ' ଦେଖିବା ପରେ ଫ୍ୟାନ୍ସ ଏବଂ ଦର୍ଶକ ଏକ୍ସରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । କହିରଖୁଛୁ କି, ଶାହାରୁଖ ଖାନ ଦୁଇ ପୁଅ ଆର୍ଯ୍ୟନ ଖାନ ଏବଂ ଅବରାମ ଏଥିରେ ଭଏସ ଦେଇଥିବା ବେଳେ ଏହା ଦର୍ଶକଙ୍କ ହୃଦୟ ଜିତିଛି । ଶାହରୁଖ ଖାନ ଏବଂ ଆର୍ଯ୍ୟନ ଖାନ ୨୦୧୯ର 'ଲାୟନ କିଙ୍ଗ' ପାଇଁ ହିନ୍ଦୀ ଭର୍ସନ ପାଇଁ ଭଏସ୍ ଦେଇଥିଲେ । ଯାହାକୁ ଲୋକେ ବେଶ ପସନ୍ଦ କରିଥିଲେ । ବର୍ତ୍ତମାନ ଏଥିରେ ସାନପୁଅ ଅବରାମ ବି ସାମିଲ ହୋଇଥିବା ବେଳେ ଏହା ଲୋକେ ପସନ୍ଦ କରିଛନ୍ତି । ସେପଟେ ସାଉଥ ସୁପରଷ୍ଟାର ମହେଶ ବାବୁ ତେଲୁଗୁ ଭର୍ସନରେ ମୁଫାସାର ଭଏସ ଦେଇଛନ୍ତି । ଅଧିକାଂଶ ତିନୋଟି ଖାନଙ୍କ ଡବିଂକୁ ବହୁତ ଲୋକ ପସନ୍ଦ କରିଛନ୍ତି ତ ତେଲୁଗୁ ଭର୍ସନକୁ ମଧ୍ୟ ଲୋକଙ୍କ ମନ ଜିିତିଛି । ତେବେ ଫିଲ୍ମ ବିଷୟରେ ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇଛି ।
'ମୁପାସା: ଦ ଲାୟନ କିଙ୍ଗ' ରିଭ୍ୟୁ
ଜଣେ ଲେଖିଛନ୍ତି, ଭିଜୁଆଲ୍ ଗୁଡିକ ଆଶ୍ଚର୍ଯ୍ୟଜନକ, କାହାଣୀ ମଧ୍ୟ ଆଶ୍ଚର୍ଯ୍ୟଜନକ, ମୁଁ ଏହା ବ୍ୟତୀତ ଆଉ କ’ଣ କହି ପାରିବି । ଆଉ ଜଣେ ଲେଖିଛନ୍ତି, 'ମୁଁ କେବେ ଭାବି ନଥିଲି ଯେ ମୁଫାସା ଏତେ ଭଲ ଫିଲ୍ମ ହେବ। ଏକ ଆକ୍ସନ୍ ଥ୍ରୀଲର୍ ଯାହା ମଧ୍ୟ ଏକ ବିପଜ୍ଜନକ ଭିଲେନ୍ ସହ । ଉତ୍କୃଷ୍ଟ ଭିଜୁଆଲ୍ ଏବଂ ଲେଖା, ସିଂହର ଭାବନାକୁ ବହୁତ ଶକ୍ତିଶାଳୀ ଢଙ୍ଗରେ ଦର୍ଶାଯାଇଛି । ଅନ୍ୟ ଜଣେ ଲେଖିଛନ୍ତି, 'ମୁଫାସା ତାଙ୍କ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେଉଛି। ଏତେ ମହାନ ଚଳଚ୍ଚିତ୍ରରେ ଭାବନା ଏତେ ଭଲ ପ୍ରଦର୍ଶନ କରାଯାଇ ନଥିଲା । ଏପରିକି ମହେଶ ବାବୁଙ୍କ ଭଏସ୍ ଓଭର ମଧ୍ୟ ଭାବନାକୁ ଗଭୀରତା ଆଣିପାରି ନଥିଲା । ଜଣେ ଲେଖିଛନ୍ତି, 'ମୁଁ ମୁଫାସା ବିଷୟରେ କେବେ ଶୁଣି ନଥିଲି କିନ୍ତୁ ମୁଁ ଏହାକୁ ଦେଖିବାକୁ ଯାଇଥିଲି ଏବଂ ମୋତେ ଏହା ପ୍ରକୃତରେ ଭଲ ଲାଗିଲା।
ଏହା ମଧ୍ୟ ପଢନ୍ତୁ:ଜନ୍ମାଷ୍ଟମୀରେ ମହେଶ ବାବୁଙ୍କ ଫ୍ୟାନ୍ସଙ୍କୁ ଭେଟି; 'ମୁଫାସା' ତେଲୁଗୁ ଭର୍ସନ ଟ୍ରେଲର ରିଲିଜ
'ମୁଫାସା: ଦ କିଙ୍ଗ ଲାୟନ'ର କାହାଣୀ
ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବୈରୀ ଜେନକିନସ୍ । ସେହିପରି ମୁଫାସା ଏବଂ ସ୍କାର୍ ଏରୋନ୍ ପିଅର ଏବଂ କେଲଭିନ ହୈରିସନ ଜୁନିଅର ଭଏସ ଦେଇଛନ୍ତି । 'ଦ ଲାୟନ'ର ପ୍ରିକ୍ୱେଲ 'ମୁଫାସା: ଦ କିଙ୍ଗ ଲାୟନ'ରେ 'ମୁଫାସା 'ଏବଂ ତାଙ୍କ ଭାଇ' ସ୍କାର୍'ର କାହାଣୀ ପ୍ରଦର୍ଶିତ ହୋଇଛି । ମୁଫାସାଙ୍କୁ ଏକ ଅନାଥ ସିଂହ ଛୁଆ ଭାବରେ ଚିତ୍ରଣ କରାଯାଇଛି ଯିଏ ସମସ୍ତ ସମସ୍ୟାର ସମ୍ମୁଖୀନ ହୋଇ ପରେ ନିଜକୁ ଜଣେ ଯୋଦ୍ଧା ଭାବରେ ପ୍ରତିଷ୍ଠିତ କରାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ