ହାଇଦ୍ରାବାଦ: ପ୍ରତିବର୍ଷ ପରି ବିଶ୍ୱର ସବୁଠୁ ବଡ ଫ୍ୟାଶନ ଇଭେଣ୍ଟ ମେଟ ଗାଲା ୨୦୨୪ ଅନୁଷ୍ଠିତ ହୋଇଛି । ଏହି ଇଭେଣ୍ଟରେ ହଲିଉଡର ବଡ ତାରକା ଏବଂ ଅଭିନେତ୍ରୀମାନେ ନିଜ ଫ୍ୟାଶନ ସହ ରେଡ୍ କାର୍ପେଟରେ ଗ୍ଲାମର ଲୁକରେ ନିଜର ଜଲୱା ଦେଖାଇଛନ୍ତି । କେବଳ ଏତିକି ନୁହଁ ଭାରତୀୟ ସେଲିବ୍ରିଟି ମାନେ ମଧ୍ୟ ନିଜର ସୌନ୍ଦର୍ଯ୍ୟର ଯାଦୁ ଦେଖାଇଥାନ୍ତି । ତେବେ ଏହି ସମାରୋହରେ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ପରି ଅଭିନେତ୍ରୀଙ୍କ ପରେ ଏବେ ଆଲିଆ ଭଟ୍ଟ ମେଟ ଗାଲାରେ ନିଜର ଜଲୱା ଦେଖାଇଛନ୍ତି । ଏଥିସହ ନତାଶା ପୁନାୱାଲା ଏବଂ ଇଶା ଅମ୍ୱାନୀ ଭଳି ସେଲିବ୍ରିଟି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।
ନ୍ୟୁୟର୍କର ମେଟ୍ରୋପଲିଟାନ ମ୍ୟୁଜିୟମରେ ଚଳିତ ବର୍ଷ ମେଟ ଗାଲା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ତେବେ ଶୋ'ର ଏହି ବର୍ଷର ଥିମ 'ସ୍ଲିପିଂ ବ୍ୟୁଟିଜ: ରିୱାକିଂ ଫ୍ୟାଶନ୍' ରହିଥିବା ବେଳେ ଏହି ଅନୁସାରେ ତାରକା ନଜର ଆସିଥିଲେ । ସହରରେ ଗତକାଲି ସନ୍ଧ୍ୟାରେ ଅର୍ଥାତ୍ ଭାରତୀୟ ସମୟ ଅନୁସାରେ ଆଜି ସକାଳେ ମେଟ ଗାଲାର ରେଡ କାର୍ପେଟରେ ନିଜ ନିଜ ଗ୍ଲାମର ଲୁକ ଦେଖାଇଛନ୍ତି ହଲିଉଡ ଠାରୁ ବଲିଉଡ ସେଲିବ୍ରିଟି । ଏହି ସମୟରେ ଆଲିଆ ଭଟ୍ଟ ଭାରତୀୟ ପାରମ୍ପରିକ ଲୁକରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଭାରତର ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ନିର୍ମିତ ହ୍ୱାଇଟ ରଙ୍ଗର ଫ୍ଲାଭାର ପ୍ରିଣ୍ଟେଡ ଶାଢୀ ସହ ଦେଶୀ ଲୁକରେ ମେଟ ଗାଲାରେ ନିଜର ଜଲୱା ଦେଖାଇଛନ୍ତି ।
ଆଲିଆ ଏହି ଶୋ'ରୁ ନିଜର ଫଟୋ ସେୟାର କରି ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଖୁସିବ୍ୟକ୍ତ କରିଛନ୍ତି । ଏହି ଫଟୋଗୁଡିକରେ ସେ ଭିନ୍ନ ପୋଜ ଦେଉଥିବା ଦେଖିବାକୁ ମିଳିଛି । ସେ ଫଟୋ ସେୟାର କରି ଲେଖିଛନ୍ତି, ''ମୁଁ ବହୁତ ଭଲ ଅନୁଭବ କରୁଛି ମୁଁ ବହୁତ ଉତ୍ସାହିତ ଅଛି ମାସର ପ୍ରସ୍ତୁତି, ଅନେକ ବାର୍ତ୍ତାଳାପ ଏବଂ ଏହି ଗୋଟିଏ ମୁହୂର୍ତ୍ତରେ ସବୁକିଛି ପ୍ରସ୍ତୁତ । ଏହା ସବୁ ଅତ୍ୟନ୍ତ ସ୍ୱତନ୍ତ୍ର । ଇଭେଣ୍ଟରେ ମୁଁ ଦ୍ୱିତୀୟ ଥର ପାଇଁ ଯୋଗ ଦେଉଥିବା ବେଳେ କିନ୍ତୁ ମୋର ପ୍ରଥମ ଥର ଶାଢୀ ପିନ୍ଧି ସାମିଲ ହୋଇଛି ।''