ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ପୁଣିଥରେ ଲୋକଙ୍କୁ ଭରପୁର ମନୋରଞ୍ଜନ କରିବାକୁ ପରଦାକୁ ଆସୁଛନ୍ତି ବଲିଉଡ ଲୋକପ୍ରିୟ ଷ୍ଟାର ରିତେଶ ଦେଶମୁଖ, ଅଫତାବ ଶିବସଦାନି ଏବଂ ବିବେକ ଅବରୋଏ । ପୁଣି ଉଭୟଙ୍କୁ ଏକାଠି ଦେଖିବେ ଦର୍ଶକ । ଏହି ୩ ଷ୍ଟାରଙ୍କ ଫିଲ୍ମ 'ମସ୍ତି ୪' ନେଇ ଆଜି ଘୋଷଣା ହୋଇଛି । ବିବେକ ଅବରୋଏ ନିଜ ସୋସିଆଲ ମିଡିଆରେ ଫିଲ୍ମର ଏକ ପୋଷ୍ଟର ସହ ଏହି ଘୋଷଣା କରିଛନ୍ତି ।
ବିବେକ ଅବରୋଏ ନିଜ ଇନଷ୍ଟାଗ୍ରାମରେ 'ମସ୍ତି ୪' ନେଇ ଘୋଷଣା କରିଛନ୍ତି । ସେ ଫିଲ୍ମର ଏକ ପୋଷ୍ଟର ରିଲିଜ କରିଛନ୍ତି । ସେ ଏହା ସେୟାର କରି ଲେଖିଛନ୍ତି, ''ଅତୀତରୁ ଅନ୍ତିମ ବିସ୍ଫୋରଣ ପାଇଁ ପ୍ରସ୍ତୁତ ହୁଅ । ଆମେ 'ମସ୍ତି ୪' ସହ ଫେରିଛୁ, ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ । ଏ ଝୁନଝୁନବାଲା, ଏସକେ ଅହଲୁୱାଲିଆ, ଇନ୍ଦ୍ର କୁମାର ଏବଂ ଅଶୋକ କୁମାର ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ଏଥର ଏହି ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ ମିଲାପ ଜାଭେରୀ କରିବେ । ଆମେ ଏହି ଚମତ୍କାର ଯାତ୍ରା ପାଇଁ ପ୍ରସ୍ତୁତ ।''
କହିରଖୁଛୁ କି, 'ମସ୍ତି'ର ପ୍ରଥମ ଭାଗ ୨୦୦୪ ମସିହାରେ ରିଲିଜ ହୋଇଥିଲା ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲେ ଇନ୍ଦ୍ର କୁମାର । ଏଥିସହ ୨୦୧୩ ମସିହାରେ ଗ୍ରାଣ୍ଡ ମସ୍ତି (୨ୟ ଭାଗ) ମୁକ୍ତିଲାଭ କରିଥିଲା, ଏହା ମଧ୍ୟ ଇନ୍ଦ୍ର କୁମାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଏହା ପରେ, ୨୦୧୬ ମସିହାରେ ବିବେକ, ରିତେଶ ଏବଂ ଆଫତାବଙ୍କ ତୃତୀୟ ଭାଗ 'ଗ୍ରେଟ୍ ଗ୍ରାଣ୍ଡ ମସ୍ତି' ମୁକ୍ତିଲାଭ କରିଥିଲା । ବର୍ତ୍ତମାନ ଏହାର ୪ର୍ଥ ଭାଗ ଆସିବାକୁ ଯାଉଛି ।
'ମସ୍ତି' ପ୍ରାଞ୍ଚାଇଜ ଫିଲ୍ମ ଗୁଡିକର କଲେକ୍ସନ ବିଷୟରେ କହିବାକୁ ଗଲେ, ୨୦୦୪ରେ ମୁକ୍ତିଲାଭ କରିଥିବା ମସ୍ତି ୩୪.୧୪ କୋଟି ଟଙ୍କା ବ୍ୟବସାୟ କରିଥିଲା । ଏହା ବ୍ୟତୀତ ଗ୍ରାଣ୍ଡ ମସ୍ତି ୧୫୧.୨୪ କୋଟି ଆୟ କରିଥିଲା । 'ଗ୍ରେଟ୍ ଗ୍ରାଣ୍ଡ ମସ୍ତି' ମଧ୍ୟ ପ୍ରାୟ ୧୯ କୋଟି ଆୟ କରିଥିଲା । ମସ୍ତି ସମସ୍ତ ତିନୋଟି ଭାଗ ବକ୍ସ ଅଫିସରେ ହିଟ୍ ହୋଇଥିବା ବେଳେ 'ମସ୍ତି ୪' ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ:ଦୀପଭୀରଙ୍କ ଘରକୁ ଆସିବେ ନୂଆ ଅତିଥି, ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର