ଓଡିଶା

odisha

ଚରମ ନିଷ୍ପତ୍ତି ନେଲେ ମଲାଇକାଙ୍କ ବାପା ଅନୀଲ ମେହେତା, କାରଣ ଅସ୍ପଷ୍ଟ - Malaika Arora Father Death

By ETV Bharat Entertainment Team

Published : Sep 11, 2024, 1:07 PM IST

Malaika Arora Father Anil Arora Death: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା ଅନୀଲ ମେହେତାଙ୍କ ଦେହାନ୍ତ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ, ମଲାଇକାଙ୍କ ବପା ଅନୀଲ ଜୀବନ ହାରିଥିବା ଜଣାପଡିଛି । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଜୀବନ ହାରିଲେ ମଲାଇକାଙ୍କ ବାପା ଅନୀଲ ଆରାରୋ, କାରଣ ଅସ୍ପଷ୍ଟ
ଜୀବନ ହାରିଲେ ମଲାଇକାଙ୍କ ବାପା ଅନୀଲ ଆରାରୋ, କାରଣ ଅସ୍ପଷ୍ଟ (IANS, Instagram)

ହାଇଦ୍ରାବାଦ:ଆଉ ନାହାନ୍ତି ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପିତା ଅନୀଲ ମେହେତା । ପୋଲିସ ସୂଚନା ଅନୁସାରେ ମଲାଇକା ଆରୋରାଙ୍କ ବାପା ଛାତରୁ ଡେଇଁ ଜୀବନ ହାରିଛନ୍ତି । ଏହି ଘଟଣା ପରେ ମଲାଇକାଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଆଶ୍ଚର୍ଯ୍ୟ କରିଛି । ଖବର ଶୁଣି ଅରବାଜ ଖାନ ମଲାଇକାଙ୍କ ଘରେ ପହଞ୍ଚିଛନ୍ତି । ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ମୁମ୍ବାଇ ପୋଲିସ ଅଭିନେତ୍ରୀଙ୍କ ଘରେ ପହଞ୍ଚି ତଦନ୍ତ ଚଳାଇଛି ।

ଜୀବନ ହାରିଲେ ମଲାଇକାଙ୍କ ବାପା ଅନୀଲ ମେହେତା (ETV Bharat Odisha)

ଜୀବନ ହାରିଲେ ଅନୀଲ ମେହେତା

ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସର ବିବୃତ୍ତି ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ କହିଛି, 'ଅଭିନେତ୍ରୀ ତଥା ମଡେଲ ମଲାଇକା ଆରୋରାଙ୍କ ବାପା ଛାତରୁ ଡେଇଁ ଜୀବନ ହାରିଛନ୍ତି । ସୂଚନା ଅନୁଯାୟୀ, ସେପ୍ଟେମ୍ବର 11, ଆଜି (ବୁଧବାର) ସକାଳ ପ୍ରାୟ 9 ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ବାନ୍ଦ୍ରାସ୍ଥିତ ତାଙ୍କ ଘର ଛାତରୁ ଡେଇଁ ଜୀବନ ହାରିଛନ୍ତି । ତେବେ ମଲାଇକାଙ୍କ ବାପା କାହିଁକି ଏପରି ଚରମ ନିଷ୍ପତ୍ତି ନେେଲେ ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ:ହୃଦଘାତରେ ଆଖି ବୁଜିଲେ ଟିଭି ଅଭିନେତା ବିକାଶ ସେଠୀ, ଇମୋସନାଲ ପୋଷ୍ଟ ଲେଖିଲେ ପତ୍ନୀ ଜାହ୍ନବୀ

ଜୀବନ ହାରିଲେ ମଲାଇକାଙ୍କ ବାପା ଅନୀଲ ମେହେତା (IANS)

ମଲାଇକାଙ୍କ ଘରେ ପହଞ୍ଚିଲେ ଅରବାଜ

ଏହି ସମୟରେ ମଲାଇକା ମଧ୍ୟ ପୁଣେରୁ ମୁମ୍ବାଇ ପହଞ୍ଚିଛନ୍ତି । ସେପଟେ ଏହି ଘଟଣା ଖବର ଶୁଣି ମଲାଇକାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କ ତାଙ୍କ ଘରେ ପହଞ୍ଚିଥିବା ନଜର ଆସିଛନ୍ତି । ଅରବାଜଙ୍କୁ ମଲାଇକାଙ୍କ ଆପାର୍ଟମେଣ୍ଟ ବାହାରେ ଦେଖିବାକୁ ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତଦେହ ପୋଷ୍ଟମର୍ଟମ ପାଇଁ ବାବା ଡାକ୍ତରଖାନାକୁ ନିଆଯାଇଛି । ସେପଟେ ଏହି ଖବର ଶୁଣିବା ପରେ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ବର୍ତ୍ତମାନ ମଲାଇକାଙ୍କ ଘରକୁ ଆସୁଥିବାର ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ:ଅରବାଜଙ୍କ ପରେ ବିବାହ କରିବେ ମଲାଇକା ! କହିଲେ ଯିଏ ବି ଆସୁ ମୁଁ ବିବାହ କରିବାକୁ ପ୍ରସ୍ତୁତ

କହିରଖୁଛୁ କି, ମଲାଇକା ମହାରାଷ୍ଟ୍ରର ଥାନେରେ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ସେ 11 ବର୍ଷ ବୟସରେ ତାଙ୍କ ପିତାମାତା ଛାଡପତ୍ର ହୋଇଥିଲେ ଏବଂ ସେ ତାଙ୍କ ମା ଏବଂ ଭଉଣୀ ଅମୃତା ଆରୋରାଙ୍କ ସହ ଚେମ୍ବୁରକୁ ପଳାଇଥିଲେ । ତାଙ୍କ ମାତା ଜୋଏସ୍ ପଲିକାର୍ପ ଜଣେ ମାଲାୟାଲୀ ଖ୍ରୀଷ୍ଟିଆନ ଏବଂ ତାଙ୍କ ପିତା ଅନୀଲ ମେହେତା ଜଣେ ପଞ୍ଜାବୀ ଥିଲେ, ଯିଏକି ଭାରତୀୟ ବ୍ୟବସାୟୀ ନୌସେନାରେ କାର୍ଯ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details