ଓଡିଶା

odisha

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ସ୍ୱର ଉଠାଇଲେ ବଲିଉଡରୁ ଓଲିଉଡ ଅଭିନେତ୍ରୀ, କହିଲେ-'ଆମେ କେଉଁ ସ୍ୱାଧୀନତା ପାଇଛୁ ?' - Celebs On Kolkata Rape Murder Case

By ETV Bharat Odisha Team

Published : Aug 16, 2024, 11:58 AM IST

Kolkata Rape Murder Case: ନିକଟରେ କୋଲକାତାରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମାମଲାରେ ସମଗ୍ର ଦେଶରେ ପ୍ରତିବାଦର ସ୍ୱର ଜୋର ଧରିଛି । ଏପରି ସମୟରେ ସ୍ୱାଧୀନତା ଦିବସ ଅବସରରେ ଏହାକୁ ପାଳନ କରିବା ପରିବର୍ତ୍ତେ ଅନେକ ସେଲିବ୍ରିଟି ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ଏହା ବିରୋଧରେ ସ୍ୱର ଉଠାଇଛନ୍ତି । ବଲିଉଡରୁ ଓଲିଉଡ ଯାଏଁ ଅନେକ ଅଭିନେତ୍ରୀ ଏହାକୁ ବିରୋଧ କରି ସୋସିଆଲ ମିଡିଆରେ ଝିଅ ମାନଙ୍କ ସୁରକ୍ଷା ଏବଂ ମୃତ ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ,

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ସ୍ୱର ଉଠାଇଲେ ବଲିଉଡରୁ ଓଲିଉଡ ଅଭିନେତ୍ରୀ, କହିଲେ-''ଆମେ କେଉଁ ସ୍ୱାଧୀନ ପାଇଛୁ ?''
କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ସ୍ୱର ଉଠାଇଲେ ବଲିଉଡରୁ ଓଲିଉଡ ଅଭିନେତ୍ରୀ, କହିଲେ-''ଆମେ କେଉଁ ସ୍ୱାଧୀନ ପାଇଛୁ ?'' (Instagram)

ହାଇଦ୍ରାବାଦ:ଅନେକ ସେଲିବ୍ରିଟି ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନେକ ଦେଶ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥିଲେ । ଏପରି ସମୟରେ କିନ୍ତୁ ବଲିଉଡରୁ ଓଲିଉଡ ଅଭିନେତ୍ରୀ ଦେଶ ପ୍ରକୃତରେ ସ୍ୱାଧୀନତା ଅଛି କି ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ସୂଚନା ଅନୁସାରେ, ନିକଟରେ କୋଲକାତାରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମାମଲାରେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଛି । ସାରା ଦେଶରେ ଏନେଇ ପ୍ରତିବାଦ ଏବଂ ଆନ୍ଦୋଳନ ଜୋର ଧରିଛି । ଏପରି ସମୟରେ ଅନେକ ସେଲିବ୍ରିଟି ମଧ୍ୟ ଘଟଣାକୁ ଦୃଢ ନିନ୍ଦା କରିବା ସହ ଏହା ବିରୋଧରେ ସ୍ୱର ଉଠାଇଛନ୍ତି । ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଠାରୁ ଆରମ୍ଭ କରି କରୀନା କପୁର ଖାନ, ଓଲିଉଡ ରିୟା ଦେଙ୍କ ଠାରୁ ଆରମ୍ଭ କରି ଶୀତଲ ପାତ୍ର ଯାଏଁ ଅଭିନେତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ବିରୋଧ କରିଛନ୍ତି ଏବଂ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ସେଲିବ୍ରିଟିଙ୍କ ପୋଷ୍ଟ (instagram)

ରିୟା ଦେ-ଶୀତଲ ପାତ୍ରଙ୍କ ପୋଷ୍ଟ

ଓଡ଼ିଆ ଅଭିନେତ୍ରୀ ରିୟା ଦେ ଏବଂ ଶୀତଲ ପାତ୍ର ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ଉଭୟ କୋଲକାତାର ମହିଳା ଡାକ୍ତରଙ୍କ ଘଟଣା ନେଇ ସ୍ୱର ଉଠାଇଛନ୍ତି ଏବଂ ମହିଳା କେବେ ସୁରକ୍ଷିତ ଏବଂ ସ୍ୱାଧୀନ ହେବେ ବୋଲି ପ୍ରଶ୍ନ କରିଛନ୍ତି ।

ସେଲିବ୍ରିଟିଙ୍କ ପୋଷ୍ଟ (instagram)

କରୀନା-ପ୍ରୀତି ଏହି ପୋଷ୍ଟ କରିଥିଲେ

ବଲିଉଡ ଅଭିନେତ୍ରୀ କରୀନା କପୁର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କୋଲକାତାର ମହିଳା ଡାକ୍ତରଙ୍କ ସହ ଘଟିଥିବା ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଲେଖିଛନ୍ତି - 12 ବର୍ଷ ପରେ ବି ସମାନ କାହାଣୀ, ସମାନ ବିରୋଧ କିନ୍ତୁ ଆମେ ପରିବର୍ତ୍ତନକୁ ଅପେକ୍ଷା କରିଛୁ।'' ସେହିପରି ପ୍ରୀତି ଜିଣ୍ଟା ଲେଖିଛନ୍ତି, ''ଆମେ ଦୁନିଆର ପଞ୍ଚମ ବୃହତ୍ତମ ଅର୍ଥନୀତି। ନିର୍ବାଚନରେ ​​63 ପ୍ରତିଶତ ମହିଳା ଭୋଟର ଅଛନ୍ତି। ମହିଳାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଏହା ଆସିଛି ସମୟ । ଏହା ଅତ୍ୟନ୍ତ ଦୁଃଖଦାୟକ ।''

ରିୟା ଦେଙ୍କ ପୋଷ୍ଟ (instagram)

ମଲାଇକା ଆରୋରାଙ୍କ ପୋଷ୍ଟ

ମଲାଇକା ଆରୋରା ନିଜ ପୋଷ୍ଟରେ ଲେଖିଛନ୍ତି, ''ବର୍ତ୍ତମାନ 78 ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି ହେଲେ ଆମେ କେଉଁ ସ୍ୱାଧୀନତା ପାଳନ କରୁଛୁ? ପୁନର୍ବାର ଏକ ପଦଯାତ୍ରା... ଏକ ବିରୋଧ । କିଛି ଦିନ ପାଇଁ ... ଯେପର୍ଯ୍ୟନ୍ତ ଅନ୍ୟ ଏକ ଘଟଣା ସାମ୍ନାକୁ ଆସେ ।''

ରିଚା ଚଡ୍ଡାଙ୍କ ପୋଷ୍ଟ

ରିଚା ଚଡ୍ଡା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, 'ମୁଁ ସ୍ୱାଧୀନତା ଦିବସ ସେଦିନ ପାଳନ କରିବି ଯେତେବେଳେ ଆମେ ସମସ୍ତେ ମଧ୍ୟରାତ୍ରିରେ ସ୍ୱାଧୀନତା ପାଇବୁ। ଏବେ ଦେଶରେ ୭୮ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ହେଲେ କଣ ଦେଶ ସତରେ ସ୍ୱାଧୀନ କି ? ମହିଳାମାନେ ଏକଜୁଟ ହୁଅ । ଅନ୍ୟାୟ ବିରୋଧରେ ସ୍ୱର ଉଠାଅ । ଏଥିସହ ସେ କୋଲକାତା ହତ୍ୟାକାଣ୍ଡ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।''

ଅନେକ ଅଭିନେତ୍ରୀଙ୍କ ବିରୋଧ

ଏହା ବିରୋଧରେ ସ୍ୱର ଉତ୍ତୋଳନ କରି ମୃଣାଲ ଠାକୁର ପୋଷ୍ଟ କରିଛନ୍ତି, ''୧୨ ବର୍ଷ ମଧ୍ୟରେ ମଧ୍ୟ କିଛି ପରିବର୍ତ୍ତନ ହୋଇନାହିଁ, ଡାକ୍ତର ହେବା ଅପରାଧ ନୁହେଁ, ଏହି ଦେଶରେ ଭରସା କରିବା ଏକ ଅପରାଧ । ଏପରି ସମୟରେ ସ୍ୱାଧୀନତା ପାଳନ କରିବା ଅତ୍ୟନ୍ତ ଦୁଃଖଦାୟକ । ଏମାନଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ, ଜାନଭୀ କପୁର, ସାରା ଅଲି ଖାନ, ଆଲିଆ ଭଟ୍ଟ, କିଆରା ଆଡଭାନୀ, ମୀରା କପୁର, ରାଶି ଖାନ୍ନା, ସାନିଆ ମିର୍ଜା, କ୍ରିତି ସାନନ ଏହି ଅଭିନେତ୍ରୀଙ୍କୁ ଦୃଢ ନିନ୍ଦା କରିବା ସହ ମହିଳାଙ୍କୁ ସୁରକ୍ଷା ଦିଆଯାଉ ବୋଲି ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:କୋଲକାତା ଡାକ୍ତର ଦୁଷ୍କର୍ମ- ହତ୍ୟା ମାମଲା: ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, OPD ସେବା ଠପ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details