ଓଡିଶା

odisha

28 ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ 'ଲାପତା ଲେଡିଜ', ଟିମକୁ ସଫଳତାର ଶ୍ରେୟ ଦେଲେ କିରଣ ରାଓ - KIRAN RAO ON LAAPATAA LADIES OSCARS

By ETV Bharat Entertainment Team

Published : 5 hours ago

Kiran Rao On Laapataa Ladies Entry in Oscar: ଓସ୍କାର 2025 ପାଇଁ ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗରେ କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ' ଅଫିସିଆଲ୍ ଏଣ୍ଟ୍ରି କରିଛି । ଚଳିତ ବର୍ଷ ରିଲିଜ ହୋଇଥିବା 28 ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ ହୋଇଛି ଏହି ଫିଲ୍ମ । ଯାହାକୁ ନେଇ ସୋସିଆଲ ମିଡିଆ ଜରିଆରେ ଖୁସିବ୍ୟକ୍ତ କରିଛନ୍ତି କିରଣ ରାଓ ।

Laapataa Ladies Oscar Entry
'ଲାପତା ଲେଡିଜ' ଓସ୍କାର ଏଣ୍ଟ୍ରି (ANI, film poster)

ହାଇଦ୍ରାବାଦ:ଅନ୍ତର୍ଜାତୀୟ ସ୍ତରରେ ଚମକିବ ବଲିଉଡ ଫିଲ୍ମ 'ଲାପତା ଲେଡିଜ' । 5 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ଏବେ ବିଶ୍ୱ ସ୍ତରରେ ଜଲୱା ଦେଖାଇବାକୁ ଯାଉଛି । ଏହି ଫିଲ୍ମ ବର୍ତ୍ତମାନ ଓସ୍କାର 2025 ପାଇଁ ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗରେ ମନୋନୀତ ହୋଇଛି । ଯାହାକୁ ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ଘୋଷଣା କରିଛି । ଚଳିତ ବର୍ଷ ରିଲିଜ ହୋଇଥିବା 29 ହାଇ ବଜେଟ୍ ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ ହୋଇ ସଫଳତା ହାତେଇଛି ଏହି ଫିଲ୍ମ । ଯାହାକୁ ନେଇ ସୋସିଆଲ ମିଡିଆ ଜରିଆରେ ଖୁସିବ୍ୟକ୍ତ କରିଛନ୍ତି କିରଣ ରାଓ । ସେ ଟିମକୁ କୃତଜ୍ଞତା ଜଣାଇ କହିଛନ୍ତି, ''ଚୟନରେ ସେ ଅତ୍ୟନ୍ତ ସମ୍ମାନିତ ଏବଂ ଅତ୍ୟଧିକ ଆନନ୍ଦିତ । ଏହି ସଫଳତା ତାଙ୍କ ଟିମର କଠିନ ପରିଶ୍ରମ ଏବଂ ନିଷ୍ଠାର ପ୍ରମାଣ ।''

ଟିମକୁ ଶ୍ରେୟ ଦେଲେ କିରଣ ରାଓ

ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କିରଣ ରାଓ ଖୁସିବ୍ୟକ୍ତ କରିବା ସହ ପୁରା ଟିମକୁ କୃତଜ୍ଞତା ଜଣାଇଛନ୍ତି । ସେ ଲେଖିଛନ୍ତି, "ମୁଁ ଅତ୍ୟନ୍ତ ସମ୍ମାନିତ ଏବଂ ଅତ୍ୟନ୍ତ ଖୁସି ଯେ ଆମ ଚଳଚ୍ଚିତ୍ର 'ଲାପତା ଲେଡିଜ' ଏକାଡେମୀ ପୁରସ୍କାରରେ ଭାରତର ଅଫିସିଆଲ୍ ପ୍ରବେଶ ଭାବରେ ମନୋନୀତ ହୋଇଛି । ଏହି ସଫଳତା ମୋର ସମଗ୍ର ଟିମ୍ ଅକ୍ଲାନ୍ତ ପରିଶ୍ରମର ପ୍ରମାଣ । ଯାହାଙ୍କ ସମର୍ପଣ ଏବଂ ଉତ୍ସାହ ଏହି କାହାଣୀକୁ ଜୀବନ୍ତ କରିଥିଲା । ମୁଁ ଆଶା କରୁଛି ଯେ ଏହି ଚଳଚ୍ଚିତ୍ରଟି ଭାରତରେ ଥିବାରୁ ସାରା ବିଶ୍ୱରେ ଦର୍ଶକ ପସନ୍ଦ କରିବେ । ମୁଁ ଚୟନ କମିଟି ଏବଂ ଏହି ଚଳଚ୍ଚିତ୍ରରେ ବିଶ୍ୱାସ ରଖୁଥିବା ସମସ୍ତଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି । ଚଳିତ ବର୍ଷ ଏହିପରି ଆଶ୍ଚର୍ଯ୍ୟଜନକ ଭାରତୀୟ ଚଳଚ୍ଚିତ୍ର ମଧ୍ୟରେ ମନୋନୀତ ହେବା ପ୍ରକୃତରେ ଗୌରବର ବିଷୟ, ଯେଉଁମାନେ ଏହି ସମ୍ମାନର ଯୋଗ୍ୟ ପ୍ରତିଯୋଗୀ ଅଟନ୍ତି । "

28 ଫିଲ୍ମକୁ ପକାଇଲା ପଛରେ

ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ରିଲିଜ ହୋଇଥିବା ଆନିମଲ, କିଲ୍, କଲ୍କି 2898 AD, ଶ୍ରୀକାନ୍ତ, ଚନ୍ଦୁ ଚାମ୍ପିଅନ୍, ଜୋରାମ, ମୈଦାନ, ସାମ ବାହାଦୂର, ଆର୍ଟିକିଲ 370, ମାଲାୟାଲମ୍ ଚଳଚ୍ଚିତ୍ର ଅଟାମ, ବାଜହଇ ସମେତ 28 ଟି ଚଳଚ୍ଚିତ୍ର ବିରୋଧରେ ପ୍ରତିଯୋଗୀତା କରିଥିଲା । ସମସ୍ତହ୍କୁ ପଛରେ ପକାଇ ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗରେ କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ' ଏଣ୍ଟ୍ରି କରିଛି ।

ଏହା ମଧ୍ୟ ପଢନ୍ତୁ:ଓସ୍କାର 2025ରେ ଏଣ୍ଟ୍ରି କଲା 'ଲାପତା ଲେଡିଜ', ଏହି କାଟାଗୋରୀରେ ମନୋନୀତ

ଫିଲ୍ମର କାହାଣୀ କ’ଣ?

'ଲାପତା ଲେଡିଜ୍' ହେଉଛି ଏକ କମେଡି ଡ୍ରାମା ଫିଲ୍ମ । ବିବାହ ପରେ ନିଖୋଜ ଥିବା ଦୁଇଜଣ ମହିଳାଙ୍କ ଏହା ହେଉଛି କାହାଣୀ । ଏହି ଚଳଚ୍ଚିତ୍ରର କାହାଣୀ ସୁରଜମୁଖୀ ଗାଁର ବାସିନ୍ଦା ଦୀପକ (ସ୍ପର୍ଶ ଶ୍ରୀବାସ୍ତବ) ଙ୍କ ଠାରୁ ଆରମ୍ଭ ହୋଇଛି, ଯିଏକି ତାଙ୍କ ନବ ବିବାହିତ ପତ୍ନୀ ଫୁଲ୍ (ନିତାଂଶି ଗୋୟଲ) କୁ ପ୍ରଥମ ଥର ପାଇଁ ତାଙ୍କ ଶାଶୁ ଘରକୁ ନେଇ ଯାଉଛନ୍ତି । କିନ୍ତୁ ଫୁଲ୍ ହଠାତ୍ ଟ୍ରେନରେ ବଳି ଯାଆନ୍ତି ଏବଂ ଦୀପକ ଫୁଲ୍ ବଦଳରେ ଅନ୍ୟ ଜଣେ ମହିଳା (ପ୍ରତୀଭା ରାଣ୍ଟା)ଙ୍କୁ ଘରକୁ ନେଇ ଆସୁଛନ୍ତି । ଏହା ପରେ, ତାଙ୍କ ଜୀବନରେ ଏପରି କିଛି ଘଟଣା ଘଟେ, ଯାହା ବେଶ ମଜାଦାର ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details