ଓଡିଶା

odisha

By ETV Bharat Odisha Team

Published : Feb 23, 2024, 8:13 PM IST

ETV Bharat / entertainment

'ଦ କ୍ରୁ' କାଷ୍ଟଙ୍କ ପ୍ରଥମ ଲୁକ ଆଉଟ୍, ମାର୍ଚ୍ଚ ୨୯ରେ ମୁକ୍ତିଲାଭ

The Crew first look out: କରିନା କପୁର ଖାନ, କ୍ରିତି ସାନନ ଏବଂ ତବୁଙ୍କ ଫିଲ୍ମ 'ଦ କ୍ରୁ' ବହୁତ ସମୟରୁ ଚର୍ଚ୍ଚାରେ ରହିଛି । ଆଜି (23 ଫେବୃୟାରୀ)ରେ 'ଦ କ୍ରୁ'ର ନିର୍ମାତା ଫିଲ୍ମର ସମସ୍ତ କାଷ୍ଟଙ୍କ ପ୍ରଥମ ଲୁକ ରିଲିଜ କରିଛନ୍ତି । ଅଧିକ ପଢ଼ନ୍ତୁ,

'ଦ କ୍ରୁ' କାଷ୍ଟଙ୍କ ପ୍ରଥମ ଲୁକ ଆଉଟ୍
'ଦ କ୍ରୁ' କାଷ୍ଟଙ୍କ ପ୍ରଥମ ଲୁକ ଆଉଟ୍

ମୁମ୍ବାଇ: କରିନା କପୁର ଖାନ, କ୍ରିତି ସାନନ ଏବଂ ତବୁଙ୍କ ଫିଲ୍ମ 'ଦ କ୍ରୁ' ବହୁତ ସମୟରୁ ଚର୍ଚ୍ଚାରେ ରହିଛି । ତେବେ ପ୍ରଥମ ଥର ପାଇଁ ଏହି ତିନି ଅଭିନେତ୍ରୀଙ୍କୁ ଏକା ସାଙ୍ଗରେ ବଡ଼ ପରଦାରେ ଦେଖିବାକୁ ମିଳିବ । ଏହି ଫିଲ୍ମର ଘୋଷଣା ପରଠାରୁ ଫ୍ୟାନ୍ସ ମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ କରୀନା, ତବୁ ଏବଂ କ୍ରିତି ତିନିଜଣ ବଲିଉଡ ଅଭିନେତ୍ରୀ ଏୟାର ହଷ୍ଟେସ୍ ଭାବେ ନଜର ଆସିବେ । ଏହାରି ଭିତରେ ଆଜି ଅର୍ଥାତ ଫେବୃଆରୀ 23 ତାରିଖରେ ତିନି ଅଭିନେତ୍ରୀଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏୟାର ହଷ୍ଟେସ ଲୁକରେ କରୀନା କପୁର ଖାନ, କ୍ରିତି ସାନନ ଏବଂ ଅଭିନେତ୍ରୀ ତବୁଙ୍କୁ ବହୁତ ପସନ୍ଦ କରିଛନ୍ତି ଦର୍ଶକ । ଏହି ଫିଲ୍ମଟି ଆସନ୍ତା 29 ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ।

ରିଲିଜ ହୋଇଥିବା ପୋଷ୍ଟରରେ କରିନାଙ୍କ ଫଟୋରେ Steal It, ତବୁଙ୍କ ଫଟୋରେ Risk It ଏବଂ କ୍ରିତିଙ୍କ ଫଟୋରେ Fake It ଲେଖାଥିବା ଦେଖିବାକୁ ମିଳିଛି । ସମସ୍ତ ତିନୋଟି ଅଭିନେତ୍ରୀ ନିଜ ନିଜର ପ୍ରଥମ ଲୁକକୁ ସେୟାର କରିଛନ୍ତି । ପୋଷ୍ଟ କ୍ୟାପସନରେ ରେଡ଼ି ଫର ଚେକ-ଇନ, ଟାଇମ ଟୁ ଫ୍ଲାଏ ୱିଥ ଦ କ୍ରୁ ମାର୍ଚ୍ଚ 29ରେ ପ୍ରେକ୍ଷାଳୟରେ ପହଞ୍ଚିବା ଲେଖି ତିନି ଜଣ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଅର୍ଥାତ ଫେବୃଆରୀ 2 ତାରିଖରେ କରୀନା କପୁର ଏବଂ ଫିଲ୍ମ ନିର୍ମାତାମାନେ ଫିଲ୍ମର ରିଲିଜ ତାରିଖ ସହିତ ଟିଜର ମଧ୍ୟ ରିଲିଜ କରିଥିଲେ । ରାଜେଶ କୃଷ୍ଣନଙ୍କ ନିର୍ଦ୍ଦେଶିତ 'ଦ କ୍ରୁ' ରିୟା କପୁର ଏବଂ ଏକତା କପୁରଙ୍କ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟି ନିର୍ମିତ ହୋଇଛି । ତେବେ ଏହି ଚଳଚ୍ଚିତ୍ରରେ ପଞ୍ଜାବୀ ଗାୟକ ତଥା ଅଭିନେତା ଦଲଜୀତ ଦୋସାଞ୍ଜ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ ଅନିଲ କପୁରଙ୍କ ଝିଅ ରିଆ କପୁର ଏବଂ ଲୋକପ୍ରିୟ ଫିଲ୍ମ ପ୍ରଡ୍ୟୁସର ଏକତା କପୁରେ ପ୍ରଡ୍ୟୁସ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....'ଦ କ୍ରୁ' ଟିଜର ଆଉଟ, ଏୟାର ହୋଷ୍ଟେସ ଭୂମିକାରେ ତବୁ-କରୀନା-କ୍ରିତି

ନିର୍ମାତାଙ୍କ ଅନୁଯାୟୀ, ଏହି ଚଳଚ୍ଚିତ୍ର ମାର୍ଚ୍ଚ ୨୯, ୨୦୨୪ରେ ରିଲିଜ ହେବ । ରାଜେଶ କୃଷ୍ଣନଙ୍କ ନିର୍ଦ୍ଦେଶିତ 'ଦ କ୍ରୁ' ରିୟା କପୁର ଏବଂ ଏକତା କପୁରଙ୍କ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟି ନିର୍ମିତ ହୋଇଛି । ଗତ ବର୍ଷ (୨୦୨୩)ରେ ଏହି ଚଳଚ୍ଚିତ୍ରର ଘୋଷଣା କରାଯାଇଥିଲା । ଫିଲ୍ମର ସୁଟିଂ ମୁମ୍ବାଇ ଏବଂ ଆବୁଧାବିରେ କରାଯାଇଛି । କରୀନା କପୁର, ତବୁ ଏବଂ କ୍ରିତି ସାନନଙ୍କ ବ୍ୟତୀତ ଏଥିରେ କପିଲ ଶର୍ମା ମଧ୍ୟ କ୍ୟାମିଓ ରୋଲରେ ନଜର ଆସିବେ । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରଟି ତିନିଜଣ ମହିଳାଙ୍କ ଉପରେ ଆଧାରିତ, ଯେଉଁମାନେ ବିମାନରେ କ୍ରୁ ଭାବରେ କାର୍ଯ୍ୟ କରନ୍ତି । ତିନିଜଣ ନିଜ ଜୀବନକୁ ଆଗକୁ ନେବାକୁ ଚେଷ୍ଟା କରି ଦିନରାତି ବ୍ୟସ୍ତ ରୁହନ୍ତି । ପରେ ତିନିଜଣ ଗୋଟିଏ ଜାଲରେ ଫସି ଯାଆନ୍ତି । ଏହି ଜାଲ ଭିତରେ ପୁରା କାହାଣୀର ମୂଳ ଅଛି । ଫିଲ୍ମରେ କମେଡିର ତଡକା ମଧ୍ୟ ଲଗାଯାଇଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details