ହାଇଦ୍ରାବାଦ:ଅଡୁଆରେ ଛନ୍ଦି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ । ସେ ଜଣେ ବୃଦ୍ଧାଙ୍କୁ କାରରେ ଧକ୍କା ଦେବା ଏବଂ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କୁହାଯାଉଥିଲା ଯେ ରବୀନା ମଦ୍ୟପାନ କରି ମହିଳା ଏବଂ ତାଙ୍କ ପରିବାରକୁ ଆକ୍ରମଣ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହା ଫଳରେ ରବୀନାଙ୍କୁ ଲୋକେ ଟ୍ରୋଲ କରୁଥିବା ବେଳେ ମୁମ୍ବାଇ ପୋଲିସ କିନ୍ତୁ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି । ଘଟଣାର ସିସିଟିଭି ଆଧାରରେ ଘଟଣାର ସତ୍ୟାସତ୍ୟ ପ୍ରକାଶ କରିବା ସହ ଅଭିନେତ୍ରୀଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛି । ସେପଟେ ଘଟଣାକୁ ନେଇ ବର୍ତ୍ତମାନ ବଲିଉଡ କୁଇନ କଙ୍ଗନା ରାଣାୱତ ରବୀନାଙ୍କୁ ସମର୍ଥନ କରିଛନ୍ତି ।
ରବୀନା ଟଣ୍ଡନଙ୍କ କାର୍ ଧକ୍କା ଓ ମାରପିଟ ଅଭିଯୋଗ; ମୁମ୍ୱାଇ ପୋଲିସର ଖୁଲାସା
ଘଟଣା ନେଇ ମୁମ୍ବାଇ ପୋଲିସ କହିଛି ଯେ କିଛି ଲୋକ ମଦ୍ୟପାନ କରୁଥିବା ସମୟରେ ରବୀନା ଟଣ୍ଡନ ଏବଂ ତାଙ୍କ ଡ୍ରାଇଭରଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ପରେ ଯେତେବେଳେ ପୋଲିସ ଅନୁସନ୍ଧାନ ବେଳେ ସିସିଟିଭି ଫୁଟେଜ ଦେଖିଥିଲା ସେତେବେଳେ ସେମାନେ ସତ୍ୟ ଜାଣିବାକୁ ପାଇଥିଲେ । ମାମଲା ଆକ୍ରମଣର ସ୍ତରରେ ପହଞ୍ଚି ନାହିଁ । ଉଭୟଙ୍କ ମଧ୍ୟରେ କେବଳ ଯୁକ୍ତିତର୍କ ହୋଇଥିଲା । ପୋଲିସ ଆହୁରି କହିଛି ଯେ, ଆମେ କୌଣସି ଦଳରୁ କୌଣସି ଲିଖିତ ଅଭିଯୋଗ ଗ୍ରହଣ କରିନାହୁଁ। ଏହି କାରଣରୁ କୌଣସି ମାମଲା ରୁଜୁ କରାଯାଇନାହିଁ, କାହାରି କିଛି କ୍ଷତି ହୋଇନାହିଁ ।
କଙ୍ଗନା ରାଣାୱତଙ୍କ ପ୍ରତିକ୍ରିୟା