ଓଡିଶା

odisha

ETV Bharat / entertainment

ପଞ୍ଜାବରେ 'ଏମରଜେନ୍ସି' ବ୍ୟାନ୍ ଦାବି ନେଇ କଙ୍ଗନାଙ୍କ ପ୍ରତିକ୍ରିୟା, 'ଏହା କଳାକାର ପାଇଁ ଅତ୍ୟାଚାର..' - KANGANA RANAUT EMERGENCY

ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ 'ଏମରଜେନ୍ସି'କୁ ପଞ୍ଜାବରେ ବ୍ୟାନ୍ କରିବା ଦାବି ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କ'ଣ କହିଛନ୍ତି ? ଜାଣନ୍ତୁ,

kangana ranaut reacts on the demand of ban emergency
kangana ranaut reacts on the demand of ban emergency (film poster)

By ETV Bharat Entertainment Team

Published : Jan 17, 2025, 3:34 PM IST

ହାଇଦ୍ରାବାଦ:କଙ୍ଗନା ରାଣାୱତଙ୍କ ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ 'ଏମରଜେନ୍ସି' ଆଜି ୧୭ ଜାନୁଆରୀରେ ସିନେମା ହଲରେ ମୁକ୍ତିଲାଭ କରିଛି । କିନ୍ତୁ ଏହାର ବିବାଦ ଏବେ ବି ଥମିବାର ନାଁ ନେଉନାହିଁ । ବାଂଲାଦେଶରେ'ଏମରଜେନ୍ସି'କୁ ବ୍ୟାନ୍ କରାଯାଇଥିବା ବେଳେ ଅନ୍ୟ ଦେଶରେ ମଧ୍ୟ ଅନେକ ଲୋକ ଏହାକୁ ବିରୋଧ କରୁଛନ୍ତି । ପଞ୍ଜାବର ଲୋକମାନେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି । ପଞ୍ଜାବରେ ବଢ଼ୁଥିବା ପ୍ରତିବାଦ ଉପରେ କଙ୍ଗନା ପ୍ରତିକ୍ରିୟା ଦେଇଛନ୍ତି ।

କଙ୍ଗନା ରାଣାୱତ ଏହା କହିଛନ୍ତି

ପଞ୍ଜାବ ବିଧାୟକ ସୁଖପାଲ ସିଂ ଖୈରାଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି କଙ୍ଗନା ଲେଖିଛନ୍ତି, 'ଏହା କଳା ଏବଂ କଳାକାରଙ୍କ ପ୍ରତି ସମ୍ପୂର୍ଣ୍ଣ ଅତ୍ୟାଚାର, ପଞ୍ଜାବର ଅନେକ ସହରରୁ ରିପୋର୍ଟ ଆସୁଛି ଯେ ଏହି ଲୋକମାନେ 'ଏମରଜେନ୍ସି' ସ୍କ୍ରିନିଂ ହେବାକୁ ଦେଉନାହାଁନ୍ତି । ମୁଁ ସମସ୍ତ ଧର୍ମ ପ୍ରତି ବହୁତ ସମ୍ମାନ କରେ ଏବଂ ଚଣ୍ଡିଗଡ଼ରେ ଅଧ୍ୟୟନ ଏବଂ ବଢ଼ିବା ପରେ, ମୁଁ ଶିଖ ଧର୍ମକୁ ବହୁତ ନିକଟରୁ ପାଳନ କରିଛି ଏବଂ ଅନୁସରଣ କରିଛି । ଏହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମୋର ଛବିକୁ ଖରାପ କରିବା ଏବଂ ମୋ ଫିଲ୍ମକୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଉଛି ।'

ପଞ୍ଜାବରେ ବ୍ୟାନ୍ ଦାବି

'ଏମରଜେନ୍ସି'ରେ ଶିଖ ସମ୍ପ୍ରଦାୟକୁ ଭୁଲ ଭାବେ ଉପସ୍ଥାପନା କରାଯାଇଥିବା ଅଭିଯୋଗ ହୋଇଛି । ଫିଲ୍ମର ଟ୍ରେଲର ରିଲିଜ ହେବା ପର ଠାରୁ ବିରୋଧ କରାଯାଉଥିଲା । ଯାହା ପରେ ଫିଲ୍ମକୁ ଅନେକ ସିନ କାଟି ସହ ବହୁତ ଏଡିଟିଂ କରାଯାଇଥିଲା । ଏହା ପରେ 'ଏମରଜେନ୍ସି' ରିଲିଜକୁ ଅନୁମତି ମିଳିଥିଲା । ହେଲେ ଏହା ସତ୍ତ୍ୱେ ବି ଫିଲ୍ମ ଆଜି ରିଲିଜ ହୋଇଥିବା ବେଳେ ପଞ୍ଜାବରେ ପୁଣି ବିରୋଧ କରାଯାଇଛି । ସିନେମା ହଲ୍ ସାମ୍ନାରେ କଳାପତାକା ଧରି ଫିଲ୍ମକୁ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପ୍ରଥମ ଦିନର ଶୋ' ବାତିଲ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:ରିଲିଜ ପୂର୍ବରୁ ଏହି ଦେଶରେ ବ୍ୟାନ ହେଲା କଙ୍ଗନାଙ୍କ ଫିଲ୍ମ 'ଏମରଜେନ୍ସି'

ବାଂଲାଦେଶରେ ବ୍ୟାନ୍

ଏହି ଫିଲ୍ମକୁ ବାଂଲାଦେଶରେ ବ୍ୟାନ କରାଯାଇଛି । ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବାରୁ କଙ୍ଗନାଙ୍କ ଏହି ଫିଲ୍ମ ବାଂଲାଦେଶରେ ମୁକ୍ତିଲାଭ କରିବ ନାହିଁ । ରିପୋର୍ଟ ଅନୁସାରେ, "ବାଂଲାଦେଶରେ 'ଏମରଜେନ୍ସି'ର ରିଲିଜ ଉପରେ ରୋକ୍ ଲଗାଇବାର ନିଷ୍ପତ୍ତି ଭାରତ ଏବଂ ବାଂଲାଦେଶ ମଧ୍ୟରେ ବର୍ତ୍ତମାନର ତିକ୍ତ ସମ୍ପର୍କ ସହିତ ଜଡିତ । ଏହି ଫିଲ୍ମ କଣ୍ଟେଣ୍ଟ କମ୍ ଏବଂ ଦୁଇ ଦେଶ ମଧ୍ୟରେ ଚାଲୁଥିବା ରାଜନୈତିକ ଉତ୍ତେଜନା ପରିସ୍ଥିତି ସହ ଅଧିକ ଜଡିତ । ଏଥିସହ ଏହି ଚଳଚ୍ଚିତ୍ରଟି ବାଂଲାଦେଶୀ ଉଗ୍ରବାଦୀମାନଙ୍କ ଦ୍ୱାରା ମୁଜିବୁରହମାନଙ୍କ ହତ୍ୟା ଚିତ୍ର ମଧ୍ୟ ଦର୍ଶାଯାଇଛି, ଯାହା କାରଣରୁ ଫିଲ୍ମକୁ ବାଂଲାଦେଶରେ ବ୍ୟାନ କରାଯାଇଛି ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details