ଓଡିଶା

odisha

ETV Bharat / entertainment

ବକ୍ସ ଅଫିସରେ 'କଲ୍କି' ଯାଦୁ, ୬ଷ୍ଠ ଦିନରେ ୩୦୦ କୋଟି ପାର୍ - Kalki 2898 AD BO Collection Day 6

Kalki 2898 AD BO Collection Day 6: ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'କଲ୍କି ୨୮୯୮AD' । ଫିଲ୍ମ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଥିବା ବେଳେ ଏହାର କଲେକ୍ସନରେ ମଧ୍ୟ ବୃଦ୍ଧି ପାଉଛି । ଫିଲ୍ମ ରିଲିଜର ୬ ଦିନ ମଧ୍ୟରେ ୩୦୦ କୋଟି ପାର୍ କରି ନୂଆ ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ,

ବକ୍ସ ଅଫିସରେ 'କଲ୍କି' ଯାଦୁ, ୬ଷ୍ଠ ଦିନ ମଧ୍ୟରେ ୩୦୦ କୋଟି ପାର୍ କଲା ଫିଲ୍ମ
ବକ୍ସ ଅଫିସରେ 'କଲ୍କି' ଯାଦୁ, ୬ଷ୍ଠ ଦିନ ମଧ୍ୟରେ ୩୦୦ କୋଟି ପାର୍ କଲା ଫିଲ୍ମ (ETV Bharat Odisha)

By ETV Bharat Odisha Team

Published : Jul 3, 2024, 2:16 PM IST

ହାଇଦ୍ରାବାଦ:ଦୀପିକା ପାଦୁକୋନ୍ ଏବଂ ପ୍ରଭାସଙ୍କ ଚଳଚ୍ଚିତ୍ର 'କଲ୍କି 2898 AD' ରିଲିଜ୍ ହେବା ଦିନଠାରୁ ପରଦାରେ ଧମାକା କରୁଛି । ଫିଲ୍ମ ଦିନକୁ ଦିନ କ୍ରେଜ ବଢୁଥିବା ବେଳେ ଥିଏଟରରେ ଭିଡ଼ ଜମୁଛି । ଫଳରେ ବକ୍ସ ଅଫିସରେ ମଧ୍ୟ ଫିଲ୍ମ ଧୂଆଁଧାର କଲେକ୍ସନ କରୁଛି । ଏହିପରି ଫିଲ୍ମ ରିଲିଜର ଏକ ସପ୍ତାହ ମଧ୍ୟ ପୂରିନଥିବା ବେଳେ ଫିଲ୍ମ ନିଜ ବଜେଟର ଅଧା ଟଙ୍କା କଲେକ୍ସନ କରିସାରିଲାଣି । ୬୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବର୍ତ୍ତମାନ ୬ଷ୍ଠ ଦିନରେ ୩୦୦ କୋଟିରୁ ଅଧିକ ଟଙ୍କା ଆୟ କରି ସଫଳତା ହାସଲ କରିଛି ।

ରିଲିଜ୍ ହେବାର ଷଷ୍ଠ ଦିନରେ 'କଲ୍କି 2898 AD' କେତେ ରୋଜଗାର କଲା?

'କଲ୍କି 2898 AD' ହିନ୍ଦୀ ସମେତ ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ ଭଳି ଭାଷାରେ ରିଲିଜ କରିଥିବା ବେଳେ ସମସ୍ତ ଭାଷାରେ ଫିଲ୍ମ ଭଲ ପ୍ରଦର୍ଶନ କରୁଛି । ପ୍ରଥମ ଦିନରେ ୯୫.୩ କୋଟି ଆୟ କରିଥିବା ବେଳେ ବର୍ତ୍ତମାନ ୬ଷ୍ଠ ଦିନରେ ମଧ୍ୟ ଫିଲ୍ମର ଜଲୱା ଦେଖିବାକୁ ମିଳିଛି । ଫିଲ୍ମ ୬ଷ୍ଠ ଦିନରେ ସମସ୍ତ ଭାଷାରେ ୨୭. ୯୫ କୋଟି କଲେକ୍ସନ କରିଥିବା ବେଳେ ମୋଟ ୩୭୧ କୋଟି ଆୟ କରି ସଫଳତା ହାସଲ କରିଛି ।

କଲ୍କି 2898 AD: ବକ୍ସ ଅଫିସ କଲେକ୍ସନ

  • ଜୁନ ୨୭, ପ୍ରଥମ ଦିନ- ୯୫.୩ କୋଟି
  • ଜୁନ ୨୮, ଦ୍ୱିତୀୟ ଦିନ- ୫୯.୩ କୋଟି
  • ଜୁନ ୨୯, ତୃତୀୟ ଦିନ- ୬୬.୨ କୋଟି
  • ଜୁନ ୩୦, ଚତୁର୍ଥ ଦିନ- ୮୮.୨ କୋଟି
  • ଜୁଲାଇ ୧, ପଞ୍ଚମ ଦିନ- ୩୪.୧୫ କୋଟି
  • ଜୁଲାଇ ୨, ୬ଷ୍ଠ ଦିନ- ୨୭. ୯୫ କୋଟି

ଫିଲ୍ମର ମୋଟ କଲେକ୍ସନ ୩୭୧.୧ କୋଟି ଟଙ୍କାକୁ ବୃଦ୍ଧି

'କଲ୍କି' ଏହି ଫିଲ୍ମର ରେକର୍ଡ ଭାଙ୍ଗିଛି

'କଲ୍କି' ରିଲିଜ୍ ହେବାର ଷଷ୍ଠ ଦିନରେ ମଧ୍ୟ 27.85 କୋଟି ଟଙ୍କା ଆୟ କରି ଚଳଚ୍ଚିତ୍ରଟି ଆନିମଲ, ବାହୁବଲୀ ୨, ପଠାନ, ଧୁମ 3 ଏବଂ ଜବାନର ଷଷ୍ଠ ଦିନର ରୋଜଗାରର ରେକର୍ଡ ଭାଙ୍ଗିଛି ।

  • ଷଷ୍ଠ ଦିନରେ 'ଆନିମଲ' ୨୭.୮ କୋଟି ଟଙ୍କା ଆୟ କରିଥିଲା
  • 'ବାହୁବଲୀ ୨' ଷଷ୍ଠ ଦିନରେ ୨୬ କୋଟି ଟଙ୍କା ରୋଜଗାର କରିଥିଲା
  • ଷଷ୍ଠ ଦିନରେ 'ପଠାନ' ୨୫.୫ କୋଟି ଟଙ୍କା ଆୟ କରିଥିଲା।
  • ରିଲିଜର ଷଷ୍ଠ ଦିନରେ 'ଧୁମ୍ ୩' ର ଆୟ ୨୪.୫୭ କୋଟି ଟଙ୍କା ଥିଲା
  • ଷଷ୍ଠ ଦିନରେ ଜବାନ ୨୪ କୋଟି ଟଙ୍କା ଆୟ କରିଥିଲା

ଏହା ମଧ୍ୟ ପଢନ୍ତୁ:ଓଡ଼ିଶାରେ 'କଲ୍କି' କ୍ରେଜ; ଭୁବନେଶ୍ୱର-ବ୍ରହ୍ମପୁରରେ ଶୋ' ହାଉସଫୁଲ, ଶ୍ରେଷ୍ଠ ଫିଲ୍ମ ଟ୍ୟାଗ ଦେଲେ ଦର୍ଶକ

ଖୁବଶୀଘ୍ର ବଜେଟ ମୂଲ୍ୟ ଆୟ କରିପାରେ 'କଲ୍କି'

‘କଲ୍କି 2898 AD’ 600 କୋଟି ଟଙ୍କା ବଜେଟ୍ ସହିତ ନିର୍ମିତ ଏକ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ୬ ଦିନରେ ୩୭୦ କୋଟି ଆୟ କରି ଏହାର ବଜେଟ ମୂଲ୍ୟର ଅଧାରୁ ଅଧିକ ଆୟ କରିଛି । ତେବେ ଯଦି ଚଳଚ୍ଚିତ୍ରଟି ଯେଉଁ ଦୈନିକ ୨୦କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛି ତାହା ହେଲେ ଫିଲ୍ମ ଖୁବଶୀଘ୍ର ନିଜ ବଜେଟ ମୂଲ୍ୟ ଆୟ କରିପାରିବ । କଲ୍କି 2898ADର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସମେତ ଅଭିନେତା କମଲ ହାସନ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details