ଓଡିଶା

odisha

By ETV Bharat Odisha Team

Published : Feb 13, 2024, 11:08 AM IST

ETV Bharat / entertainment

'ଭୁଲ ଭୁଲେୟା ୩'ରେ ଏଣ୍ଟ୍ରି କରିବେ କି ଅକ୍ଷୟ କୁମାର ? କାଷ୍ଟକୁ ନେଇ ଖୁଲାସା କଲେ ନିର୍ଦ୍ଦେଶକ

Bhool Bhulaiyaa 3: 'ଭୁଲ ଭୁଲେୟା ୩'ରେ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲନଙ୍କ ନଜର ଆସିବା ନେଇ ନିଶ୍ଚିନ୍ତ କରିଛନ୍ତି ନିର୍ଦ୍ଦେଶକ ଆନିସ ବାଜମି । ବର୍ତ୍ତମାନ ଏଥିରେ ଅକ୍ଷୟ କୁମାର ମଧ୍ୟ ନଜର ଆସିବା ନେଇ କୁହାଯାଉଥିବା ପ୍ରତିକ୍ରିୟା ଦେଇଛନ୍ତି ନିର୍ଦ୍ଦେଶକ । ଅଧିକ ପଢନ୍ତୁ

'ଭୁଲ ଭୁଲେୟା ୩'ରେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି! କାଷ୍ଟକୁ ନେଇ ଖୁଲାସା କଲେ ଆନିସ ବାଜମି
'ଭୁଲ ଭୁଲେୟା ୩'ରେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି! କାଷ୍ଟକୁ ନେଇ ଖୁଲାସା କଲେ ଆନିସ ବାଜମି

ହାଇଦ୍ରାବାଦ: ସୁପରହିଟ୍ ଫ୍ରାଞ୍ଚାଇଜ୍ 'ଭୁଲ୍ ଭୁଲେୟା'ର ଦୁଇଟି ଭାଗ ହିଟ୍ ହେବା ପରେ ଫିଲ୍ମ ନିର୍ମାତା ବର୍ତ୍ତମାନ ତୃତୀୟ ଭାଗ ପାଇଁ ପ୍ରସ୍ତୁତ ହେଉଛନ୍ତି । ନିକଟରେ ନିର୍ଦ୍ଦେଶକ ଆନିସ ବାଜମି 'ଭୁଲ ଭୁଲେୟା ୩' ଘୋଷଣା କରିଥିବା ବେଳେ ଏହାର କାଷ୍ଟକୁ ନେଇ ମଧ୍ୟ ଖୁଲାସା କରିଛନ୍ତି । ସେ ଫିଲ୍ମ ପାଇଁ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲନଙ୍କ ନାଁ ସୁନିଶ୍ଚିନ୍ତ କରିଛନ୍ତି । ଏଥିସହ ଏଥିରେ ଅକ୍ଷୟ କୁମାର ନଜର ଆସିବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ବର୍ତ୍ତମାନ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ନିର୍ଦ୍ଦେଶକ । ସେ କହିଛନ୍ତି, ''ମୁଁ ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ଚାହୁଁଛି, ହେଲେ ଫିଲ୍ମରେ ତାଙ୍କ ପାଇଁ କିଛି ଭୂମିକା ନାହିଁ ।''

'ଭୁଲ ଭୁଲେୟା ୩'ରେ ରୁହୁ ବାବା ଭୂମିକାରେ କାର୍ତ୍ତିକ ଆର୍ଯ୍ୟନ ଏବଂ ମଞ୍ଜୁଲିକା ଭୂମିକାରେ ବିଦ୍ୟା ବାଲନ ନଜର ଆସିବା ନେଇ କନଫର୍ମ ହୋଇଛି । ବିଦ୍ୟା ବାଲନଙ୍କ ପରି ପୁଣି ଅକ୍ଷୟ କୁମାର ମଧ୍ୟ ଏହି ଫିଲ୍ମରେ ନଜର ଆସିବା ନେଇ ନିର୍ଦ୍ଦେଶକ ଆନିସ ବାଜମି ଖୁଲାସା କରିଛନ୍ତି । ସେ କହିଛନ୍ତି, ''ନା, ଅକ୍ଷୟ କୁମାର 'ଭୁଲ ଭୁଲେୟା ୩'ର ଅଂଶ ନୁହଁନ୍ତି । ମୁଁ ତାଙ୍କ ସହ କାମ କରିବାକୁ ବ୍ୟଗ୍ର, କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ତାଙ୍କ ପାଇଁ ଫିଲ୍ମର ସ୍କ୍ରିପ୍ଟ କରିବାରେ ସକ୍ଷମ ହୋଇନାହିଁ ଯେଉଁଠାରେ ଆମେ ଏକାଠି କାମ କରିପାରିବୁ । ଭବିଷ୍ୟତରେ ଆମେ ନିଶ୍ଚିତ ଭାବରେ ଏକାଠି ପୁଣି କାମ କରିବୁ ।''

ସେପଟେ ଏହି ଫିଲ୍ମରେ ବିଦ୍ୟା ବାଲନଙ୍କ ସହ କାମ କରିବା ନେଇ ନିର୍ଦ୍ଦେଶକ ଉତ୍ସାହିତ ଥିବା କହିଛନ୍ତି । ସେ ବିଦ୍ୟାଙ୍କ ପ୍ରଶଂସା କରି କହିଛନ୍ତି, ''ବିଦ୍ୟା ମୋର ଫିଲ୍ମ 'ଥ୍ୟାଙ୍କ ୟୁ' ରେ ୩ ଦିନ କାମ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ । ମୋର ମନ ଅଛି ମୁଁ ଏଥିପାଇଁ ତାଙ୍କୁ ଫୋନ କରିଥିଲି ଏବଂ ସେ ବିଳମ୍ବ ନକରି ମୋତେ ସହଯୋଗ କରିବାକୁ ହଁ କହିଥିଲେ । ଏହି କଥା ମୁଁ କେବେ ଭୁଲିପାରିବି ନାହିଁ । ଏବେ ପୁଣି ସେ ମୋତେ ସହଯୋଗ କରିବା ନେଇ ମୁଁ ଧନ୍ୟବାଦ ଜଣାଉଛି ଏବଂ ମୁଁ ବେଶ ଉତ୍ସାହିତ ରହିଛି ।'' ସେପଟେ 'ଭୁଲ ଭୁଲେୟା ୩'ର ସୁଟିଂ ନେଇ ନିର୍ଦ୍ଦେଶକ କହିଛନ୍ତି ଯେ, ଫିଲ୍ମର ସୁଟିଂ ଚଳିତ ବର୍ଷ ମାର୍ଚ୍ଚରେ ଆରମ୍ଭ ହେବ ଏବଂ ମାର୍ଚ୍ଚ ୧୦ରୁ ପ୍ରଥମ ଦିନର ସୁଟିଂ ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ:ଭୁଲ ଭୁଲେୟା ୩ରେ କିୟାରା ଆଉଟ ସାରା ଇନ୍‌, ନଜର ଆସିବେ ଏକ୍ସ ଯୋଡି

କହିରଖୁଛୁ କି, 'ଭୁଲ୍ ଭୁଲେୟା' ପ୍ରଥମ ଭାଗରେ ଅକ୍ଷୟ କୁମାର, ବିଦ୍ୟା ବାଲନ, ଶାହନି ଅହୁଜା ଏବଂ ଅମିଶା ପଟେଲ ନଜର ଆସିଥିଲେ । ଏହି ଫିଲ୍ମ ୨୦୦୭ରେ ରିଲିଜ ହୋଇଥିଲା । ଏହା ବେଶ ଲୋକପ୍ରିୟତା ସହ ସଫଳତା ହାସଲ କରିଥିଲା । ଏହାପରେ ଏହାର ସିକ୍ୱେଲ 'ଭୁଲ୍ ଭୁଲେୟା ୨' ମେ ୨୦, ୨୦୨୨ରେ ମୁକ୍ତିଲାଭ କରିଥିବା ବେଳେ କାର୍ତ୍ତିକ ଆର୍ଯ୍ୟନ, ତବୁ ଏବଂ କିଆରା ଆଡଭାନୀ ନଜର ଆସିଥିଲେ । ଏହି ଫିଲ୍ମ ମଧ୍ୟ ପ୍ରଥମ ଭାଗ ପରି ଦର୍ଶକଙ୍କ ମନ ଜିତିଥିଲା । ତେବେ ଏହାର ୩ୟ ଭାଗ ଚଳିତ ବର୍ଷ ଦୀପାବଳୀରେ ରିଲିଜ କରିବାକୁ ନିର୍ମାତା ଯୋଜନା କରିଥିବା ବେଳେ ପୂର୍ବ ୨ଟି ଭାଗ ପରି ଏହା ବି ସମାନ ସଫଳତା ହାସଲ କରିବ ବୋଲି ଆଶା ରହିଛି ।

ABOUT THE AUTHOR

...view details