ଓଡିଶା

odisha

ଶ୍ରେୟସଙ୍କ ମୃତ୍ୟୁ ଖବର ଶୁଣି ଚିନ୍ତାରେ ଝିଅ; ମୁହଁ ଖୋଲିଲେ ଅଭିନେତା, ଟ୍ରୋଲର୍ସଙ୍କୁ କଲେ ଏହା ଅନୁରୋଧ - Shreyas Talpade On Death Rumours

By ETV Bharat Odisha Team

Published : Aug 20, 2024, 3:34 PM IST

Shreyas Talpade Reacts On Death Rumours: ଶ୍ରେୟସ ତଲପେଡଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଯାହାକୁ ନେଇ ଅଭିନେତାଙ୍କ ପରିବାର ଚିନ୍ତାରେ ରହିଛନ୍ତି। ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ଏକ ପୋଷ୍ଟ ଜାରି କରି ମୃତ୍ୟୁ ଖବରକୁ ଗୁଜବ ବୋଲି କହିବା ସହ ଟ୍ରୋଲର୍ସଙ୍କୁ ଏପରି ନ କରିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ,

ଶ୍ରେୟସଙ୍କ ମୃତ୍ୟୁ ଖବର ଶୁଣି ଚିନ୍ତାରେ ଝିଅ; ମୁହଁ ଖୋଲିଲେ ଅଭିନେତା, ଟ୍ରୋଲର୍ସଙ୍କୁ କଲେ ଏହା ଅନୁରୋଧ
ଶ୍ରେୟସଙ୍କ ମୃତ୍ୟୁ ଖବର ଶୁଣି ଚିନ୍ତାରେ ଝିଅ; ମୁହଁ ଖୋଲିଲେ ଅଭିନେତା, ଟ୍ରୋଲର୍ସଙ୍କୁ କଲେ ଏହା ଅନୁରୋଧ (ETV Bharat Odisha)

ହାଇଦ୍ରାବାଦ:ବଲିଉଡ ଅଭିନେତା ଶ୍ରେୟସ ତଲପଡେଙ୍କ ବିଷୟରେ ଏକ ମିଥ୍ୟା ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ପୋଷ୍ଟରେ ଅଭିନେତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲା। ଏହି ଖବର ଦେଖିବା ପରେ ଶ୍ରେୟସଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଅଭିନେତାଙ୍କ ପରିବାର ମଧ୍ୟ ଚିନ୍ତାରେ ପଡିଥିଲେ । ଏହାରି ମଧ୍ୟରେ ଏବେ ଶ୍ରେୟସ ତାଙ୍କ ମୃତ୍ୟୁର ମିଥ୍ୟା ଖବର ଉପରେ ମୁହଁ ଖୋଲିଛନ୍ତି। ସେ ଏହାକୁ ଗୁଜବ କହିବା ସହ ସେ ଜୀବିତ, ଖୁସି ଏବଂ ସୁସ୍ଥ ଥିବା କହିଛନ୍ତି । ଏଥିସହ ସେ ଟ୍ରୋଲର୍ସଙ୍କୁ ଏପରି ମିଥ୍ୟା ଖବର ପ୍ରସାରଣ ନ କରିବାକୁ ଅନୁରୋଧ କରିଛନ୍ତି ।

ଚିନ୍ତାରେ ଶ୍ରେୟସଙ୍କ ପରିବାର

ଶ୍ରେୟସ ମିଥ୍ୟା ମୃତ୍ୟୁ ଖବରକୁ ନେଇ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଏହି ପୋଷ୍ଟରେ ଲେଖିଛନ୍ତି, 'ମୁଁ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୁଁ ଜୀବିତ, ଖୁସି ଏବଂ ସୁସ୍ଥ ଅଛି । ମୋର ମୃତ୍ୟୁ ହୋଇଥିବା ନେଇ ଏକ ପୋଷ୍ଟ ଦେଖିଲି। ମୁଁ ଜାଣେ ଥଟ୍ଟା କରିବାର ସୀମା ଅଛି, କିନ୍ତୁ ଯେତେବେଳେ ଏହାର ଅପବ୍ୟବହାର ହୁଏ ଏହା କ୍ଷତିକାରକ ହୋଇପାରେ। କେହି କେହି ଏହାକୁ ଥଟ୍ଟା ଭାବରେ ଆରମ୍ଭ କରିଥିବେ କିନ୍ତୁ ଏହା ମୋ ପରିବାରକୁ ଅନାବଶ୍ୟକ ଅସୁବିଧାରେ ପକାଇ ଦେଇଛି। ଏହା ସେମାନଙ୍କ ଭାବନା ସହ ଖେଳାୟାଉଛି।

ଝିଅ ବାରମ୍ୱାର ମୋତେ 'ତୁମେ କେମିତି ଅଛ' ବୋଲି ପଚାରୁଛି

ଶ୍ରେୟସ୍ ଆହୁରି ଲେଖିଛନ୍ତି, 'ମୋର ସାନ ଝିଅ ଯିଏ ପ୍ରତିଦିନ ସ୍କୁଲ ଯାଏ ମୋ ସ୍ୱାସ୍ଥ୍ୟ ପାଇଁ ସେ ଏବେ ବହୁତ ଚିନ୍ତିତ । ସେ ମୋତେ ପଚାରୁଛି ମୁଁ ଠିକ ଅଛି କି? ଏହି ମିଥ୍ୟା ଖବର ତାଙ୍କୁ ଅଧିକ ଦୁଃଖ ଦେଇଛି ଏବଂ ତାଙ୍କୁ ଅଧିକ ପ୍ରଶ୍ନ ପଚାରିବାକୁ ବାଧ୍ୟ କରିଛି। ଯେଉଁମାନେ ଏହି ପ୍ରକାରର ବିଷୟବସ୍ତୁ ପ୍ରସାରଣ କରୁଛନ୍ତି ସେମାନେ ଦୟାକରି ଏହାକୁ ବନ୍ଦ କରନ୍ତୁ। ଏହା ଅନ୍ୟ ଜଣଙ୍କ ଉପରେ କି ପ୍ରଭାବ ପକାଇବ ସେ ବିଷୟରେ ଚିନ୍ତା କରନ୍ତୁ। କିଛି ଲୋକ ପ୍ରକୃତରେ ମୋ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତି ଏବଂ ଏହି ପ୍ରକାର ପରିହାସ ହୃଦୟ ବିଦାରକ ଅଟେ।

ଟ୍ରୋଲର୍ସଙ୍କୁ କଲେ ଏହା ଅନୁରୋଧ

କେବଳ ଟାର୍ଗେଟ କରାଯାଉଥିବା ବ୍ୟକ୍ତି ଏହା ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ, ବରଂ ପରିବାର ସହ ଏବଂ ବିଶେଷକରି ଛୋଟ ପିଲାମାନଙ୍କ ପରି ଯେଉଁମାନେ ଏହି ପରିସ୍ଥିତିକୁ ସଂପୂର୍ଣ୍ଣ ବୁଝିବାକୁ ସକ୍ଷମ ନୁହଁନ୍ତି। ସେମାନଙ୍କୁ ଉପରେ ଏଭଳି ବିଷୟ ଅଧିକ ପ୍ରଭାବ ପକାଇଥାଏ । ଦୟାକରି ଏହାକୁ ବନ୍ଦ କରନ୍ତୁ । କାହା ସହ ଏପରି କର ନାହିଁ । ମୁଁ ଚାହେଁ ନାହିଁ ଏହା ଆପଣଙ୍କ ସହ ହେଉ ତେଣୁ ଦୟାକରି ସମ୍ବେଦନଶୀଳ ହୁଅନ୍ତୁ ।

ଏହା ମଧ୍ୟ ପଢନ୍ତୁ: 'କ୍ଲିନିକାଲି ମୁଁ ମରିଯାଇଥିଲି', ହାର୍ଟ ଆଟାକରୁ ସୁସ୍ଥ ପରେ ଅନୁଭୂତି ବଖାଣିଲେ ଶ୍ରେୟସ

ନିକଟରେ ହୃଦଘାତର ଶିକାର ହୋଇଥିଲେ ଶ୍ରେୟସ

ସୂଚନା ଥାଉକି, ଶ୍ରେୟସ୍ ତଲପଡେ ୧୪ ଡିସେମ୍ବର ସନ୍ଧ୍ୟାରେ ନିଜ ଫିଲ୍ମର ସୁଟିଂ ସାରି ଘରକୁ ପହଞ୍ଚିବା ପରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଅଚେତ୍‌ ହୋଇଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଅନ୍ଧେରୀ ୱେଷ୍ଟ ଅଞ୍ଚଳର ବେଲଭ୍ୟୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେ ହୃଦଘାତର ଶିକାର ହୋଇଥିବା ଜାଣିବାକୁ ପାଇଲେ । ରାତି ପ୍ରାୟ ୧୦ଟା ବେଳେ ଡାକ୍ତର ଶ୍ରେୟସଙ୍କ ଆଞ୍ଜିଓପ୍ଲାଷ୍ଟି କରିଥିଲେ । ୬ ଦିନ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details