ହାଇଦ୍ରାବାଦ:ଆଜି ଜୁଲାଇ ୧୮ରେ ୪୨ ବର୍ଷରେ ପାଦ ଥାପିଲେ ବଲିଉଡ ପରେ ହଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା । ଏହି ବିଶେଷ ଦିନରେ ପରିବାରଠାରୁ ଆରମ୍ଭ କରି ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ସ୍ୱାମୀ ତଥା ହଲିଉଡ ଗାୟକ ନିକ ଜୋନାସ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ନିକ ଜୋନାସ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ କିଛି ବିଶେଷ ରୋମାଣ୍ଟିକ ଫଟୋ ସହ ପ୍ରିୟଙ୍କାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କ୍ୟାପସନରେ ଲେଖିଛନ୍ତି, 'ମୁଁ ଏତେ ଭାଗ୍ୟବାନ ଯେ ତୁମ ପରି ଜଣେ ମହିଳା ମୋ ଜୀବନରେ ଅଛନ୍ତି । ଜନ୍ମଦିନର ଶୁଭେଚ୍ଛା ମାଇ ଲଭ୍ ।'' ନିକ ସେୟାର କରିଥିବା ପ୍ରଥମ ଫଟୋରେ, ଦେଶୀ ଗାର୍ଲ ସୁଇମିଂ ପୁଲରେ କ୍ୟାମେରା ପାଇଁ ପୋଜ୍ କରୁଥିବା ଦେଖିବାକୁ ମିଳିଛି । ଦ୍ୱିତୀୟ ଫଟୋରେ ନିକ ଏବଂ ପ୍ରିୟଙ୍କା ବିଚରେ ରୋମାଣ୍ଟିକ ପୋଜରେ ନଜର ଆସିଛନ୍ତି । ତୃତୀୟ ଫଟୋରେ ପ୍ରିୟଙ୍କା ସୋଫାରେ ପୋଜ୍ କରୁଥିବା ନଜର ଆସିଥିବା ବେଳେ ଶେଷ ଫଟୋରେ ନିକ ଏବଂ ପ୍ରିୟଙ୍କା ସହ ନଜର ଆସିଛନ୍ତି ।
ସୂଚନା ଥାଉ କି, ପ୍ରିୟଙ୍କା ଏବଂ ନିକ୍ ଜୋନସ ୨୦୧୮, ଡିସେମ୍ବର ୧ ଏବଂ ୨ ରେ ଯୋଧପୁରର ଉମାଇଡ ପ୍ୟାଲେସରେ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ରୀତିନୀତିରେ ମହା ଆଡ଼ମ୍ବରରେ ବିବାହ କରିଥିଲେ । ପରେ ଏହି ଦମ୍ପତି ଦିଲ୍ଲୀ ଏବଂ ମୁମ୍ବାଇରେ ମଧ୍ୟ ଦୁଇଟି ରିସେପ୍ସନ ପାର୍ଟି କରିଥିଲେ । ଜାନୁଆରୀ ୨୦୨୨ ରେ ଏହି ଦମ୍ପତି ସରୋଗେସି ମାଧ୍ୟମରେ ଝିଅ ମାଲତୀ ମାରିଙ୍କୁ ଜନ୍ମ ଦେଇଥିଲେ । ଝିଅ ଜନ୍ମ ହେବାର 3 ମାସ ପରେ ଲାଡଲିଙ୍କ ନାଁ ଘୋଷଣା କରିଥିଲେ ପ୍ରିୟଙ୍କା ଏବଂ ଏକ ବର୍ଷ ପରେ ମାଲତୀଙ୍କ ଚେହେରା ସାର୍ବଜନୀନ କରିଥିଲେ।