ହାଇଦ୍ରାବାଦ: ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରତିଷ୍ଠା ପରେ ପୁଣିଥରେ ରାମଲାଲାଙ୍କ ଦର୍ଶନ କରିଛନ୍ତି ସାଂସଦ ତଥା ଲୋକପ୍ରିୟ ଅଭିନେତ୍ରୀ ହେମା ମାଲିନୀ । ଏହି ଅବସରରେ ଅଭିନେତ୍ରୀ ଭରତନାଟ୍ୟମ୍ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହିଛନ୍ତି । ହେମା ମାଲିନୀ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରି ଏହାର ଝଲକ ଦେଖାଇବା ସହ ନିଜର ଖୁସିବ୍ୟକ୍ତ କରିଛନ୍ତି । ଏହି ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ହେମା ମାଲିନୀ ତାଙ୍କ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ସହ ଅନେକ ଥର ଲୋକଙ୍କ ହୃଦୟ ଜିତିଆସିଛନ୍ତି । ଏଥର ସେ ଅଯୋଧ୍ୟା ରାମ ମନ୍ଦିରରେ ଭରତନାଟ୍ୟମ୍ ପରିବେଷଣ କରି ପୁଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେମା ମାଲିନୀ ଏକ ବ୍ଲୁ ରଙ୍ଗର ଶାଢୀରେ ଏହି ନୃତ୍ୟ ପ୍ରଦର୍ଶନ କରିଥିଲେ । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଅଯୋଧ୍ୟା ରାମ ମନ୍ଦିରରେ ତାଙ୍କ ପରଫର୍ମାନ୍ସର ଅନେକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, 'ମୁଁ ରାମଲାଲାଙ୍କ ପାଇଁ ଭାରତନାଟ୍ୟମ ପ୍ରଦର୍ଶନ କରିଥିଲି । ଏହା ଏକ ଆନନ୍ଦଦାୟକ ଅନୁଭୂତି ଥିଲା ଏବଂ ମୁଁ ଉତ୍ସାହର ସହ ନାଚିଲି ଯାହା ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ମୋର କିଛି ନୃତ୍ୟ ମୁହୂର୍ତ୍ତର କିଛି ଫଟୋ ଆପଣଙ୍କ ପାଇଁ ।''