ଓଡିଶା

odisha

ETV Bharat / entertainment

ରାଜନୀତିରେ ଏଣ୍ଟ୍ରି କରିବେ ଇଶା ଦେଓଲ, ହେମା ଦେଲେ ହିଣ୍ଟ - ରାଜନୀତିରେ ଯୋଗ ଦେବେ ଇଶା ଦେଓଲ

Esha Deol Join Politics: ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ହେମା ମାଲିନୀଙ୍କ ବଡ ଝିଅ ଇଶା ଦେଓଲ ତାଙ୍କ ସ୍ୱାମୀ ଭରତ ତଖତାନୀଙ୍କଠାରୁ ଅଲଗା ହୋଇଛନ୍ତି । ଇଶା ରାଜନୀତିରେ ଯୋଗ ଦେଇପାରନ୍ତି ବୋଲି ମା' ହେମା ମାଲିନୀ ହିଣ୍ଟ ଦେଇଛନ୍ତି ।

ଛାଡପତ୍ର ପରେ ଏବେ ରାଜନୀତିରେ ଯୋଗ ଦେବେ ଇଶା ଦେଓଲ!
ଛାଡପତ୍ର ପରେ ଏବେ ରାଜନୀତିରେ ଯୋଗ ଦେବେ ଇଶା ଦେଓଲ!

By ETV Bharat Odisha Team

Published : Feb 18, 2024, 4:15 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଇଶା ଦେଓଲ ନିଜ ବିବାହ ବିଚ୍ଛେଦକୁ ନେଇ ଶିରୋନାମାରେ ରହିଛନ୍ତି । ନିକଟରେ ସେ ତାଙ୍କ ସ୍ୱାମୀ ଭରତ ତଖତାନୀଙ୍କ ଠାରୁ ଅଲଗା ହୋଇଥିବା ନିଶ୍ଚିତ କରିଥିଲେ । ଏକ ନ୍ୟୁଜ ପୋର୍ଟାଲ୍ ଅନୁଯାୟୀ, ଉଭୟଙ୍କ ଛାଡପତ୍ର ହୋଇଥିବା ସମ୍ପର୍କରେ ଇଶା ଏବଂ ଭରତ ମିଳିତ ବିବୃତ୍ତି ଦେଇଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଇଶା ଦେଓଲ ରାଜନୀତିରେ ଏଣ୍ଟ୍ରି କରିବେ ବୋଲି ଜଣାପଡିଛି । ଅଭିନେତ୍ରୀଙ୍କ ମା' ହେମା ମାଲିନୀ ଏନେଇ ହିଣ୍ଟ ଦେଇଛନ୍ତି ।

ଏକ ସାକ୍ଷାତକାର ସମୟରେ ହେମା ମାଳିନୀ କହିଛନ୍ତି ଯେ ଇଶା ରାଜନୀତିରେ ବହୁତ ଆଗ୍ରହୀ । ହେମା ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ଇଶା ଆସନ୍ତା କିଛି ବର୍ଷ ମଧ୍ୟରେ ରାଜନୀତିରେ ଯୋଗ ଦେଇପାରନ୍ତି । ହେମାଙ୍କୁ ପଚରାଯାଇଥିଲା କି ତାଙ୍କ ଝିଅ ଇଶା ଏବଂ ଆହାନା ଦେଓଲ ରାଜନୀତିରେ ଯୋଗଦେବାକୁ ଆଗ୍ରହୀ କି ? ଏହା ଉପରେ ହେମା କହିଥିଲେ, ''ଇଶା ଏଥିରେ ବହୁତ ଆଗ୍ରହୀ, ସେ ଏହା କରିବାକୁ ପସନ୍ଦ କରନ୍ତି । ଯଦି ସେ ଆଗ୍ରହୀ, ତେବେ ସେ ନିଶ୍ଚିତ ଭାବରେ ଆଗାମୀ କିଛି ବର୍ଷ ମଧ୍ୟରେ ରାଜନୀତିରେ ଯୋଗଦେବେ ।''

ଏହି ସମୟରେ ହେମା ପରିବାରର ସମର୍ଥନ ସମ୍ପର୍କରେ କହିଛନ୍ତି, ''ପରିବାର ସବୁବେଳେ ମୋ ସହିତ ଅଛନ୍ତି । ସେମାନଙ୍କ ଯୋଗୁଁ ଆଜି ମୁଁ ଏଠାରେ ପହଞ୍ଚିପାରିଛି । ମୁଁ ଯାହା କରୁଛି, ଧରମ ଜୀ ଏଥିରେ ବହୁତ ଖୁସି ଅଛନ୍ତି, ସେଥିପାଇଁ ସେ ମୋତେ ସମର୍ଥନ କରନ୍ତି ।'' ରିପୋର୍ଟ ଅନୁସାରେ, ଇଶା ଏବଂ ଭରତଙ୍କ ଛାଡପତ୍ର ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ବାପା ଧର୍ମେନ୍ଦ୍ର । ସେ ଉଭୟଙ୍କ ପିଲାମାନଙ୍କ ପାଇଁ ନିଜ ସମ୍ପର୍କ ଉପରେ ଇଶା ଏବଂ ଭରତ ପୁଣି ବିଚାର କରନ୍ତୁ ବୋଲି ଚାହୁଁଛନ୍ତି ।

ଏହା ମଧ୍ୟ ପଢନ୍ତୁ:୧୧ ବର୍ଷର ବୈବାହିକ ଜୀବନରେ ବ୍ରେକ, ଅଲଗା ହେଲେ ଇଶା-ଭରତ

ସୂଚନା ଥାଉ କି, ଇଶା ଏବଂ ଭରତ ୨୦୧୨ରେ ବିବାହ କରିଥିଲେ । ଇଶା ଏବଂ ଭରତ ପ୍ରଥମ ଥର ପାଇଁ ୨୦୧୭ରେ ପିତାମାତା ହୋଇଥିଲେ । ଏହି ସମୟରେ ଇଶା ନିଜ ଝିଅ ରାଧ୍ୟାଙ୍କୁ ଜନ୍ମ ଦେଇଥିଲେ । ପରେ ଏହି ଦମ୍ପତି ୨୦୧୯ରେ ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଥିଲେ । ରାଧ୍ୟାଙ୍କୁ ୬ ବର୍ଷ ହୋଇଥିବା ବେଳେ ମୀରାୟାଙ୍କୁ ୪ ବର୍ଷ ହୋଇଛି । ଏପରି ସ୍ଥିତିରେ ବର୍ତ୍ତମାନ ବିବାହର ୧୧ ବର୍ଷ ପରେ ଇଶା ଏବଂ ଭରତ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details