ହାଇଦ୍ରାବାଦ:ଭାରତ ପ୍ରେମରେ ହଲିଉଡ ଜଣାଶୁଣା ଗାୟିକା ଦୁଆ ଲିପା । ଗ୍ରାମୀ ପୁରସ୍କାର ବିଜେତା କଣ୍ଠଶିଳ୍ପୀ ଦୁଆ ଲିପା ତାଙ୍କ ଦମଦାର ପ୍ରଦର୍ଶନ ପାଇଁ ପାଞ୍ଚ ବର୍ଷ ପରେ ପୁଣି ଭାରତ ଆସୁଛନ୍ତି । ଗାୟିକା ସୋସିଆଲ ମିଡିଆରେ ନିଜ ପୂର୍ବ ଭାରତ ଯାତ୍ରାର କିଛି ଫଟୋ ସେୟାର କରି ଦେଶରେ ନିଜ ଆଗାମୀ କନସର୍ଟର ଘୋଷଣା କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଭାରତକୁ ପ୍ରଶଂସା କରିବା ସହ ଏଠାରେ ତାଙ୍କର ପ୍ରଦର୍ଶନକୁ ନେଇ ଉତ୍ସାହିତ ଥିବା କହିଛନ୍ତି। ଦୁଆ କେବେ ଏବଂ କେଉଁଠାରେ ପ୍ରଦର୍ଶନ କରିବେ ? ଜାଣନ୍ତୁ,
ସୋସିାଲ ମିଡିଆରେ ସେୟାର କଲେ ଫଟୋ
ଅଗଷ୍ଟ 25ରେ, ସେ ଡିସେମ୍ବର 2023 ରେ ଭାରତ ଗସ୍ତର କିଛି ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ଦୁଆ ଲେଖିଛନ୍ତି, ''ଭାରତ, ମୁଁ ଫେରି ଆସୁଛି । ଏହି ବର୍ଷ ଆରମ୍ଭରେ ମୋର ଭାରତ ପରିଦର୍ଶନ ମୋର ସୁନ୍ଦର ମୁହୁର୍ତ୍ତକୁ ମନେ ପକାଉଛି । ଏହି ସ୍ଥାନକୁ ମୁଁ ବହୁତ ଭଲ ପାଏ । ଏଠାକାର ଲୋକମାନେ ବହୁତ ଭଲ ଏବଂ ଏକ ଭିନ୍ନ ସ୍ପନ୍ଦନ ଏବଂ ଶକ୍ତି ପ୍ରଦାନ କରନ୍ତି ଏବଂ ମୁଁ ନଭେମ୍ବରରେ ପୁନର୍ବାର ଆପଣଙ୍କୁ ଭେଟିବି ଏବଂ ପ୍ରଦର୍ଶନ କରିବାକୁ ଉତ୍ସାହିତ, ଅପେକ୍ଷା କରିପାରୁ ନାହିଁ ।''
ଏହି ଦିନ ହେବ ଦୁଆ ଲିପାଙ୍କ କନସର୍ଟ
ନଭେମ୍ବର 30 ରେ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସର MMRDA ଗ୍ରାଉଣ୍ଡରେ ହଲିଉଡ ଗାୟିକାଙ୍କ କନସର୍ଟ ଅନୁଷ୍ଠିତ ହେବ । HSBC ଟିକେଟ୍ ବିକ୍ରି ଆରମ୍ଭ ହେବାକୁ ଯାଉଛି । ଏହାର ତାରିଖ 27 ଅଗଷ୍ଟ ହୋଇଥିବାବେଳେ ସାଧାରଣ ବିକ୍ରୟ 29 ଅଗଷ୍ଟରୁ ଆରମ୍ଭ ହେବ । ସୂଚନା ଥାଉ କି, ଦୁଆ ଲିପା 2019 ରେ ପ୍ରଥମ ଥର ପାଇଁ ଭାରତରେ ଏକ କନସର୍ଟ କରିଥିଲେ । ନାଭି ମୁମ୍ବାଇରେ ଆୟୋଜିତ ହୋଇଥିବା ୱାନପ୍ଲସ ମ୍ୟୁଜିକ୍ ଫେଷ୍ଟିଭାଲରେ ସେ ବହୁତ ଭଲ ପ୍ରଦର୍ଶନ କରି ଭାରତୀୟ ଫ୍ୟାନ୍ସଙ୍କ ମନ ଜିତିଥିଲେ । ଏଥିସହ ସେ ଗତବର୍ଷ ରାଜସ୍ଥାନ ବୁଲିବାକୁ ଆସିଥିଲେ ।
ଏହା ମଧ୍ୟ ପଢନ୍ତୁ:ଇତିହାସ ରଚିଲେ ଦିଲଜିତ ଦୋସାଞ୍ଝା, ଭାଙ୍କୋଭର ଷ୍ଟାଡିୟମରେ କନସର୍ଟ କରିଥିବା ପ୍ରଥମ ପଞ୍ଜାବୀ ଗାୟକ
ଦୁଆ ଲିପାଙ୍କ ବିଷୟରେ କହିବାକୁ ଗଲେ,
ହଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଦୁଆ ଲିପା ମାତ୍ର 28 ବର୍ଷ ବୟସରେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଗାୟିକା ଭାବେ ସେ 2014ରେ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ୱାର୍ଣ୍ଣର ବର୍ଦସ ରେକର୍ଡସ ସହ ଏକ ରେକର୍ଡ ଚୁକ୍ତି କରି ତାଙ୍କ ସଙ୍ଗୀତ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍ ଗୀତ ଗାଇଛନ୍ତି । ସେ ନିଜ ଗୀତ ପାଇଁ ଅନେକ ନାମୀଦାମୀ ପୁରସ୍କାର ନିଜ ନାଁରେ କରିଥିବା ବେଳେ 3ଟି ଗ୍ରାମୀ ପୁରସ୍କାର ହୋତେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ