ଓଡିଶା

odisha

ETV Bharat / entertainment

300 କୋଟି ନିକଟତର 'ଗେମ ଚେଞ୍ଜର', ତୃତୀୟ ଦିନର ରୋଜଗାର ଜାଣନ୍ତୁ - GAME CHANGER COLLECTION

'ଗେମ ଚେଞ୍ଜର' ବକ୍ସ ଅଫିସରେ ରିଲିଜ୍ ହେବାର 3 ଦିନ ବିତିଗଲାଣି । ଆସନ୍ତୁ ଜାଣିବା ରାମ ଚରଣ ଅଭିନୀତ ଚଳଚ୍ଚିତ୍ରର 3 ଦିନର କଲେକ୍ସନ...

GAME CHANGER COLLECTION
GAME CHANGER COLLECTION (poster)

By ETV Bharat Entertainment Team

Published : Jan 13, 2025, 3:09 PM IST

ହାଇଦ୍ରାବାଦ:ରାମ ଚରଣ-କିଆରା ଆଡଭାନୀଙ୍କ 'ଗେମ ଚେଞ୍ଜର'ର ପ୍ରଥମ ସପ୍ତାହରେ ଭଲ ଆରମ୍ଭ ହୋଇଥିଲା । ଯଦିଓ ଫିଲ୍ମଟି ବକ୍ସ ଅଫିସରେ ଏକ ଜବରଦସ୍ତ ଓପନିଂ କରିଥିଲା, ହେଲେ ବର୍ତ୍ତମାନ ପ୍ରଥମ ସପ୍ତାହରେ ଫିଲ୍ମଟି ବକ୍ସ ଅଫିସ୍ କଲେକ୍ସନରେ ହ୍ରାସ ପାଇଛି । 50 କୋଟିରୁ ଅଧିକ ଆୟ କରି ଫିଲ୍ମ ଲୋକପ୍ରିୟତା ହାସଲ କରିଥିବା ବେଳେ ୧୦୦ କୋଟି ଟଙ୍କା ପାର୍ କରିବାରେ ଅସଫଳ ହୋଇଛି । ସେପଟେ ବିଶ୍ୱରେ 300 କୋଟି ପାଖାପାଖି ଆୟ କରିିଛି ଫିଲ୍ମ ।

'ଗେମ ଚେଞ୍ଜର' ବକ୍ସ ଅଫିସ କଲେକ୍ସନ

ସାକନିକଙ୍କ ରିପୋର୍ଟ ଅନୁଯାୟୀ, ରାମ ଚରଣଙ୍କ ଫିଲ୍ମ 'ଗେମ ଚେଞ୍ଜର' ପ୍ରଥମ ଦିନରେ ବହୁତ ଭଲ ରୋଜଗାର କରିଥିଲା । ଏହି ଚଳଚ୍ଚିତ୍ରଟି 51 କୋଟି ଟଙ୍କା ରୋଜଗାର କରିଥିଲା, ଯାହା ଚରଣଙ୍କ ଷ୍ଟାର ପାୱାର ଏବଂ ଦର୍ଶକଙ୍କ ଆଶାକୁ ପ୍ରତିଫଳିତ କରିଥିଲା। କିନ୍ତୁ ଦ୍ୱିତୀୟ ଦିନରେ ଶଙ୍କରଙ୍କ ନିର୍ଦ୍ଦେଶିତ ଫିଲ୍ମର କଲେକ୍ସନରେ 57.65 ପ୍ରତିଶତ ହ୍ରାସ ପାଇଲା । ଏହି ଫିଲ୍ମଟି ଦ୍ୱିତୀୟ ଦିନରେ ୨୧.୬ କୋଟି ଟଙ୍କାର ବ୍ୟବସାୟ କରିଥିଲା ​​ଏବଂ ଦୁଇ ଦିନରେ ୭୨.୬ କୋଟି ଟଙ୍କା ରୋଜଗାର କରିଥିଲା । ତଥାପି, ଦ୍ୱିତୀୟ ଦିନରେ ଆୟ ବହୁତ ହ୍ରାସ ପାଇଲା ଏବଂ ଏହା 21.6 କୋଟି ଟଙ୍କାର ବ୍ୟବସାୟ କରିଛି । ଏହି ଫିଲ୍ମଟି ମାତ୍ର ୧୭ କୋଟି ଟଙ୍କା ରୋଜଗାର କରିଛି । ଏହିପରି, ପ୍ରଥମ ସପ୍ତାହରେ ଫିଲ୍ମର ମୋଟ ଘରୋଇ କଲେକ୍ସନ ପ୍ରାୟ 89.6 କୋଟି ଟଙ୍କା ହୋଇଛି ।

'ଗେମ ଚେଞ୍ଜର' ବିଶ୍ୱବ୍ୟାପୀ କଲେକ୍ସନ

ରାମ ଚରଣଙ୍କ ତେଲୁଗୁ ଫିଲ୍ମ ଭାରତ ଅପେକ୍ଷା ବିଦେଶରେ ମଧ୍ୟ ରାଜ୍ କରୁଛି । ଗୋଟିଏ ପଟେ, ଫିଲ୍ମଟି ଘରୋଇ ବକ୍ସ ଅଫିସରେ 100 କୋଟି ଟଙ୍କା ମଧ୍ୟ ଛୁଇଁପାରିଲା ନାହିଁ । ଅନ୍ୟପଟେ, ଫିଲ୍ମଟି ଶୀଘ୍ର ସାରା ବିଶ୍ୱରେ 300 କୋଟି ଟଙ୍କା ପାଖାପାଖି ଆୟ କରିଛି । ଟ୍ରେଡ ଆନାଲିଷ୍ଟ ମନୋବାଲା ବିଜୟବାଲନ ଗେମ୍ ଚେଞ୍ଜରର ବିଶ୍ୱବ୍ୟାପୀ କଲେକ୍ସନ ସେୟାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:କମିଲା 'ପୁଷ୍ପା ୨' କ୍ରେଜ, 37 ଦିନରେ କମାଇଲା ମାତ୍ର ଏତିକି କୋଟି

'ଗେମ ଚେଞ୍ଜର' ବିଷୟରେ କହିବାକୁ ଗଲେ,ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ ଦ୍ୱାରା ନିର୍ମିତ କରିଥିବା ବେଳେ ଏଥିରେ ରାମ ଚରଣଙ୍କ ବ୍ୟତୀତ କିଆରା ଆଡଭାନୀ, ଅଞ୍ଜଲି, ଏସ.ଜେ ସୂର୍ଯ୍ୟ, ଶ୍ରୀକାନ୍ତ, ଜୟରାମ, ସୁନୀଲ, ସାମୁଥିରକାନି ଏବଂ ନାସରଙ୍କୁ ପ୍ରମୁଖ କଳାକାର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ରାମ ଚରଣଙ୍କ 'ଗେମ୍ ଚେଞ୍ଜର'ର ରନ୍ ସମୟ ହେଉଛି 2 ଘଣ୍ଟା 45 ମିନିଟ୍ । ନିର୍ଦ୍ଦେଶକ ଶଙ୍କର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଯିଏ ପୂର୍ବରୁ 'ହିନ୍ଦୁସ୍ତାନୀ', 'ଇଣ୍ଡିଆନ୍ ୨', 'ଅପରିଚିତ', 'ରୋବଟ୍' ଭଳି ହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details