ହାଇଦ୍ରାବାଦ:ମକର ସଂକ୍ରାନ୍ତି-ପୋଙ୍ଗଲ ଅବସରରେ ମୁକ୍ତିଲାଭ କରିଥିବା ରାମ ଚରଣ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ 'ଗେମ୍ ଚେଞ୍ଜର' ବକ୍ସ ଅଫିସରେ ଧମାକା କରିଛି । ଏହି ଫିଲ୍ମ ଦର୍ଶକଙ୍କ ମନ ଜିତିଥିବା ବେଳେ ବକ୍ସ ଅଫିସରେ ବ୍ଲକବଷ୍ଟର ଏଣ୍ଟ୍ରି କରିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ରାମ ଚରଣ ଅଭିନୀତ ଏହି ଚଳଚ୍ଚିତ୍ରଟିର ପ୍ରଥମ ଦିନ ବହୁତ ଭଲ ପ୍ରତିକ୍ରିୟା ସହ ଭଲ ବ୍ୟବସାୟ କରିଛି ।ପ୍ରଥମ ଦିନରେ ଏହା ୧୦୦ କୋଟି ଟଙ୍କା ରୋଜଗାର କରି ସାରା ବିଶ୍ୱରେ ଏକ ବ୍ଲକବଷ୍ଟର ଓପନିଂ କରିଛି । ସେହିପରି ଭାରତରେ ମଧ୍ୟ 50 କୋଟି ଟଙ୍କା ଅତିକ୍ରମ କରିବାରେ ସଫଳ ହୋଇଛି। ହେଲେ ଏହା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା 2' ଏବଂ ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା: ପାର୍ଟ 1'ର ରେକର୍ଡ ଭାଙ୍ଗିପାରିନାହିଁ।
'ଗେମ ଚେଞ୍ଜର' ପ୍ରଥମ ଦିନ କଲେକ୍ସନ
ସାକନିକଙ୍କ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, 'ଗେମ୍ ଚେଞ୍ଜର' ପ୍ରଥମ ଦିନରେ ଭାରତରେ 51.25 କୋଟି ଟଙ୍କା ଆୟ କରିଛି। ରିପୋର୍ଟ ଅନୁସାରେ, ରାମ ଚରଣ ଅଭିନୀତ ଏହି ଫିଲ୍ମଟି ତେଲୁଗୁ ଭାଷାରେ ସର୍ବାଧିକ ରୋଜଗାର କରିଛି। ଏହା ତେଲୁଗୁ ସଂସ୍କରଣରେ 42 କୋଟି ଟଙ୍କା କଲେକ୍ସନ କରିଛି ଏବଂ ତାମିଲରେ ଏହା 2.1 କୋଟି ଟଙ୍କା, ହିନ୍ଦୀରେ 7 କୋଟି ଟଙ୍କା, ମାଲାୟଲମ ଏବଂ କନ୍ନଡରେ ଏହା ଯଥାକ୍ରମେ 5 ଲକ୍ଷ ଏବଂ 1 ଲକ୍ଷ ଟଙ୍କା ବ୍ୟବସାୟ କରିଛି । ରିପୋର୍ଟ ଅନୁଯାୟୀ, 'ଗେମ ଚେଞ୍ଜର' ସାରା ଭାରତରେ ତେଲୁଗୁ ଭାଷାରେ 3863ଟି ଶୋ ପାଇଛି । ତାମିଲରେ ପ୍ରାୟ 650ଟି ଶୋ ଏବଂ ହିନ୍ଦୀରେ 2485ଟି ଶୋ ଥିଲା । ଏହି ଚଳଚ୍ଚିତ୍ରଟି କିଛି ନିର୍ଦ୍ଦିଷ୍ଟ ଥିଏଟରରେ 2D ଏବଂ IMAX 2D ରେ ମୁକ୍ତିଲାଭ କରିଛି ।
'ଗେମ୍ ଚେଞ୍ଜର' ପ୍ରଥମ ଦିନ ବିଶ୍ୱବ୍ୟାପୀ କଲେକ୍ସନ
ଫିଲ୍ମ ଇଣ୍ଡଷ୍ଟ୍ରି ଟ୍ରାକର ମନୋବାଲା ବିଜୟବାଲନ ରାମ ଚରଣଙ୍କ ନୂତନ ଫିଲ୍ମର ବିଶ୍ୱବ୍ୟାପୀ କଲେକ୍ସନ ରିପୋର୍ଟ ସେୟାର କରିଛନ୍ତି। ତାଙ୍କ ଅଫିସିଆଲ୍ ଏକ୍ସରେ ପୋଷ୍ଟଟି ସେୟାର କରି ସେ ଲେଖିଛନ୍ତି, 'ଗେମ୍ ଚେଞ୍ଜର ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୧୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି।'