ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / entertainment

'ଭିଲେନ' ହୋଇ ଭିଲେନକୁ ମାତ୍ ! ସ୍ୱତନ୍ତ୍ର ସାକ୍ଷାତକାରରେ ଖୁଲାସା କଲେ ଷ୍ଟାରକାଷ୍ଟ - INTERVIEW WITH VILLIAN ACTORS

Ardhendu-Tamanna On Villian: 'ଷଷ୍ଠରୁ ନଷ୍ଟ' ପରେ ଏବେ 'ଭିଲେନ' ହୋଇ ପରଦାକୁ ଫେରୁଛନ୍ତି ଅର୍ଦ୍ଧେନ୍ଦୁ ସାହୁ । 'ଭିଲେନ' ଦଶହରାରେ ରିଲିଜ ହେବ । ଇଟିଭି ଭାରତକୁ ଷ୍ଟାରକାଷ୍ଟ ଅର୍ଦ୍ଧେନ୍ଦୁ ଏବଂ ତମନ୍ନାଙ୍କ ସ୍ୱତନ୍ତ୍ର ସାକ୍ଷାତକାର ।

9ରେ ରିଲିଜ ଓଡ଼ିଆ ଫିଲ୍ମ 'ଭିଲେନ'
9ରେ ରିଲିଜ ଓଡ଼ିଆ ଫିଲ୍ମ 'ଭିଲେନ' (ETV Bharat Odisha)

ଭୁବନେଶ୍ୱର:ଦୁଇ ବର୍ଷ ପରେ ପରଦାକୁ ଏକାଠି ଫେରୁଛନ୍ତି ଓଡ଼ିଆ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଏବଂ ଅଭିନେତ୍ରୀ ତମନ୍ନା । 'ଭିଲେନ' ଫିଲ୍ମ ସହ ଉଭୟ କମବ୍ୟାକ କରୁଥିବା ବେଳେ ଚଳିତ ଦଶହରା ଅବସରରେ ଫିଲ୍ମ ରିଲିଜ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୯ ରେ ପରଦାରେ ମୁକ୍ତିଲାଭ କରିବ । ଯାହାକୁ ନେଇ ସମସ୍ତେ ଉତ୍ସାହିତ ଥିବା ବେଳେ ଫିଲ୍ମ ନିଶ୍ଚୟ ଦର୍ଶକଙ୍କ ମନ ଜିତିବା ସହ ଦଶହରା ବଜାର ଘାଣ୍ଟିବ ବୋଲି କହିଛନ୍ତି ଅର୍ଦ୍ଧେନ୍ଦୁ ସାହୁ ଓ ତମନ୍ନା ।

9ରେ ରିଲିଜ ଓଡ଼ିଆ ଫିଲ୍ମ 'ଭିଲେନ' (ETV Bharat Odisha)

'ଦର୍ଶକ ନିଶ୍ଚୟ ପସନ୍ଦ କରିବେ ଫିଲ୍ମ'

ଇଟିଭି ଭାରତର ସ୍ୱତନ୍ତ୍ର ସାକ୍ଷାତକାରରେ ଫିଲ୍ମର କାହାଣୀ ଏବଂ ଦଶହରା ବଜାରରେ ଫିଲ୍ମ ଦର୍ଶକଙ୍କ ଉପରେ କେତେ ପ୍ରଭାବ ପକାଇବ ସେନେଇ ପ୍ରତିକ୍ରିୟା ଦେଇଛନ୍ତି ଅର୍ଦ୍ଧେନ୍ଦୁ ସାହୁ ଏବଂ ଅଭିନେତ୍ରୀ ତମନ୍ନା । ଫିଲ୍ମର ଚରିତ୍ର ଓ କାହାଣୀକୁ ନେଇ ଅର୍ଦ୍ଧେନ୍ଦୁ କହିଛନ୍ତି, ''କଣ୍ଟାରେ କଣ୍ଟାକୁ କଢାଯାଏ । ସେହିପରି ଫିଲ୍ମରେ ଭିଲେନ୍ ହୋଇ ଭିଲେନକୁ ମରାଯାଏ । ଫିଲ୍ମର କାହାଣୀ ବହୁତ ସୁନ୍ଦର ହୋଇଛି । ଆଜିକାଲିର କାହାଣୀ ଫିଲ୍ମରେ ଦେଖିବାକୁ ପାଇବେ । ଗ୍ୟାଙ୍ଗଷ୍ଟର ଏବଂ ପଲିଟିକ୍ସ ମଧ୍ୟରେ ହେଉଥିବା ଗ୍ୟାଙ୍ଗୱାରର ଛୁଙ୍କ ଏଥିରେ ଦେଖିବାକୁ ମିଳିବ । ଫିଲ୍ମଟି ୯ ତାରିଖରେ ରିଲିଜ ହେଉଥିବା ବେଳେ ଦର୍ଶକ ଏହାକୁ ନିଶ୍ଚୟ ପସନ୍ଦ କରିବ ବୋଲି ମୋର ଆଶା ।''

ଚରିତ୍ରକୁ ନେଇ ଖୁଲାସା କଲେ ତମନ୍ନା

ସେହିପରି ତମନ୍ନା ନିଜ ଚରିତ୍ର ବିଷୟରେ ଖୁଲାସା କରି କହିଛନ୍ତି, ଫିଲ୍ମରେ ତାଙ୍କ ଜୀବନରେ ଅନେକ ସଂଘର୍ଷର ସମ୍ମୁଖୀନ ହୋଇଥିବା ବେଳେ 'ଭିଲେନ'ର ପ୍ରେମରେ ପଡନ୍ତି । ପରେ ସେ 'ଭିଲେନ' ଅର୍ଥାତ୍ ଅର୍ଦ୍ଧେନ୍ଦୁଙ୍କୁ ବିବାହ କରୁଛନ୍ତି । ଫଳରେ ତାଙ୍କ ଜୀବନରେ ଯାହା ଘଟୁଛି ତାହା ଆପଣ ଫିଲ୍ମ ଦେଖିବା ପରେ ହିଁ ଜାଣିବେ ବୋଲି ସେ କହିଛନ୍ତି । ବିବାହ ପରେ ଏହା ତମନ୍ନାଙ୍କ ପ୍ରଥମ ଫିଲ୍ମ ହୋଇଥିବା ବେଳେ ଫିଲ୍ମ ପୂରା ପରିବାର ସହ ଦେଖିବେ ବୋଲି କହିଛନ୍ତି ଏବଂ ଆଗାକୁ ମଧ୍ୟ ଅନେକ ନୂଆ ଫିଲ୍ମ କାମ କରି ଦର୍ଶକଙ୍କୁ ମନ ଜିିତିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଦୁଇ ବର୍ଷ ପରେ ପରଦାକୁ ଫେରୁଛନ୍ତି ଅର୍ଦ୍ଧେନ୍ଦୁ-ତମନ୍ନା, ଦଶହରାରେ 'ଭିଲେନ' ସହ କରିବେ ଧମାକା

ଦଶହରା ବଜାର ଘାଣ୍ଟିବ ଫିଲ୍ମ 'ଭିଲେନ'

ଦଶହରାରେ ଅନ୍ୟ ଫିଲ୍ମ ସହ କଡା ଟକ୍କର ନେଇ ତମନ୍ନା କହିଛନ୍ତି, ''ଦଶହରାରେ ଅନେକ ଷ୍ଟାରଙ୍କ ଫିଲ୍ମ ରିଲିଜ ହେଉଛି । ଯେପରିକି ଅନୁଭବ ମହାନ୍ତିଙ୍କ ଫିଲ୍ମ 'କର୍ମ', ସ୍ୱରାଜଙ୍କ 'ଖୋକାଭାଇ ତମ ପାଇ', 'ଅତିଥି' ଭଳି ଅନେକ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ 'ଭିଲେନ' ମଧ୍ୟ ଏହି ସମସ୍ତ ଫିଲ୍ମ କଡା ଟକ୍କର ଦେବାକୁ ଯାଉଛି । ତେବେ 'ଭିଲେନ' ଫିଲ୍ମ ଆକ୍ସନରେ ଭରପୁର ଥିବା ବେଳେ ଏଥିରେ ରୋମାନ୍ସ ମଧ୍ୟ ରହିଛି । ଫିଲ୍ମ କୌଣସି କପି ନାହିଁ । ଏହା ଏକ ନିଆରା ଏବଂ ନୂଆ କାହାଣୀଟିଏ ଯାହା ଲୋକଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇବା ସହ ଦଶହରା ବଜାର ଘାଣ୍ଟିବ ବୋଲି କହିଛନ୍ତି।''

ଏହା ମଧ୍ୟ ପଢନ୍ତୁ:ଅନୁଭବଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟ: ସୂର୍ଯ୍ୟମୟୀ

'ଟପୋରୀ', 'ବ୍ଲାକମେଲ' ଓ 'ମୁଁ ପରଦେଶୀ ଚଢେଇ'ରେ ନାୟକ ସାଜିଥିବା ଅର୍ଦ୍ଧେନ୍ଦୁ ସାହୁଙ୍କୁ ଦର୍ଶକ ଏଥିରେ ଗାଙ୍ଗଷ୍ଟର ଭୂମିକାରେ ପାଇବେ । ତେଣୁ ଫିଲ୍ମର ଟ୍ୟାଗ ଲାଇନ ରହିଛି 'ଭିଲେନ-ଲାଇଫ ଅଫ ଏ ଗ୍ୟାଙ୍ଗଷ୍ଟର'। ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ ତମନ୍ନା । 'ଷଷ୍ଠ ରୁ ନଷ୍ଟ' ପରେ ଉଭୟ ପୁଣି ଏହି ଫିଲ୍ମ ସହ ଏକାଠି ନଜର ଆସିବାକୁ ଯାଉଛନ୍ତି । ତେବେ ତମନ୍ନା ଏବଂ ଅର୍ଦ୍ଧେନ୍ଦୁଙ୍କ ବ୍ୟତୀତ ଫିଲ୍ମରେ ଅନ୍ୟ ଚରିତ୍ରରେ ଅଛନ୍ତି ଉଷାସୀ ମିଶ୍ର, କେକେ, ସମରେଶ, ବବି ମିଶ୍ର, ଶକ୍ତି ବରାଳ, ବ୍ରଜ ସିଂ, ଇଲୁ ବାନାର୍ଜୀ, ରବି ମିଶ୍ର, ରାଜୁ ଦାସ ଓ ସୋନୁ ନଜର ଆସିବେ । ଆଦିଲକ୍ଷ୍ମୀ ଏଣ୍ଟର୍ଟେନମେଣ୍ଟ ବ୍ୟାନରରେ ନିର୍ମିତ "ଭିଲେନ"ର ପ୍ରଯୋଜନା କରିଛନ୍ତି ଆଦିକନ୍ଦ ସାହୁ । କେ. ମୁରଲୀକ୍ରିଷ୍ଣା 'ଭିଲେନ'ର ନିର୍ଦ୍ଦେଶନା ଦେଇଥିବା ବେଳେ ଚଳଚ୍ଚିତ୍ରର ସଙ୍ଗୀତ ଦେଇଛନ୍ତି ଜାପାନୀ ଭାଇ । ଗୀତ ରଚନା କରିଛନ୍ତି ତପୁ ନାୟକ, ବାପୁ ଗୋସ୍ୱାମୀ ଓ ରଞ୍ଜନ ନାୟକ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details