ଓଡିଶା

odisha

ETV Bharat / entertainment

କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି'କୁ ମିଳିଲା ନୂଆ ରିଲିଜ ଡେଟ୍ - Emergency New Release Date - EMERGENCY NEW RELEASE DATE

Emergency New Release Date: ଅପେକ୍ଷାର ହେଲା ଅନ୍ତ । କଙ୍ଗନା ରାଣାୱତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଏମରଜେନ୍ସି'କୁ ମିଳିଲା ନୂଆ ରିଲିଜ ତାରିଖ । ତେବେ କେବେ ରିଲିଜ ହେବ ଫିଲ୍ମ? ଜାଣନ୍ତୁ

କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି'କୁ ମିଳିଲା ନୂଆ ରିଲିଜ ଡେଟ୍
କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି'କୁ ମିଳିଲା ନୂଆ ରିଲିଜ ଡେଟ୍ (ETV Bharat Odisha)

By ETV Bharat Odisha Team

Published : Jun 25, 2024, 1:00 PM IST

ହାଇଦ୍ରାବାଦ:ଗତ ବର୍ଷଠାରୁ କଙ୍ଗନା ରାଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫିଲ୍ମର ରିଲିଜ୍ ତାରିଖ କୌଣସି ନା କୌଣସି କାରଣରୁ ଦୁଇଥର ସ୍ଥଗିତ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମକୁ ନୂଆ ରିଲିଜ ତାରିଖ ମିଳିଛି । ନିର୍ମାତାମାନେ ଫିଲ୍ମରୁ କଙ୍ଗନାଙ୍କ ଏକ ନୂଆ ପୋଷ୍ଟର ରିଲିଜ କରି ଫିଲ୍ମର ରିଲିଜ ତାରିଖ ପ୍ରକାଶ କରିଛନ୍ତି । ଫିଲ୍ମଟି ସେପ୍ଟେମ୍ୱରରେ ପରଦାକୁ ଆସିବ ।

ଏହି ଦିନ ପରଦାକୁ ଆସିବ 'ଏମରଜେନ୍ସି'

ଲୋକସଭା ନିର୍ବାଚନରେ ​​କଙ୍ଗନା ରାଣାୱତଙ୍କ ବିଜୟ ପରେ ଶେଷରେ 'ଏମରଜେନ୍ସି'ର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ପୋଷ୍ଟରରେ ଅଭିନେତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକରେ ନଜର ଆସିଛନ୍ତି । ଏହି ପୋଷ୍ଟର ସହ କଙ୍ଗନା ଲେଖିଛନ୍ତି, ଏହି ଫିଲ୍ମ ଚଳିତ ବର୍ଷ ସେପ୍ଟେମ୍ବର ୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି । ଏହି ପୋଷ୍ଟର ସହ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, "ସ୍ୱାଧୀନ ଭାରତର ଅନ୍ଧକାର ଅଧ୍ୟାୟର ୫୦ତମ ବର୍ଷର ଆରମ୍ଭ । ୬ ସେପ୍ଟେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ରିଲିଜ ହେବ । ଭାରତୀୟ ଗଣତନ୍ତ୍ର ଇତିହାସର ସବୁଠାରୁ ବିବାଦୀୟ ଘଟଣାର ବିସ୍ଫୋରକ ଗାଥା ପରଦାରେ ଦେଖିବେ ।"

ଦୁଇ ଥର ଘୁଞ୍ଚିଛି 'ଏମରଜେନ୍ସି' ଫିଲ୍ମର ରିଲିଜ

ମାଣିକର୍ଣ୍ଣିକା ଫିଲ୍ମର ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଥର ସ୍ଥଗିତ ରଖାଯାଇଛି । ପ୍ରଥମେ ୨୪ ନଭେମ୍ବର ୨୦୨୩ରେ ରିଲିଜ ହେବାର ଥିଲା, କିନ୍ତୁ କୌଣସି କାରଣରୁ ଏହା ପ୍ରେକ୍ଷାଳୟକୁ ଆସିପାରି ନଥିଲା । ପରେ ଚଳଚ୍ଚିତ୍ରର ରିଲିଜ୍ ତାରିଖ ୭ ମାସ ଘୁଞ୍ଚାଇ ଦିଆଗଲା ଏବଂ ଏହା ଜୁନ୍ ୧୪, ୨୦୨୪ରେ ପ୍ରେକ୍ଷାଳୟକୁ ଆସିବାକୁ ଥିଲା । କିନ୍ତୁ କଙ୍ଗନା ରାଣାୱତଙ୍କ ନିର୍ବାଚନ ଯାତ୍ରା ହେତୁ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:କଙ୍ଗନା ରାଣାୱତଙ୍କୁ କାହିଁକି ଚାପୁଡ଼ା ମାରିଲେ CISF ମହିଳା ସୁରକ୍ଷାକର୍ମୀ ? ଏହା ଥିଲା କାରଣ

'ଏମରଜେନ୍ସି' ଫିଲ୍ମର ଷ୍ଟାରକାଷ୍ଟ

ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଳିନ୍ଦ ସୋମନ, ଶ୍ରେୟସ ତାଲପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ, ୧୯୭୫ରେ ଭାରତର ଅନ୍ଧକାର ଅଧ୍ୟାୟ ଏମିରଜେନ୍ସି ବିଷୟରେ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details