ଓଡିଶା

odisha

By ETV Bharat Odisha Team

Published : Feb 6, 2024, 10:01 AM IST

Updated : Feb 6, 2024, 12:32 PM IST

ETV Bharat / entertainment

କୁଇନଙ୍କ ସହ ଫିଲ୍ମ କରିବେ ସନ୍ଦୀପ ରେଡ୍ଡି! ଏମିତି ଜବାବ ଦେଲେ ଅଭିନେତ୍ରୀ

Kangana Reacton on Sandeep Vanga Offer:ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡି ଭଙ୍ଗା 'ଆନିମଲ' ନେଇ କଙ୍ଗନା ରାଣାୱତ ଦେଇଥିବା ନକାରାତ୍ମକ ଟିପ୍ପଣୀ ଉପରେ ଆଲୋଚନା କରିଛନ୍ତି । ଏଥିସହ କଙ୍ଗନାଙ୍କ ସହ ସେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ବର୍ତ୍ତମାନ ସୋସିଆଲ ମିଡିଆ ଜରିଆରେ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ । ସେ କଣ କହିଛନ୍ତି , ଜାଣନ୍ତୁ

କୁଇନଙ୍କ ସହ ଫିଲ୍ମ କରିବେ ସନ୍ଦୀପ ରେଡ୍ଡି ଭଙ୍ଗା! ଏମିତି ଜବାବ ଦେଲେ ଅଭିନେତ୍ରୀ
କୁଇନଙ୍କ ସହ ଫିଲ୍ମ କରିବେ ସନ୍ଦୀପ ରେଡ୍ଡି ଭଙ୍ଗା! ଏମିତି ଜବାବ ଦେଲେ ଅଭିନେତ୍ରୀ

ହାଇଦ୍ରାବାଦ:ବର୍ତ୍ତମାନ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡି ଭଙ୍ଗା ଫିଲ୍ମ 'ଆନିମଲ'ର ସଫଳତାକୁ ଉପଭୋଗ କରୁଛନ୍ତି । ଏହି ଫିଲ୍ମ ୨୦୨୩, ଡିସେମ୍ବର ୧ରେ ରିଲିଜ ହୋଇଥିବା ବେଳେ ଲୋକେ ଏହି ଫିଲ୍ମକୁ ବେଶ ପସନ୍ଦ କରିଥିଲେ । କିନ୍ତୁ କିଛି ଲୋକ ଏହାକୁ ପସନ୍ଦ କରିନଥିବା ବେଳେ ମହିଳା ବିରୋଧୀ ଫିଲ୍ମ ମଧ୍ୟ କହିଥିଲେ । ଯାହାକୁ ନେଇ ବିବାଦରେ ଛନ୍ଦି ହୋଇଥିଲା ଫିଲ୍ମ । ଏହି ସମୟରେ ବଲିଉଡର ତମାମ ସେଲିବ୍ରିଟି ମଧ୍ୟ ଫିଲ୍ମକୁ ନେଇ ସମାଲୋଚନା କରିଥିଲେ । ଏଥିରେ ବଲିଉଡ କୁଇନ କଙ୍ଗନାଙ୍କ ନାଁ ମଧ୍ୟ ସାମିଲ ରହିଛି । ଏହାରି ମଧ୍ୟରେ ନିକଟରେ ସନ୍ଦୀପ କଙ୍ଗନା ଦେଇଥିବା ମନ୍ତବ୍ୟ ଦେଇ ଆଲୋଚନା କରିଥିଲେ । ସେ ତାଙ୍କ ମନ୍ତବ୍ୟରେ ନ ରାଗି ଓଲଟି ତାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିବା କହିଛନ୍ତି । ଏନେଇ ବର୍ତ୍ତମାନ କଙ୍ଗନା ମଧ୍ୟ ସନ୍ଦୀପଙ୍କୁ ଜବାବ ଦେଇଛନ୍ତି ।

ଏକ ସାକ୍ଷାତକାରରେ ସନ୍ଦୀପ ରେଡ୍ଡି ଭଙ୍ଗାଙ୍କୁ କଙ୍ଗନା ରାଣାୱତଙ୍କ ସମାଲୋଚନା ବିଷୟରେ ପଚରାଯାଇଥିବା ବେଳେ ନିର୍ଦ୍ଦେଶକ କହିଥିଲେ ଯେ ସେ ଅଭିନେତ୍ରୀଙ୍କ କାର୍ଯ୍ୟକୁ ପସନ୍ଦ କରୁଥିବାରୁ ସେ ଏନେଇ ରାଗି ନାହାନ୍ତି । ସନ୍ଦୀପ ରେଡ୍ଡି ଭଙ୍ଗା କହିଛନ୍ତି ଯେ ସେ 'କୁଇନ'ରେ କଙ୍ଗନା ରାଣାୱତଙ୍କ କାମକୁ ସେ ବହୁତ ପସନ୍ଦ କରିଛନ୍ତି । ଏହା ସହ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ଚଳଚ୍ଚିତ୍ରରେ କୌଣସି ଭୂମିକା ଅଛି ଯାହା କଙ୍ଗନା ରାଣାୱତ ପାଇଁ ଉପଯୁକ୍ତ, ତେବେ ସେ ନିଶ୍ଚିତ ଭାବରେ ତାଙ୍କ ସହ କାମ କରିବାକୁ ପସନ୍ଦ କରିବେ । ଏବେ ସନ୍ଦୀପଙ୍କ ଏହି ବିବୃତ୍ତି ଉପରେ କଙ୍ଗନା ନିଜର ପ୍ରତିକ୍ରିୟା ଦେଇଛନ୍ତି ।

କଙ୍ଗନା ଏକ୍ସରେ ସନ୍ଦୀପଙ୍କ ପ୍ରଶଂସା କରିବା ସହ କାମ କରିବେ ନାହିଁ ବୋଲି କହିଛନ୍ତି । ସେ ସନ୍ଦୀପଙ୍କ ସାକ୍ଷାତକାରର ଭିଡିଓ ସେୟାର କରି ଲେଖିଛନ୍ତି, 'ସମୀକ୍ଷା ଏବଂ ସମାଲୋଚନା ଦୁଇଟି ଭିନ୍ନ ଜିନିଷ ଏବଂ ପ୍ରତ୍ୟେକ କଳା ଉପରେ ଆଲୋଚନା ହେବା ଉଚିତ । ସନ୍ଦୀପ ରେଡ୍ଡି ଭଙ୍ଗା ଯେପରି ତାଙ୍କ ପ୍ରତି ସମ୍ମାନ ଦେଖାଇଛନ୍ତି, ତାହା ଦର୍ଶାଏ ଯେ ସେ କେବଳ ମର୍ଦାନା ଚଳଚ୍ଚିତ୍ର କରନ୍ତି ନାହିଁ ବରଂ ତାଙ୍କ ମନୋଭାବ ମଧ୍ୟ ମର୍ଦାନା ଅଟେ । କଙ୍ଗନା ରାଣାୱତ ଥଟ୍ଟା କରି କହିଛନ୍ତି ଯେ ସନ୍ଦୀପ ତାଙ୍କୁ କୌଣସି ଭୂମିକା ଦେବା ଉଚିତ୍ ନୁହେଁ, କାରଣ ତାଙ୍କ ଚଳଚ୍ଚିତ୍ରରେ ଥିବା ଆଲଫା ହିରୋ ନାରୀବାଦୀ ହୋଇଯିବେ ଏବଂ ତା'ପରେ ତାଙ୍କ ଚଳଚ୍ଚିତ୍ର ବିଫଳ ହେବ । ଅଭିନେତ୍ରୀ କହିଛନ୍ତି ଯେ ସେ ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରୁଥିବାରୁ ଇଣ୍ଡଷ୍ଟ୍ରିକୁ ତାଙ୍କ ଭଳି ନିର୍ଦ୍ଦେଶକଙ୍କ ଆବଶ୍ୟକତା ରହିଛି।'

ଏହା ମଧ୍ୟ ପଢନ୍ତୁ:ଓଟିଟିରେ 'ଆନିମଲ' ରିଲିଜ କନଫର୍ମ, ଏହି ଦିନ ହେବ ଷ୍ଟ୍ରିମିଂ

ଆନିମଲ ଫିଲ୍ମ ବିଷୟରେ କହିବାକୁ ଗଲେ, ସନ୍ଦୀପ ଭଙ୍ଗା ରେଡ୍ଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବାପା ପୁଅର ସମ୍ପର୍କ ଉପରେ ଆଧାରିତ ଫିଲ୍ମ । ଯେଉଁଥିରେ ରଣବୀର କପୁର, ରଶ୍ମିକା ମନ୍ଦାନା, ତିପ୍ତୀ ଡିମ୍ରି, ଅନୀଲ କପୁର, ବବି ଦେଓଲ, ଶକ୍ତି କପୁରଙ୍କ ଭଳି ତାରକା ଅଭିନୟ କରିଛନ୍ତି । ଫିଲ୍ମ ରିଲିଜର ୩୮ ଦିନରେ ୫୫୦ କୋଟି ପାର୍ କରିଥିବା ବେଳେ ବିଶ୍ବରେ ୯୦୦ କୋଟି ଆୟ କରି ସଫଳତା ହାସଲ କରିଛି । ବର୍ତ୍ତମାନ ନେଟଫ୍ଲିକ୍ସରେ ରିଲିଜ ହୋଇଛି ଫିଲ୍ମ ।

Last Updated : Feb 6, 2024, 12:32 PM IST

ABOUT THE AUTHOR

...view details