ଓଡିଶା

odisha

ETV Bharat / entertainment

ଓସ୍କାର ଲାଇବ୍ରେରୀରେ ଧନୁଷଙ୍କ ଫିଲ୍ମ 'ରାୟନ', ପୂର୍ବରୁ ଏହି ଭାରତୀୟ ଫିଲ୍ମ ହୋଇସାରିଛି ସାମିଲ - Raayan In Oscars Library - RAAYAN IN OSCARS LIBRARY

Raayan In Oscars Library: ନିକଟରେ ରିଲିଜ୍ ହୋଇଥିବା ସାଉଥ ଅଭିନେତା ଧନୁଷ ଷ୍ଟାରରଙ୍କ ଚଳଚ୍ଚିତ୍ର 'ରାୟନ୍' ବକ୍ସ ଅଫିସରେ ଧମାକା କରିଛି । ଫିଲ୍ମ ଲୋକଙ୍କଠାରୁ ପ୍ରଶଂସା ସାଉଁଟିବା ପରେ ଏବେ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ଆଉ ଏକ ସଫଳତା ହାସଲ କରିଛି । ଅଧିକ ପଢନ୍ତୁ,

ଓସ୍କାର ଲାଇବ୍ରେରୀରେ ଧନୁଷଙ୍କ ଫିଲ୍ମ 'ରାୟନ', ପୂର୍ବରୁ ଏହି ଭାରତୀୟ ଫିଲ୍ମ ହୋଇସାରିଛି ସାମିଲ
ଓସ୍କାର ଲାଇବ୍ରେରୀରେ ଧନୁଷଙ୍କ ଫିଲ୍ମ 'ରାୟନ', ପୂର୍ବରୁ ଏହି ଭାରତୀୟ ଫିଲ୍ମ ହୋଇସାରିଛି ସାମିଲ (Movie Poster)

By ETV Bharat Odisha Team

Published : Aug 2, 2024, 7:00 PM IST

ହାଇଦ୍ରାବାଦ:ସାଉଥ ସୁପରଷ୍ଟାର ଧନୁଷ ଆଜିକାଲି ତାଙ୍କ ଆକ୍ସନ୍-ପ୍ୟାକ୍ ହୋଇଥିବା ଚଳଚ୍ଚିତ୍ର 'ରାୟନ' ସହ ଶିରୋନାମାରେ ରହିଛନ୍ତି। ଫିଲ୍ମଟି ଚଳିତ ଜୁଲାଇ ୨୬ରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିବା ବେଳେ ଲୋକଙ୍କ ମନ ଜିତିବା ସହ ବକ୍ସ ଅଫିସରେ ବମ୍ପର କଲେକ୍ସନ କରୁଛି । ଫିଲ୍ମ ବର୍ତ୍ତମାନ ବିଶ୍ୱରେ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିଛି । ଏହିପରି ଫିଲ୍ମ ଲୋକପ୍ରିୟତା ସହ ଏବେ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ଆଉ ଏକ ସଫଳତା ହାସଲ କରିଛି । ଫିଲ୍ମ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ରେକର୍ଡ ସୃଷ୍ଟି କରିଛି ।

ଓସ୍କାର ଲାଇବ୍ରେରୀରେ 'ରାୟନ'

ଆଜି, ଅଗଷ୍ଟ ୨ ରେ, ରିୟାନ୍ ରିଲିଜର ୮ମ ଦିନ ଚାଲିଥିବା ବେଳେ ଫିଲ୍ମ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ରେକର୍ଡ ସୃଷ୍ଟି କରିଛି । ଫିଲ୍ମ 'ରିୟାନ'ର ନିର୍ମାତା ସନ୍ ପିକ୍ଚର୍ସ ଧନୁଷଙ୍କ ପ୍ରଶଂସକଙ୍କ ପାଇଁ ଏହି ଖୁସି ଖବର ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ନିର୍ମାତା ଲେଖିଛନ୍ତି, 'ରାୟନ' ସ୍କ୍ରିନ୍ ଫ୍ଲେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଲାଇବ୍ରେରୀରେ ସ୍ଥାନ ପାଇଛି । ଏହା ସହ ସେ ଲେଖିଛନ୍ତି, ବର୍ତ୍ତମାନ ଫିଲ୍ମ ନିକଟସ୍ଥ ପ୍ରେକ୍ଷାଳୟରେ ଦେଖିପାରିବେ ।

'ରାୟନ'ବକ୍ସ ଅଫିସ କଲେକ୍ସନ

'ରାୟନ୍' 16.50 କୋଟି ଟଙ୍କା ସହ ଓପନିଂ କରିଥିଲା । ଦ୍ୱିତୀୟ ଦିନରେ 16.75 କୋଟି, ତୃତୀୟ ଦିନରେ 18.75 କୋଟି, ଚତୁର୍ଥ ଦିନରେ 7 କୋଟି, ପଞ୍ଚମ ଦିନରେ 5.75 କୋଟି, ଷଷ୍ଠ ଦିନରେ 5 କୋଟି ଏବଂ ସପ୍ତମ ଦିନରେ 4.25 କୋଟି ଟଙ୍କା ରୋଜଗାର କରିଛି । ଗୋଟିଏ ସପ୍ତାହରେ 'ରାୟନ'ର ମୋଟ ସଂଗ୍ରହ 74 କୋଟି ଟଙ୍କା ହୋଇଛି । ଏହି ଫିଲ୍ମ ତାମିଲରେ ମୋଟ 49 କୋଟି, ଆନ୍ଧ୍ରପ୍ରଦେଶ / ତେଲେଙ୍ଗାନାରେ 11 କୋଟି, କର୍ଣ୍ଣାଟକରେ 7 କୋଟି, କେରଳରେ 4.50 କୋଟି ଟଙ୍କା ସଂଗ୍ରହ କରିବା ବ୍ୟତୀତ ସମଗ୍ର ଭାରତରେ 2.50 କୋଟି ଟଙ୍କା କଲେକ୍ସନ କରିଛି। ଏଥିସହ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି ।

'ରିୟାନ'ର ନିର୍ଦ୍ଦେଶନା ଦେଇଛନ୍ତି ନିଜେ ଧନୁଷ

ଧନୁଷ ଏହି ଫିଲ୍ମକୁ ଲେଖିବା ସହ ନିଜେ ନିର୍ଦ୍ଦେଶନା ଦେଇଛନ୍ତି। ଏଥିସହ ସେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । 'ପା ପାଣ୍ଡି' ପରେ 'ରାୟନ୍' ଧନୁଷଙ୍କର ଦ୍ୱିତୀୟ ନିର୍ଦ୍ଦେଶିତ ଫିଲ୍ମ । ଏଥିରେ ଏ ଆର ରେହମାନ ଏହି ଚଳଚ୍ଚିତ୍ରର ସଂଗୀତ ରଚନା କରିଛନ୍ତି । କାଳିଦାସ ଏବଂ ସନ୍ଦୀପ ରୟାନଙ୍କ ଭାଇ ଭୂମିକାରେ ଅଭିନୟ କରୁଥିବାବେଳେ ଦୁଶାରା ତାଙ୍କ ଭଉଣୀ ଭୂମିକାରେ ଅଭିନୟ କରିଛନ୍ତି ।

ଏହି ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ଓସ୍କାର ଲାଇବ୍ରେରୀରେ ସାମିଲ ହୋଇସାରିଛି

'ରାୟନ' ପୂର୍ବରୁ ଅନେକ ଭାରତୀୟ ଚଳଚ୍ଚିତ୍ର ଏହାକୁ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଛନ୍ତି । ଏଥିମଧ୍ୟରେ ମନୋଜ ବାଜପେୟୀଙ୍କ ଜୋରାମ, ହ୍ରିତିକ ରୋଶନଙ୍କ ଗୁଜାରିଶ, ଫରହାନ ଅଖତରଙ୍କ ରକ୍ ଅନ୍, ଶାହାରୁଖ ଖାନଙ୍କ ଚକ ଦେ ଇଣ୍ଡିଆ ଏବଂ ଦେବଦାସ, କପିଲ ଶର୍ମାଙ୍କ ଜ୍ୱିଗାଟୋ ଅନ୍ତର୍ଭୁକ୍ତ।

ଏହା ମଧ୍ୟ ପଢନ୍ତୁ:'କୁବେର' ସହ ଫେରୁଛନ୍ତି ଧନୁଷ, ଗୋଟିଏ ସିନ ପାଇଁ ଅଳିଆ ଗଦା ସାମ୍ନାରେ କରିଥିଲେ ୧୦ ଘଣ୍ଟାର ସୁଟିଂ

ଓସ୍କାର ଲାଇବ୍ରେରୀରେ ଥିବା ଅନ୍ୟ ଭାରତୀୟ ଚଳଚ୍ଚିତ୍ର:-

  • କଭି ଅଲବିଦା ନା କେହେନା (ଶାହରୁଖ ଖାନ)
  • ଆକ୍ସନ୍ ରିପ୍ଲେ (ଅକ୍ଷୟ କୁମାର)
  • ରାଜନୀତି (ରଣବୀର କପୁର ଏବଂ କ୍ୟାଟ୍ରିନା କୈଫ)
  • ଦ ଭ୍ୟାକ୍ସିନ ୱାର (ବିବେକ ଅଗ୍ନିହୋତ୍ରୀ)
  • ଆର ... ରାଜକୁମାର (ସାହିଦ କପୁର)
  • ହାପି ନ୍ୟୁ ୟର (ଶାହାରୁଖ ଖାନ)
  • ସଲାମ ନମସ୍ତେ (ସୈଫ ଅଲି ଖାନ)
  • ଯୁବରାଜ (ସଲମାନ ଖାନ)
  • ବେବି (ଅକ୍ଷୟ କୁମାର)

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details