ହାଇଦ୍ରାବାଦ:ବଲିଉଡ୍ ଷ୍ଟାର ସାହିଦ କପୁର ପ୍ରାୟ ଗୋଟିଏ ବର୍ଷ ପରେ ତାଙ୍କର ନୂତନ ଆକ୍ସନ ଫିଲ୍ମ 'ଦେବା' ସହ ବଡ଼ ପରଦାକୁ ଫେରିଛନ୍ତି । ଏହି ଆକ୍ସନ ଥ୍ରୀଲର୍ ଫିଲ୍ମଟି ଆଜି, 31 ଜାନୁଆରୀରେ ସିନେମା ହଲରେ ମୁକ୍ତିଲାଭ କରିଛି। ପ୍ରଥମ ଦିନର ପ୍ରଥମ ଶୋ’ ପାଇଁ ଥିଏଟରରେ ଜମିଥିବା ବେଳେ ଦର୍ଶକ ଏହାକୁ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଫିଲ୍ମକୁ ମାଷ୍ଟରପିସ୍ ଟ୍ୟାଗ ଦେବା ସହ ଶାହିଦ କପୁରଙ୍କ ଅଭିନୟ ଏବଂ ପୂଜା ହେଗଡେଙ୍କ ସହ ତାଙ୍କର କେମେଷ୍ଟ୍ରିକୁ ପ୍ରଶଂସା କରାଯାଇଛି । ଏହାକୁ ଦେଖି ଅନୁମାନ କରାଯାଉଛି ଯେ ଫିଲ୍ମ ପ୍ରଥମ ଦିନରେ ମୋଟା ଅଙ୍କର ଟଙ୍କା ଆୟ କରିପାରେ ।
ଦେବା ରିଭ୍ୟୁ
ଅନେକ ୟୁଜର୍ସ ଏକ୍ସରେ 'ଦେବା'ର ରିଭ୍ୟୁ ସେୟାର କରିଛନ୍ତି । ଜଣେ ୟୁଜର୍ 'ଦେବା'କୁ 4 ଷ୍ଟାର ଦେଇଛନ୍ତି ଏବଂ ଫିଲ୍ମଟିକୁ ଏକ ମାଷ୍ଟରପିସ୍ ବୋଲି କହିଛନ୍ତି । ଫିଲ୍ମର ସମୀକ୍ଷା ସେୟାର କରିବା ସମୟରେ, ୟୁଜର୍ ଲେଖିଛନ୍ତି, 'ମାଷ୍ଟରପିସ୍ ଆଲର୍ଟ! ସାହିଦ କପୁର ଜଣେ ଭୟଙ୍କର ଏବଂ ନିର୍ଭୀକ ପୋଲିସ ଅଧିକାରୀ ଭାବରେ କ୍ୟାରିୟର-ପରିଭାଷିତ ପ୍ରଦର୍ଶନ ଦେଇଛନ୍ତି । ରୋଶେନ୍ ଆଣ୍ଡ୍ରୁଜ୍ ଏକ ବ୍ଲକବଷ୍ଟର ଆକ୍ସନ୍ ଥ୍ରୀଲର୍ ତିଆରି କରିଛନ୍ତି । ଦେବା ଏକ ଚଳଚ୍ଚିତ୍ର ଯାହାକୁ ତୁମେ ନିଶ୍ଚୟ ଦେଖିବା ଉଚିତ । ଆଉ ଜଣେ ଲେଖିଛନ୍ତି, ନିଃସନ୍ଦେହ ବିଜେତା । ଦମଦାର ଅଭିନୟ ସହ ଦମଦାର କାହାଣୀ ।'' ଏହିପରି ଅନେକ ୟୁଜର କିଏ ଷ୍ଟାରକାଷ୍ଟ କ ଆଉ କିଏ ଫିଲ୍ମର ଖୁବ ପ୍ରଶଂସା କରିଛନ୍ତି ।
'ଦେବା' ପ୍ରଥମ ଦିନର କମାଇପାରେ ଏତେ କୋଟି
ସାକନିକଙ୍କ ଅନୁସାରେ, 'ଦେବା' ପାଇଁ ଆଡଭାନ୍ସ ବୁକିଂ ଭାରତରେ 3.29 କୋଟି ଟଙ୍କା ପାର୍ କରିଛି । ଆକ୍ସନ ଡ୍ରାମା ଅନ୍ୟାନ୍ୟ ବଜାର ତୁଳନାରେ ମହାରାଷ୍ଟ୍ର, ଗୋଆ, କେରଳ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭଲ ଭାବରେ ବିକ୍ରି ହେଉଛି । ଆଡଭାନ୍ସ ବୁକିଂ ସଂଖ୍ୟା ଏବଂ ବାଣିଜ୍ୟ ଚର୍ଚ୍ଚାକୁ ଦେଖିଲେ, ଫିଲ୍ମଟି ଭାରତରେ 7 ରୁ 8 କୋଟି ଟଙ୍କା ମଧ୍ୟରେ ଓପନ କରିବାର ସମ୍ଭାବନା ଅଛି । ପ୍ରଥମ ଶୋ’ ପରେ ଫିଲ୍ମର ଓପନିଂ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଆୟ କରିପାରେ ବୋଲି ମଧ୍ୟ ଆଶା କରାଯାଉଛି ।
ସାହିଦ କପୁରଙ୍କ କିଛି ଶ୍ରେଷ୍ଠ ଓପନର:
- କବୀର ସିଂହ (୨୦୧୯): ୨୦ କୋଟି ଟଙ୍କା
- ପଦ୍ମାବତ (୨୦୧୮): ୧୯ କୋଟି ଟଙ୍କା
- ଶାନଦାର (୨୦୧୫): ୧୩ କୋଟି ଟଙ୍କା
- ଉଡ଼ତା ପଞ୍ଜାବ (୨୦୧୬): ୧୦.୧୦ କୋଟି ଟଙ୍କା
- ବତ୍ତି ଗୁଲ୍ ମିଟର ଚାଲୁ (୨୦୧୮): ୬.୭୬ କୋଟି ଟଙ୍କା
- ତେରି ବାତୋଁ ମେଁ ଐସା ଉଲଝା ଜିୟା (୨୦୨୪): ୬.୭ କୋଟି ଟଙ୍କା
ଏହା ମଧ୍ୟ ପଢନ୍ତୁ:'ଦେବା' ଟ୍ରେଲର ରିଲିଜ, ଆକ୍ସନ ଅବତାରରେ ସାହିଦ କପୁର
'ଦେବା' ବିଷୟରେ କହିବାକୁ ଗଲେ,ରୋଶନ ଆଣ୍ଡ୍ରୁଜ୍ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାହିଦଙ୍କ ବିପକ୍ଷରେ ପୂଜା ହେଗଡେ ନଜର ଆସିଛନ୍ତି । ଏହା ଜୀ ଷ୍ଟୁଡିଓ ଏବଂ ରୟ କପୁର ଫିଲ୍ମସ୍ ଦ୍ୱାରା ମିଳିତ ଭାବରେ ନିର୍ମିତ । ବବି-ସଞ୍ଜୟ ଏବଂ ହୁସେନ ଦଲାଲଙ୍କ ଦ୍ୱାରା ଲିଖିତ । ଏହି ଫିଲ୍ମରେ ପୂଜା ହେଗଡେଙ୍କ ସହ ସାହିଦ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି । ଦେବା ନିର୍ଦ୍ଦେଶକ ରୋଶନ ଏହି ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିଛନ୍ତି । ମୁଖ୍ୟତଃ ମାଲାୟଲମରେ କାମ କରିଥିବା ଏହି ଚଳଚ୍ଚିତ୍ର ନିର୍ମାତା 2005 ମସିହାରେ ମୁକ୍ତିଲାଭ କରିଥିବା "ଉଦୟନାନୁ ଥରମ୍" ସହ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ, ଯେଉଁଥିରେ ସୁପରଷ୍ଟାର ମୋହନଲାଲ ଏବଂ ମୀନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ