ହାଇଦ୍ରାବାଦ:ବଲିଉଡ ଲୋକପ୍ରିୟ ଦମ୍ପତିଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ଘରକୁ ଆସିଲେ ନୂଆ ଅତିଥି । ଅଭିନେତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ଖୁସି ଖବର ଦେଇଛନ୍ତି ଦୀପିକା । ଦମ୍ପତିଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି । ଦୀପିକା ପାଦୁକୋନଙ୍କୁ 7 ସେପ୍ଟେମ୍ବରରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ଆସିଥିଲା । ଏହା ଶୁଣି ସେବେଠାରୁ ପ୍ରଶଂସକମାନେ ଉତ୍ସାହର ସହ ଏହି ଖବରକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଦୀପଭୀର ଏକ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି । ସୋସିଆଲ ମିଡିଆରେ ଏନେଇ ଦେଲେ ସୂଚନା ।
ଶିଶୁ କନ୍ୟା ଜନ୍ମ ଦେଲେ ଦୀପିକା
ବଲିଉଡ ସୁପରଷ୍ଟାର ଦୀପିକା ପାଦୁକୋନ ଏବଂ ତାଙ୍କ ସ୍ୱାମୀ ରଣଭୀର ସିଂ ଏକ ଶିଶୁ କନ୍ୟାଙ୍କର ପିତାମାତା ହୋଇଛନ୍ତି । ଦୀପିକା ଏକ ଝିଅ ଜନ୍ମ ଦେଇଛନ୍ତି । ଦୀପିକା ଏବଂ ରଣଭୀର ନିଜ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି । ସେପ୍ଟେମ୍ୱର 9, 2024 ଘରକୁ କୁନି ଝିଅ ଆସିଛନ୍ତି । ଏହା ସେୟାର କରିବାର 10 ମିନିଟ ନ ହେଉଣୁ 4 ଲକ୍ଷରୁ ଅଧିକ ଲୋକ ଲାଇକ କରିବା ସହ ଫ୍ୟାନ୍ସଙ୍କ ଠାରୁ ସେଲିବ୍ରିଟି ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଲିଆ ଭଟ୍ଟଙ୍କ ଠାରୁ ଗୋହର ଖାନ ଯାଏଁ ସମସ୍ତ ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
ସୂଚନା ଥାଉ କି, ଶନିବାର ଦିନ ଏହି ଅଭିନେତ୍ରୀଙ୍କୁ ମୁମ୍ବାଇର ଏଚ. ଏନ ରିଲାଏନ୍ସ ହସ୍ପିଟାଲରେ ଦେଖାଯାଇଥିଲା । ସେମାନଙ୍କର ପ୍ରସବ ପୂର୍ବରୁ ଶୁକ୍ରବାର ଦିନ ଦୁହେଁ ନିଜ ପରିବାର ସହ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ପରିଦର୍ଶନ କରିଥିଲେ । ତେବେ ଗଣେଶ ପୂଜା ପରଦିନ ଅର୍ଥାତ୍ ଆଜି ମାଆ ହୋଇଛନ୍ତି ଦୀପିକା । ରଣଭୀରଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି ।
ପ୍ରେଗନ୍ସି ପାଇଁ ଟ୍ରୋଲ ହୋଇଥିଲେ ଦୀପିକା