ଓଡିଶା

odisha

ପ୍ରେଗନ୍ସିରେ ଦୀପିକାଙ୍କ 'ସିଙ୍ଘମ ଏଗେନ' ସୁଟିଂ, ନଜର ଆସିଲା ବେବି ବମ୍ପ - Deepika Padukone Baby Bump

By ETV Bharat Odisha Team

Published : Apr 18, 2024, 10:30 AM IST

Deepika Padukone Baby Bump: ଖୁବଶୀଘ୍ର ମାଆ ହେବେ ଅଭିନେତ୍ରୀ ଦୀପିକା ପାଦୁକୋନ । ସେପଟେ ସିଙ୍ଘମ ଏଗେନ ସହ ମଧ୍ୟ ପରଦାକୁ ଫେରିବେ । ତେବେ ଅଭିନେତ୍ରୀ ପ୍ରେଗନ୍ସିରେ ଫିଲ୍ମର ସୁଟିଂ କରିଥିବା ବେଳେ ସେଟରୁ କିଛି ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ଅଭିନେତ୍ରୀଙ୍କ ବେବି ବମ୍ପ ଲୁକ ଦେଖିବାକୁ ମିଳିଛି ।

ପ୍ରେଗନ୍ସିରେ ଦୀପିକାଙ୍କ 'ସିଙ୍ଘମ ଏଗେନ' ସୁଟିଂ, ବେବି ବମ୍ପ ସହ ଆସିଲେ ନଜର
ପ୍ରେଗନ୍ସିରେ ଦୀପିକାଙ୍କ 'ସିଙ୍ଘମ ଏଗେନ' ସୁଟିଂ, ବେବି ବମ୍ପ ସହ ଆସିଲେ ନଜର

ହାଇଦ୍ରାବାଦ:ଖୁବଶୀଘ୍ର ଅଭିନେତା ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ଘରକୁ ଆସିବେ କୁନି ଅତିଥି । ଦୀପିକା ପାଦୁକୋନ ବର୍ତ୍ତମାନ ଗର୍ଭବତୀ ଥିବା ବେଳେ ଖୁବଶୀଘ୍ର ଏହି ଦମ୍ପତି ସେମାନଙ୍କ ପ୍ରଥମ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି । ବିବାହର ବହୁ ବର୍ଷ ପରେ ଏହି ଖୁସି ଖବର ଦେବାକୁ ଯାଉଛନ୍ତି । ସେପଟେ ସିଙ୍ଘମ ଏଗେନ ସହ ମଧ୍ୟ ପରଦାକୁ ଫେରିବେ । ତେବେ ଅଭିନେତ୍ରୀ ଗର୍ଭାବସ୍ଥାରେ ମଧ୍ୟ ଫିଲ୍ମର ସୁଟିଂ କରୁଛନ୍ତି । 'ସିଙ୍ଘମ୍ ଏଗେନ' ସେଟରୁ କିଛି ଫଟୋ ସାମ୍ନାକୁ ଆସିଛି ଯେଉଁଠାରେ ପ୍ରଥମ ଥର ପାଇଁ ବେବି ବମ୍ପ ଲୁକ ସହ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି ।

ଦୀପିକା ପାଦୁକେନଙ୍କ ବେବି ବମ୍ପ ଲୁକ୍

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଗୁଡ଼ିକରେ ପୋଲିସ୍ ୟୁନିଫର୍ମରେ ଦୀପିକାଙ୍କୁ ଷ୍ଟାଇଲିସ୍ ଏବଂ 'ଦବଙ୍ଗ୍' ଲୁକରେ ଦେଖିବାକୁ ମିଳିଛି । ଏଥିସହ ଦୀପିକାଙ୍କ ବେବି ବମ୍ପ ଲୁକ ମଧ୍ୟ ଦେଖିବାକୁ ମିଳିଛି । ଦୀପିକାଙ୍କୁ ଗର୍ଭାବସ୍ଥାରେ ମଧ୍ୟ କାମ କରୁଥିବା ଦେଖି ପ୍ରଶଂସକମାନେ ତାଙ୍କର ଖୁବ ପ୍ରଶଂସା କରିଛନ୍ତି । କହିରଖୁଛୁ କି, ଏହି ଅଭିନେତ୍ରୀ ଚାରି ମାସର ଗର୍ଭବତୀ ଅଟନ୍ତି । ଗର୍ଭବତୀ ଘୋଷଣା ପରେ ଏହା ପ୍ରଥମ ଥର ପାଇଁ ଦୀପିକାଙ୍କୁ ଏପରି ଫିଟ୍ ପୋଷାକରେ ଦେଖିବାକୁ ମିଳିଛି ।

ସେପ୍ଟେମ୍ୱରରେ ଦୀପଭୀରଙ୍କ ଘରକୁ ଆସିବେ କୁନି ଅତିଥି

ପ୍ରକାଶ ଥାଉ କି, ଗତ ଫେବୃଆରୀ ୨୯ ତାରିଖରେ ଦୀପିକା ମାଆ ହେବା ଖୁସି ଖବର ସେୟାର କରିଥିଲେ । ଏଥିସହ ଚଳିତ ସେପ୍ଟେମ୍ୱରରେ ତାଙ୍କର ପ୍ରସବ ହେବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ । ତେବେ ବିବାହର ୬ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣଭୀର ସିଂ । ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ମଧ୍ୟରେ ପ୍ରେମସମ୍ପର୍କ ୨୦୧୨ରେ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଡେଟିଂ ପରେ ଏହି ଦମ୍ପତି ୨୦୧୮ରେ ବିବାହ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ଦୀପଭୀରଙ୍କ ଘରକୁ ଆସିବେ ନୂଆ ଅତିଥି, ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର

ସିଙ୍ଘମ୍ ଏଗେନ କେବେ ରିଲିଜ ହେବ?

ସିଙ୍ଘମ ଏଗେନ ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, ଅଜୟ ଦେବଗନ, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। 'ସିଙ୍ଘମ ଏଗେନ' ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ସେପଟେ ଏହି ଫିଲ୍ମର ରିଲିଜ ଦିନ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଷ୍ଟାରର ଫିଲ୍ମ ପୁଷ୍ପା-୨ ମଧ୍ୟ ମୁକ୍ତିଲାଭ କରିବ । ଏଭଳି ପରିସ୍ଥିତିରେ ବକ୍ସ ଅଫିସରେ ସିଙ୍ଘମ ଏଗେନ ଏବଂ ପୁଷ୍ପା ମଧ୍ୟରେ ବି କଡ଼ା ପ୍ରତିଯୋଗିତା ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ:ସାମ୍ନାକୁ ଆସିଲା ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍, ପୋଲିସ ଭୂମିକାରେ ଆସିଲେ ନଜର

ABOUT THE AUTHOR

...view details