ହାଇଦ୍ରାବାଦ:ଚଳିତ ବର୍ଷ 8 ସେପ୍ଟେମ୍ବରରେ ରଣଭୀର ସିଂ ଏବଂ ଦୀପିକା ପାଦୁକୋନ କନ୍ୟା ସନ୍ତାନର ପିତାମାତା ହୋଇଥିଲେ । ଏଥିସହ ଦୀୱାଲିର ଗୋଟିଏ ଦିନ ପରେ ଅର୍ଥାତ୍ ନଭେମ୍ୱର 2ରେ ଏହି ଦମ୍ପତି ଝିଅର ନାଁ ପ୍ରକାଶ କରିଥିଲେ । ଉଭୟ ଝିଅର ଏକ ଫଟୋ ସେୟାର କରି ତାଙ୍କ ନାଁ ଦୁଆ ପାଦୁକୋନ ସିଂ ରଖିଥିବା କହିଥିଲେ । ଏହି ଫଟୋରେ ଦୁଆଙ୍କ କେବଳ ଗୋଡ଼ ଦେଖିବାକୁ ମିଳିଥିଲା । ତେବେ ସେବେଠାରୁ ରଣଭୀର ଏବଂ ଦୀପିକାଙ୍କ ଫ୍ୟାନ୍ସ ନିଜ ଝିଅ ଦୁଆର ପ୍ରଥମ ଝଲକକୁ ଅପେକ୍ଷା କରିଛନ୍ତି । ଏବେ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ତାଙ୍କ ଝିଅ ଦୁଆଙ୍କ ସହ ସର୍ବସାଧାରଣରେ ନଜର ଆସିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଝିଅ ସହ ପ୍ରଥମ ଥର ନଜର ଆସିଲେ ଦୀପିକା ପାଦୁକୋନ
ଦୀପିକା ପାଦୁକୋନଙ୍କୁ ଆଜି 8 ନଭେମ୍ବରରେ କଲିନା ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଦୀପିକା ଝିଅ ଦୁଆଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି । ଦୀପିକା ପାଦୁକୋନ ତାଙ୍କ ଷ୍ଟାର ସ୍ୱାମୀ ରଣଭୀର ସିଂଙ୍କ ସହ ପିଙ୍କ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ଏହି ଭିଡିଓ ଭାଇରାଲ ହେଉଥିବା ବେଳେ ଦୀପିକାଙ୍କୁ ତାଙ୍କ ଝିଅ ଦୁଆଙ୍କ ସହ ଦେଖି ତାଙ୍କ ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହ କମେଣ୍ଟ ବର୍ଷା କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଝିଅର ଏହି ନାଁ ରଖିଲେ ଦୀପଭୀର, କ୍ୟୁଟ୍ ଫଟୋ ସେୟାର କରି ଦେଖାଇଲେ ବେବିର ଝଲକ