ଓଡିଶା

odisha

By ETV Bharat Odisha Team

Published : Mar 17, 2024, 8:42 AM IST

ETV Bharat / entertainment

'ଦ କ୍ରୁ' ଟ୍ରେଲର ଆଉଟ; ମାର୍ଚ୍ଚ ୨୯ରେ ହେବ ରିଲିଜ

Crew Trailer out: ବଲିଉଡ ଅଭିନେତ୍ରୀ କରିନା କପୁର ଖାନ, କ୍ରିତି ସାନନ ଏବଂ ତବୁଙ୍କ ଫିଲ୍ମ 'ଦ କ୍ରୁ' ଆସନ୍ତା ୨୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଅଛି । ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି । ଅଧିକ ପଢନ୍ତୁ

Crew Trailer out
Crew Trailer out

ହାଇଦ୍ରାବାଦ:କରିନା କପୁର ଖାନ, କ୍ରିତି ସାନନ ଏବଂ ତବୁଙ୍କ ଫିଲ୍ମ 'ଦ କ୍ରୁ' ବହୁତ ସମୟରୁ ଚର୍ଚ୍ଚାରେ ରହିଛି । ତେବେ ପ୍ରଥମ ଥର ପାଇଁ ଏହି ତିନି ଅଭିନେତ୍ରୀଙ୍କୁ ଏକା ସାଙ୍ଗରେ ବଡ଼ ପରଦାରେ ଦେଖିବାକୁ ମିଳିବ । ଏହି ଫିଲ୍ମର ଘୋଷଣା ପରଠାରୁ ଫ୍ୟାନ୍ସମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ କରୀନା, ତବୁ ଏବଂ କ୍ରିତି ତିନିଜଣ ବଲିଉଡ ଅଭିନେତ୍ରୀ ଏୟାର ହଷ୍ଟେସ୍ ଭାବେ ନଜର ଆସିବେ । ନିକଟରେ ଫିଲ୍ମର ପ୍ରଥମ ଗୀତ 'ନେନା' ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଏହାର ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମଟି ଆସନ୍ତା ୨୯ ତାରିଖରେ ମୁକ୍ତିଲାଭ କରିବ ।

ଏହା ପୂର୍ବରୁ ମେକର୍ସ ତିନି ଅଭିନେତ୍ରୀଙ୍କ ଆଟ୍ରାକ୍ଟିଭ୍ ଲୁକର ପୋଷ୍ଟର ଲଞ୍ଚ କରିଥିଲେ । ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଆଉ ସେମାନଙ୍କ ଟ୍ୟାଗ୍ ଅନୁଯାୟୀ କରୀନା କପୁର 'ଚୋରି' କରିବାକୁ ପ୍ରସ୍ତୁତ, କ୍ରିତି 'ନକଲି' ଏବଂ ତବୁ 'ରିସ୍କ' ନେବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଟ୍ରେଲର ଆସିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ବର୍ତ୍ତମାନ ସେମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଏହା ଏକ କମେଡି ଫିଲ୍ମ । ଯେଉଁଥିରେ ତବୁ, କରୀନା କପୁର ଖାନ ଏବଂ କ୍ରିତି ସାନନ ମଜାଦାର ଫ୍ୟାମିଲି କମେଡିରେ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି । ଟ୍ରେଲରଟି ଫିଲ୍ମ ପାଇଁ ଉତ୍ସାହ ବଢାଉଛି ।

ଏହା ମଧ୍ୟ ପଢନ୍ତୁ-ବାଦଶାହଙ୍କ ସହିତ ଦିଲଜିତଙ୍କ ଧମାଲ, 'କ୍ରୁ'ର ପ୍ରଥମ ଗୀତ 'ନେନା' ରିଲିଜ

ରାଜେଶ କୃଷ୍ଣନଙ୍କ ନିର୍ଦ୍ଦେଶିତ 'ଦ କ୍ରୁ' ରିୟା କପୁର ଏବଂ ଏକତା କପୁରଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଛି । ଗତ ବର୍ଷ (୨୦୨୩)ରେ ଏହି ଚଳଚ୍ଚିତ୍ରର ଘୋଷଣା କରାଯାଇଥିଲା । ଫିଲ୍ମର ସୁଟିଂ ମୁମ୍ବାଇ ଏବଂ ଆବୁଧାବିରେ କରାଯାଇଛି । କରୀନା କପୁର, ତବୁ ଏବଂ କ୍ରିତି ସାନନଙ୍କ ବ୍ୟତୀତ ଏଥିରେ କପିଲ ଶର୍ମା ମଧ୍ୟ କ୍ୟାମିଓ ରୋଲରେ ନଜର ଆସିବେ । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ର ତିନି ଜଣ ମହିଳାଙ୍କ ଉପରେ ଆଧାରିତ, ଯେଉଁମାନେ ବିମାନରେ କ୍ରୁ ଭାବରେ କାର୍ଯ୍ୟ କରନ୍ତି । ତିନି ଜଣ ନିଜ ଜୀବନକୁ ଆଗକୁ ନେବାକୁ ଚେଷ୍ଟା କରି ଦିନରାତି ବ୍ୟସ୍ତ ରୁହନ୍ତି । ପରେ ତିନି ଜଣ ଗୋଟିଏ ଜାଲରେ ଫସି ଯାଆନ୍ତି । ଏହି ଜାଲ ଭିତରେ ପୁରା କାହାଣୀର ମୂଳ ଅଛି । ଫିଲ୍ମରେ କମେଡିର ତଡକା ମଧ୍ୟ ଲଗାଯାଇଥିବା ଜଣାପଡ଼ିଛି ।

ABOUT THE AUTHOR

...view details