ଓଡିଶା

odisha

ETV Bharat / entertainment

'କ୍ରୁ' ନୂଆ ଗୀତ 'ଚୋଲି କେ ପିଛେ' ରିଲିଜ, ୯୦ ଦଶକର ଯାଦୁ ଦେଖାଇଲେ କରୀନା - Choli ke Peeche song Out - CHOLI KE PEECHE SONG OUT

Crew Song Choli Ke Peeche Release: କରୀନା କପୁର ଖାନ, କ୍ରିତି ସାନନ ଏବଂ ତବୁଙ୍କ ଅଭିନୀତ ଫିଲ୍ମ 'କ୍ରୁ' ର ଗୀତ 'ଚୋଲି କେ ପିଛେ' ମୁକ୍ତିଲାଭ କରିଛି । ଏହି ଗୀତଟି ୯୦ଦଶକର ଖଳନାୟକ ଫିଲ୍ମ ଗୀତର ରିମେକ ହୋଇଥିବା ବେଳେ କରୀନାଙ୍କ ଡ୍ୟାନ୍ସ ଗୀତରେ ଚାର ଚାନ୍ଦ ଲଗାଇଛି ।

'କ୍ରୁ' ନୂଆ ଗୀତ 'ଚୋଲି କେ ପିଛେ' ରିଲିଜ, ୯୦ ଦଶକର ଯାଦୁ ଦେଖାଇଲେ କରୀନା
'କ୍ରୁ' ନୂଆ ଗୀତ 'ଚୋଲି କେ ପିଛେ' ରିଲିଜ, ୯୦ ଦଶକର ଯାଦୁ ଦେଖାଇଲେ କରୀନା

By ETV Bharat Odisha Team

Published : Mar 21, 2024, 1:39 PM IST

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ଖାନ, କ୍ରିତି ସାନନ ଏବଂ ତବୁ 'ଦ କ୍ରୁ' ସହ ଖୁବଶୀଘ୍ର ପରଦାକୁ ଫେରୁଛନ୍ତି । ନିକଟରେ ଫିଲ୍ମର ଟ୍ରେଲ ରିଲିଜ ହୋଇଥିଲା । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିବା ବେଳେ ବର୍ତ୍ତମାନ 'କ୍ରୁ'ର ଗୀତ 'ଚୋଲି କେ ପିଛେ' ମୁକ୍ତିଲାଭ କରିଛି । ଏହି ଗୀତକୁ ପଞ୍ଜାବୀ ଗାୟକ ଦିଲଜିତ ଦୋସଞ୍ଜ ନିଜ ଅନ୍ଦାଜରେ ଗାଇଥିବା ବେଳେ କରୀନା କପୁର ଡ୍ୟାନ୍ସ ଗୀତରେ ଚାର ଚାନ୍ଦ ଲଗାଇଛି ।

ଏହି ଗୀତ ସଞ୍ଜୟ ଦତ୍ତଙ୍କ ଫିଲ୍ମ 'ଖଳ ନାୟକ'ର ଅଟେ ଯାହା 1993 ମସିହାରେ ମୁକ୍ତିଲାଭ କରିଥିଲା । ଏହି ଗୀତର ଏକ ନୂତନ ସଂସ୍କରଣ ୩୧ ବର୍ଷ ପରେ 'ଦ କ୍ରୁ' ଫିଲ୍ମ ସହ ମୁକ୍ତିଲାଭ କରିଛି । ୯୦ ଦଶକରେ ନୀନା ଗୁପ୍ତା ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏହି ଗୀତରେ ଦମଦାର ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଏହି ଗୀତରେ ଉଭୟ ରାଜସ୍ଥାନୀ ଶୈଳୀରେ ଘାଗ୍ରା ଚୋଲି ପିନ୍ଧିଥିବାର ନଜର ଆସିଥିଲେ । ଏହି ଗୀତଟି ସେତେବେଳେ ଏକ ବଡ଼ ହିଟ୍ ହୋଇଥିଲା । ବର୍ତ୍ତମାନ ନୂଆ ଭର୍ସନରେ କରୀନା କପୁର ଖାନ ଏହି ଗୀତରେ ଠୁମକା ଲଗାଇଛନ୍ତି । ସେ ପିଙ୍କ ରଙ୍ଗର ଶାଢୀରେ ଡ୍ୟାନ୍ସ କରିଛନ୍ତି ।

ରାଜେଶ କୃଷ୍ଣନଙ୍କ ନିର୍ଦ୍ଦେଶିତ 'ଦ କ୍ରୁ' ରିୟା କପୁର ଏବଂ ଏକତା କପୁରଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଛି । ଫିଲ୍ମର ସୁଟିଂ ମୁମ୍ବାଇ ଏବଂ ଆବୁଧାବିରେ କରାଯାଇଛି । କରୀନା କପୁର, ତବୁ ଏବଂ କ୍ରିତି ସାନନଙ୍କ ବ୍ୟତୀତ ଏଥିରେ କପିଲ ଶର୍ମା ମଧ୍ୟ କ୍ୟାମିଓ ରୋଲରେ ନଜର ଆସିବେ । ଫିଲ୍ମଟି ଆସନ୍ତା ୨୯ ତାରିଖରେ ମୁକ୍ତିଲାଭ କରିବ । ତେବେ କରୀନା, ତବହୁ ଏବଂ କ୍ରିତି ପ୍ରତମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିଥିବା ବେଳେ ଫିଲ୍ମ ଦେଖିବାକୁ ଉତ୍ସାହିତ ରହିଛନ୍ତି ଫ୍ୟାନ୍ସ ।

ଏହା ମଧ୍ୟ ପଢନ୍ତୁ:'ଦ କ୍ରୁ' ଟ୍ରେଲର ଆଉଟ; ମାର୍ଚ୍ଚ ୨୯ରେ ହେବ ରିଲିଜ

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ର ତିନି ଜଣ ମହିଳାଙ୍କ ଉପରେ ଆଧାରିତ, ଯେଉଁମାନେ ବିମାନରେ କ୍ରୁ ଭାବରେ କାର୍ଯ୍ୟ କରନ୍ତି । ତିନି ଜଣ ନିଜ ଜୀବନକୁ ଆଗକୁ ନେବାକୁ ଚେଷ୍ଟା କରି ଦିନରାତି ବ୍ୟସ୍ତ ରୁହନ୍ତି । ପରେ ତିନି ଜଣ ଗୋଟିଏ ଜାଲରେ ଫସି ଯାଆନ୍ତି । ଏହି ଜାଲ ଭିତରେ ପୁରା କାହାଣୀର ମୂଳ ଅଛି । ଫିଲ୍ମରେ କମେଡିର ତଡକା ମଧ୍ୟ ଲଗାଯାଇଥିବା ଜଣାପଡ଼ିଛି ।

ABOUT THE AUTHOR

...view details