ଓଡିଶା

odisha

ETV Bharat / entertainment

ୱାୟନାଡ ଭୂସ୍ଖଳନ; ଦୁଃଖ ପ୍ରକାଶ କଲେ ଚିରଞ୍ଜୀବୀ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ ୧ କୋଟି - chiranjeevi donate relief fund - CHIRANJEEVI DONATE RELIEF FUND

Wayanad Landslide Relief Fund: କେରଳର ୱାୟାନାଡରେ ଘଟିଥିବା ଭୂସ୍ଖଳନ ଘଟଣା ନେଇ ଅନେକ ଦକ୍ଷିଣ ତାରକା ସାହାଯ୍ୟର ହାତ ବଢାଇଛନ୍ତି । ମୋହନଲାଲ ଏବଂ ଅଲ୍ଲୁ ଅର୍ଜୁନଙ୍କ ପରେ ବର୍ତ୍ତମାନ ମେଗାଷ୍ଟାର ଚିରଞ୍ଜୀବୀ ଏବଂ ତାଙ୍କ ପୁଅ ରାମ ଚରଣ ପୀଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ବିପୁଳ ପରିମାଣର ସହାୟତା ରାଶି ପ୍ରଦାନ କରିଛନ୍ତି । ସୋସିଆଲ ମିଡିଆରେ ୱାୟନାଡରେ ଘଟିଥିବା ଦୁର୍ଘଟଣାକୁ ନେଇ ଚିରଞ୍ଜୀବୀ ଦୁଃଖ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ୱାୟନାଡ ଭୂସ୍କଳନ; ଦୁଃଖ ପ୍ରକାଶ କଲେ ଚିରଞ୍ଜୀବୀ, ରିଲିଫ ପାଣ୍ଠିକୁ ଦେଲେ ୧ କୋଟି ଟଙ୍କା
ୱାୟନାଡ ଭୂସ୍କଳନ; ଦୁଃଖ ପ୍ରକାଶ କଲେ ଚିରଞ୍ଜୀବୀ, ରିଲିଫ ପାଣ୍ଠିକୁ ଦେଲେ ୧ କୋଟି ଟଙ୍କା (IANS)

By ETV Bharat Odisha Team

Published : Aug 5, 2024, 11:42 AM IST

ହାଇଦ୍ରାବାଦ:ନିକଟରେ କେରଳର ୱାୟାନାଡରେ ହୋଇଥିବା ଭୂସ୍ଖଳନ ସାରା ଦେଶକୁ ଚକିତ କରିଛି । ଏହି ଘଟଣାରେ ଅନେକ ଧନଜୀବନ ନଷ୍ଟ କରିଦେଇଛି । ପ୍ରାୟ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏବେ ବି ମାଟିତଳୁ ଉଦ୍ଧାର ହେଉଛି ମୃତଦେହ । ୱାୟାନାଡରେ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ବି ଚାଲିଛି । ତେବେ ପୀଡିତାଙ୍କ ପରିବାର ତଥା ପୁନଃ ଥଇଥାନ ପାଇଁ ସହାୟତାର ହାତ ବଢାଇଛନ୍ତି ସେଲିବ୍ରିଟିମାନେ । ନିକଟରେ ସାଉଥ ସୁପରଷ୍ଟାର ମୋହନଲାଲ ୱାୟନାଡର ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ୩ କୋଟି ଟଙ୍କା ଦାନ କରିଥିଲେ । ଏହା ପରେ ପୁଷ୍ପା ତାରକା ଅଲ୍ଲୁ ଅର୍ଜୁନଙ୍କ ସମେତ ଅନେକ ତାରକା ୨୫ ଲକ୍ଷ, ୧୦ ଲକ୍ଷ ଏପରି ବିପୁଳ ଟଙ୍କା ଦାନ କରିଥିଲେ। ବର୍ତ୍ତମାନ ଚିରଞ୍ଜୀବୀ ଏବଂ ତାଙ୍କ ପୁଅ ରାମ ଚରଣ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି ।

ଚିରଞ୍ଜୀବୀ ଏବଂ ରାମ ଚରଣ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି

ଚିରଞ୍ଜୀବୀ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ୱାୟନାଡ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, "ଗତ କିଛି ଦିନ ହେବ କେରଳରେ ପ୍ରକୃତିର ବିନାଶ ଏବଂ ଶହ ଶହ ମୂଲ୍ୟବାନ ଜୀବନ ହାନି ହେତୁ ମୁଁ ଅତ୍ୟନ୍ତ ଦୁଃଖିତ । ୱାୟନାଡ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ମୋର ସମବେଦନା । ରାମ ଚରଣ ଏବଂ ମୁଁ ଏକାଠି କାମ କରୁଛୁ ପୀଡ଼ିତମାନଙ୍କୁ ସାହାଯ୍ୟ କରିବା ପାଇଁ। ମୁଁ କେରଳ ସିଏମ ରିଲିଫ ପାଣ୍ଠିରେ ୧ କୋଟି ଟଙ୍କା ଯୋଗଦାନ କରୁଛି । ମୁଁ ପ୍ରାର୍ଥନା କରୁଛି ଯେ ପୀଡ଼ିତ ଲୋକମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ।

ଏହା ମଧ୍ୟ ପଢନ୍ତୁ:ୱାୟନାଡ ଭୂସ୍ଖଳନ ଟ୍ରାଜେଡି: ପୀଡ଼ିତଙ୍କୁ ଭେଟିଲେ ମୋହନଲାଲ, ଏତିକି ଟଙ୍କା ସହୟତା ରାଶି ଦେଲେ ଅଲ୍ଲୁ-ଅର୍ଜୁନ

ପୂର୍ବରୁ ଏହି ତାରକା ସହାୟତା ରାଶି ପ୍ରଦାନ କରିଛନ୍ତି

ସାଉଥ ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନ, ମାହନଲାଲ, ବିକ୍ରମଙ୍କ ଠାରୁ ଆରମ୍ଭ କରି ସୂରିୟା, କାର୍ଥି, ଦୁଲେକର ସଲମାନ, ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସମେତ ଅନେକ ସେଲିବ୍ରିଟି ୱାୟନାଡରେ ଘଟିଥିବା ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ପ୍ରଦାନ କରିଛନ୍ତି । ମୋହନଲାଲ ସେନା ୟୁନିଫର୍ମ ପିନ୍ଧି ମୋହନଲାଲ ପ୍ରଭାବିତ ଅଞ୍ଚଳ ବୁଲି ପୀଡିତଙ୍କୁ ଭେଟିଥିଲେ ଏବଂ ସେ ୩ କୋଟିର ସହାୟତା ରାଶି ପ୍ରଦାନ କରିଥିଲେ । ସେହିପରି ଅଲ୍ଲୁ ଅର୍ଜୁନ ୨୫ ଲକ୍ଷ, ବିକ୍ରମ ୨୦ ଲକ୍ଷ,ସୂରୟା, କାର୍ଥୀ ଓ ଜ୍ୟୋତିକା ଦେଲେ ୫୦ ଲକ୍ଷ ଏବଂ ରଶ୍ମିକା ମନ୍ଦାନା ମଧ୍ୟ କେରଳ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details