ଓଡିଶା

odisha

ETV Bharat / entertainment

କ୍ୟାନ୍ସର ରୋଗୀଙ୍କୁ ବଲିଉଡ ଡିଭା ମହିମା ଚୌଧୁରୀଙ୍କ ପରାମର୍ଶ, 'ଭଗବାନଙ୍କ ଉପରେ ରଖନ୍ତୁ ଭରସା' - MAHIMA CHAUDHRY IN BHUBANESWAR

ଭୁବନେଶ୍ଵରରେ କ୍ୟାନ୍ସର ଯୋଦ୍ଧା ତଥା ବଲିଉଡ଼ ଅଭିନେତ୍ରୀ ମହିମା ଚୌଧୁରୀ । ଏହି ସମୟରେ ଓଡ଼ିଶାର ଆତିଥ୍ୟକୁ ପ୍ରଶଂସା କରିବା ସହ କ୍ୟାନ୍ସର ନେଇ ନିଜ ଅନୁଭୂତି ବାଣ୍ଟିଥିଲେ।

Bollywood Actress Mahima Chaudhry In Bhubaneswar
Bollywood Actress Mahima Chaudhry In Bhubaneswar (ETV Bharat Odisha)

By ETV Bharat Entertainment Team

Published : Nov 4, 2024, 4:52 PM IST

ଭୁବନେଶ୍ଵର:ଓଡ଼ିଶାରେ କ୍ୟାନ୍ସର ଯୋଦ୍ଧା ତଥା ବଲିଉଡ଼ ଅଭିନେତ୍ରୀ ମହିମା ଚୌଧୁରୀ । ରାଜଧାନୀର ଏଚ୍.ଏଚ୍.ଆଇ ହୋଟେଲରେ ଶ୍ରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ଟପ୍ ମଡେଲ ସୋ ଓ ବ୍ୟବସାୟ ପୁରସ୍କାର ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅଭିନେତ୍ରୀ ମହିମା ଚୌଧୁରୀ । ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବଲିଉଡ଼ ଅଭିନେତ୍ରୀ ମହିମା ଚୌଧୁରୀ ପ୍ରଥମେ ନିଜ ଅଭିନୀତ ଧଡକନ ଫିଲ୍ମର ଗୀତରେ ନାଚି ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଆଉ କର୍କଟ ରୋଗୀଙ୍କ ପାଇଁ ଉଦିଷ୍ଟ ମହତ୍ ଉଦ୍ଦେଶ୍ୟ ସହ କାର୍ଯ୍ୟକ୍ରମର ପ୍ରତିଯୋଗିତା ମାଧ୍ୟମରେ ମହିଳାଙ୍କ ପ୍ରତିଭା ଓ ଶକ୍ତି ପ୍ରଦର୍ଶନକୁ ବେଶ ପ୍ରଶଂସା କରିଥିଲେ । ଏଥିସହ ବିଜୟୀ ମଡେଲ ଓ ସପାଳ ମହିଳା ଉଦ୍ୟୋଗୀଙ୍କୁ ପୁରସ୍କାର ଦେବା ସହ ଉତ୍ସାହିତ କରିଥିଲେ ।

Bollywood Actress Mahima Chaudhry In Bhubaneswar (ETV Bharat Odisha)

ଓଡ଼ିଶା ଏକ କଳା ସଂସ୍କୃତି ସଂପନ୍ନ ରାଜ୍ୟ; ମହିମା ଚୌଧୁରୀ

ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଓଡ଼ିଶାର ଆତିଥ୍ୟକୁ ପ୍ରଶଂସା କରିବା ସହ ଓଡ଼ିଶା ଏକ କଳା ସଂସ୍କୃତି ସଂପନ୍ନ ରାଜ୍ୟ ବୋଲି କହିଛନ୍ତି । ଏଠାକାର ଲୋକମାନେ ବେଶ ସୁନ୍ଦର । ଆତିଥ୍ୟ କୁ ନେଇ ମୋତେ ଦେଇଥିବା ଜଗନ୍ନାଥଙ୍କ ଉପହାର ମୋତେ ବହୁତ ପସନ୍ଦ ଆସିଛି ମୁଁ ବହୁତ ଥର ମହାପ୍ରଭୁଙ୍କ ଦର୍ଶନ କରିଛି । ଯେତେଥର ଆସିଲେ ବି ନିଶ୍ଚୟ ଜଗନ୍ନାଥଙ୍କ ଦର୍ଶନ କରେ । ଏଥର ମଧ୍ୟ ନିଶ୍ଚୟ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ବ୍ରେଷ୍ଟ କ୍ୟାନସରରେ ପୀଡିତ ମହିମା ଚୌଧୁରୀ, ବଖାଣିଲେ ସଂଘର୍ଷର କାହାଣୀ

କ୍ୟାନ୍ସର ରୋଗୀଙ୍କୁ ଦେଲେ ଏହି ପରାମର୍ଶ

ଏହାସହ ତାଙ୍କ ଅଭିନୀତ ଫିଲ୍ମ 'ସିଙ୍ଗନେଚର'ର ପ୍ରମୋସନ ସହ କ୍ୟାନ୍ସର ସହ ଯୁଝି ହେଉଥିବା ଅନୁଭୂତି ସେୟାର କରିଥିଲେ । ଫିଲ୍ମକୁ ନେଇ ସେ କହିଛନ୍ତି, ''ଜୀବନର ସଂଘର୍ଷ ସାହସ ଓ ଜୀବନରେ ଆଗକୁ ବଢିବାର ଦୃଢ଼ତାର ଖୋରାକ ବିଷୟରେ ମୋ ଫିଲ୍ମରେ ଆପଣ ଦେଖିବାକୁ ପାଇବେ । ସମସ୍ତଙ୍କ ଜୀବନରେ ସଂଘର୍ଷ ଅଛି ଦୁଃଖ ଅଛି କିନ୍ତୁ ସାହସର ସହ ଯିଏ ସେ ସବୁକୁ ସାମ୍ନା କରି ଆଗକୁ ବଢି କର୍ମ କରିଚାଲେ । ଏହି ଶୀକ୍ଷଣୀୟ ବାର୍ତ୍ତା ଏହି ଫିଲ୍ମରେ ଦେଖିବାକୁ ମିଳିବ । କ୍ୟାନ୍ସର ରୋଗୀଙ୍କୁ ନେଇ ସେ କହିଛନ୍ତି, ନିଜ ଉପର ଭରସା ରଖିବା ସହ ଧୈର୍ଯ୍ୟ ଧରିବା ଉଚିତ୍ ଏବଂ କାମ କରି ଚାଲନ୍ତୁ ଓ ଭଗବାନଙ୍କ ଉପରେ ସବୁକିଛି ଛାଡ଼ିବା ଉଚିତ ।'' କହିରଖୁଛୁ କି, ଫିଲ୍ମ 'ସିଗନେଚର'ରେ ଅନୁପମ ଖେର ଏବଂ ମହିମା ଚୌଧୁରୀ ନଜର ଆସିଥିବା ବେଳେ ଏହା ZEE 5ରେ ଅକ୍ଟୋବର 4ରେ ଷ୍ଟ୍ରିମିଂ ହୋଇଛି ।

ଏହା ମଧ୍ୟ ପଢନ୍ତୁ:ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ସୋସିଆଲ ମିଡିଆରେ ଭାଇରାଲ

ଏମାନେ ପାଇଲେ ପୁରସ୍କାର

ରବିବାର ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ସଂସ୍ଥାର ଲୋଗୋ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆସୁଥିବା ଟଙ୍କାକୁ କର୍କଟ ପୀଡ଼ିତାଙ୍କୁ ପ୍ରଦାନ କରାଯାଇଥାଏ । ନିଆରା ଓ ସୁନ୍ଦର ଲକ୍ଷ୍ୟ ସହ କାର୍ଯ୍ୟକ୍ରମ ହୋଇଥବା ବେଳେ ପ୍ରତିଟି ପ୍ରତିଯୋଗୀ ପ୍ରତିଯୋଗିତା ନୁଁହେ ବରଂ ମହତ ଏକ କାର୍ଯ୍ୟର ସମର୍ପଣକୁ ନେଇ ପ୍ରତିଯୋଗିତା କରିଥିଲେ ବୋଲି କହିଛନ୍ତି ଟପ୍ ମଡେଲ ଓଡ଼ିଶାର ସଭାପତି ସବିତା ମହାକୁଡ । ଏଥିରେ ୩ ଟି ବିଭାଗରେ ପ୍ରତିଯୋଗୀ ପ୍ରତିଯୋଗିତା କରିଥିବା ବେଳେ ମିସ ଟିନ କାଟାଗୋରୀରେ ବିଜୟୀ ହୋଇଛନ୍ତି ହଂସିକା ଦାସ, ଆଉ ରନର୍ସ ଅପ ହୋଇଛନ୍ତି ଶ୍ରେୟା ପ୍ରିୟଦର୍ଶିନୀ ପରିଡା ଓ ଶ୍ୱେତଲୀନ ସ୍ୱାଇଁ ।

ସେହିପରି ମିସ କଟେଗୋରୀର ମୁକୁଟ ପିନ୍ଧିଥିଲେ ଅର୍ଚ୍ଚିତା ପଣ୍ଡା ଓ ରନର୍ସ ଅପ ଅନନ୍ୟା ବିଶ୍ୱାଳ ସୁଶ୍ରୀ ସଂଗୀତା ରାଉତ।ସେହିପରି ମିସେସ କଟେଗୋରୀର ବିଜେତା ହୋଇଛନ୍ତି ପ୍ରଜ୍ଞା ରେ ରାୟ ଓ ରନର୍ସ ଅପ ହୋଇଛନ୍ତି ଯମୁନା ସ୍ୱାଇଁ ପୁଷ୍ପିତା ମହାପାତ୍ର । ଏହି କାର୍ଯ୍ୟକ୍ରମରେ ପ୍ରତିଭା ଅନ୍ୱେଷଣ ଦାୟିତ୍ୱରେ ବହନ କରିଥିଲେ ସଂଗୀତ ନିର୍ଦେଶକ ଗୁଡୁଲି ରଥ, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ପୁପିନ୍ଦର ଙ୍କ ସହ ଗାୟତ୍ରୀ ବେହେରା ଓ ସସ୍ମିତା ଚୌଧୁରୀ ରହିଥିଲେ । ପ୍ରଶ୍ନ ଉତ୍ତର ରାଉଣ୍ଡରେ ମହିମା ଚୌଧୁରୀ ମୁଖ୍ୟ ଜଜ୍ ଭାବରେ ରହିଥିଲେ ଓ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। କାର୍ଯକ୍ରମ ଶେଷରେ ବଛା ବଛା ପ୍ରତିଭାଙ୍କୁ ମହିମା ଚୌଧୁରୀ ପୁରସ୍କୃତ କରିଥିଲେ ।

2022ରେ ବ୍ରେଷ୍ଟ କ୍ୟାନସରରେ ପୀଡିତ ଥିଲେ ମହିମା ଚୌଧୁରୀ

'ପରଦେସ୍', 'ଧଡକନ୍', 'ଓମ୍ ଜୟ ଜଗଦୀଶ' ଭଳି ସଫଳ ଚଳଚ୍ଚିତ୍ରରେ ନିଜର ଯାଦୁ ଦେଖାଇଛନ୍ତି ମହିମା ଚୌଧୁରୀ । ସେ 2022ରେ ବ୍ରେଷ୍ଟ କ୍ୟାନସର ସହିତ ସଂଘର୍ଷ କରୁଥିବା ସୂଚନା ଦେଇତିଲେ । ସେ ଏହାର ସଫଳ ଚିକିତ୍ସା ପରେ ଏବେ ସେ ଏହାକୁ ମାତ୍ ଦେଇ ଅନ୍ୟଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details