ଓଡିଶା

odisha

ETV Bharat / entertainment

ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନକୁ ବିପଦ, କିଆରା କରିଛନ୍ତି କଳା ଯାଦୁ ! ଅଭିନେତାଙ୍କ ନାଁରେ ଫ୍ୟାନ୍ସଙ୍କଠୁ ୫୦ ଲକ୍ଷ ଲୁଟ୍ - Sidharth Malhotra Fan Duped

Sidharth Malhotra Fan Duped: ଠକାମିର ଶିକାର ହେଲେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫ୍ୟାନ୍ସ । ଅଭିନେତାଙ୍କ ନାଁରେ ତାଙ୍କ ଠାରୁ ୫୦ ଲକ୍ଷ ଲୁଟିଲେ ଦୃବୃର୍ତ୍ତ । ଅଧିକ ପଢନ୍ତୁ,

By ETV Bharat Odisha Team

Published : Jul 4, 2024, 11:10 AM IST

ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନକୁ ବିପଦ, କିଆରା କରିଛନ୍ତି କଳା ଯାଦୁ! ଅଭିନେତାଙ୍କ ନାଁରେ ଫ୍ୟାନ୍ସଙ୍କଠୁ ୫୦ ଲକ୍ଷ ଲୁଟ୍
ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନକୁ ବିପଦ, କିଆରା କରିଛନ୍ତି କଳା ଯାଦୁ! ଅଭିନେତାଙ୍କ ନାଁରେ ଫ୍ୟାନ୍ସଙ୍କଠୁ ୫୦ ଲକ୍ଷ ଲୁଟ୍ (ETV Bharat Odisha)

ହାଇଦ୍ରାବାଦ: କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ସିଦ୍ଧାର୍ଥ ମଲହୋତ୍ରାଙ୍କର ଫ୍ୟାନ୍ସ ରହିଛନ୍ତି। ଏପରି ସମୟରେ ବର୍ତ୍ତମାନ ଅଭିନେତାଙ୍କ ନାଁରେ ଠକେଇର ଶିକାର ହୋଇଛନ୍ତି ଫ୍ୟାନ୍ସ । ସିଦ୍ଧାର୍ଥଙ୍କ ନାମରେ ଜଣେ ଫ୍ୟାନ୍ସଙ୍କ ଠାରୁ 50 ଲକ୍ଷ ଟଙ୍କା ଲୁଟ ହୋଇଛି । ସିଦ୍ଧାର୍ଥଙ୍କ ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହି ପୋଷ୍ଟ ସେୟାର କରି ସେ କହିଛନ୍ତି ଯେ ସିଦ୍ଧାର୍ଥଙ୍କ ଜୀବନଙ୍କ ବିପଦ କହି ଦୁଇ ଝିଅ ତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲୁଟିଛନ୍ତି। ଯାହା ପରେ ଅଭିନେତା ପ୍ରତିକ୍ରିୟା ଦେଇ ଏଭଳି ଘଟଣା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।

'ସିଦ୍ଧାର୍ଥଙ୍କ ଜୀବନ ବିପଦରେ'

ସୂଚନା ଅନୁସାରେ, ଠକାମିର ଶିକାର ହୋଇଥିବା ବ୍ୟକ୍ତି ହେଲେ ମେନୁ ଭାସୁଦେବ ଏବଂ ସେ ଆମେରିକାରେ ରୁହନ୍ତି । ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ମେନୁ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । ମେନୁ କହିଛନ୍ତି ଯେ ଆଲିଜା ଏବଂ ହୁସନା ନାମକ ଦୁଇ ଝିଅ ସିଦ୍ଧାର୍ଥ ଏବଂ କିଆରାଙ୍କ ନାଁ ନେଇ ତାଙ୍କୁ ଠକିଥିଲେ । ମେନୁ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଅଲିଜା ତାଙ୍କୁ କହିଥିଲେ ଯେ କିଆରା କାରଣରୁ ସିଦ୍ଧାର୍ଥଙ୍କ ଜୀବନ ବିପଦରେ ଅଛି। କିଆରା ସିଦ୍ଧାର୍ଥଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ତାଙ୍କୁ ବିବାହ ନକରନ୍ତି ତେବେ ସେ ତାଙ୍କ ପରିବାରକୁ ହତ୍ୟା କରିବେ। ସେ ଏହା ମଧ୍ୟ କହିଛନ୍ତି ଯେ କିଆରା ସିଡ ଉପରେ କଳା ଯାଦୁ କରିଛନ୍ତି। ସିଡର କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ । ଏପରି ସ୍ଥିତିରେ ସିଦ୍ଧାର୍ଥଙ୍କୁ ବଞ୍ଚାଇବାରେ ସାହାଯ୍ୟ କରିବାକୁ ଆଲିଜା ମେନୁଙ୍କୁ କହିଥିଲେ ।

ଫ୍ୟାନ୍ସଙ୍କ ଠୁ ୫୦ ଲକ୍ଷ ଲୁଟ୍

ମେନୁ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ବିଶ୍ୱାସ କରିବା ପାଇଁ ତାଙ୍କୁ ସିଦ୍ଧାର୍ଥଙ୍କ PR ଦଳର ସଦସ୍ୟ ଦୀପକ ଦୁବେଙ୍କୁ ଡାକି କାହା ସହ କଥା ହେବା ପାଇଁ ପ୍ରସ୍ତୁତ କରାଯାଇଥିଲା । ଏହା ପରେ ଦୀପକ କିଆରାଙ୍କ ଟିମର ସଦସ୍ୟ ରାଧିକାଙ୍କ ସହ କଥା ହୋଇଥିଲେ। ଯିଏ ତାଙ୍କୁ ଦମ୍ପତିଙ୍କ ବିଷୟରେ ପ୍ରତ୍ୟେକ ସୂଚନା ଦେଉଥିଲେ । ମେନୁ କହିଥିଲେ- ମୁଁ ତାଙ୍କୁ ପ୍ରତି ସପ୍ତାହରେ ଟଙ୍କା ଦେଉଥିଲି ଯାହା ଦ୍ୱାରା ମୁଁ ସିଦ୍ଧାର୍ଥଙ୍କ ବିଷୟରେ ଜାଣିପାରିବି ଏବଂ ତାଙ୍କ ସହ କଥା ହେବି । ମହିଳା ଜଣକ କହିଛନ୍ତି ଯେ ଏହି ଘଟଣା ଅକ୍ଟୋବର ୨୦୨୩ରେ ଘଟିଥିଲା ​​ଏବଂ ଏହି ସମୟ ମଧ୍ୟରେ ତାଙ୍କୁ ଧୀରେ ଧୀରେ ୫୦ ଲକ୍ଷ ଟଙ୍କା ଠକେଇ କରାଯାଇଥିଲା ।

ସିଦ୍ଧାର୍ଥ ମଲହୋତ୍ରାଙ୍କ ପ୍ରତିକ୍ରିୟା

ସିଦ୍ଧାର୍ଥ ମାଲହୋତ୍ରା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଏହି ବିଷୟରେ ସଚେତନ କରାଇଛନ୍ତି। ସେ ଏପରି କୌଣସି ଠକାମୀର କାର୍ଯ୍ୟକଳାପକୁ ସମର୍ଥନ କରନ୍ତୁ ନାହିଁ ବୋଲି ଅଭିନେତା କହିଛନ୍ତି । ଏଥିସହ ସେ ତାଙ୍କ ପ୍ରଶଂସକମାନଙ୍କୁ ସତର୍କ ରହିବାକୁ ଏବଂ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ମାମଲା ରିପୋର୍ଟ କରିବାକୁ କହିଛନ୍ତି । ସିଦ୍ଧାର୍ଥ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ଏହା ମୋ ନଜରକୁ ଆସିଛି ଯେ ସୋସିଆଲ ମିଡିଆରେ ମୋ ନାଁରେ କିଛି ଠକେଇ କାର୍ଯ୍ୟ ଏବଂ ଘୋଟାଲା ଚାଲିଛି ଯେଉଁଥିରେ ଦାବି ହେଉଛି ଯେ ଏହି ଲୋକମାନେ ମୋ ପରିବାର ସହ ଜଡିତ କିମ୍ବା ମୋର ସମର୍ଥକ। ସେମାନେ ମଧ୍ୟ ଏହି ନାଁରେ ଲୋକଙ୍କଠାରୁ ଟଙ୍କା ମାଗୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଅଡୁଆରେ ସନ୍ନି ଦେଓଲ, ଠକେଇ ଅଭିଯୋଗ ଆଣିଲେ ପ୍ରଡ୍ୟୁସର

ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ମୁଁ କିମ୍ବା ମୋର ପରିବାରର କୌଣସି ସଦସ୍ୟ କିମ୍ବା ମୋର କୌଣସି ସମର୍ଥକ ସୋସିଆଲ ମିଡିଆରେ ଏଭଳି କାର୍ଯ୍ୟକଳାପରେ ଜଡିତ ନୁହଁନ୍ତି । ଯଦି ଆପଣ ଏପରି କୌଣସି ଠକେଇର ସମ୍ମୁଖୀନ ହୁଅନ୍ତି, ତେବେ ଏହା ଉପରେ ଅଭିଯୋଗ କରନ୍ତୁ ଏବଂ କୌଣସି ପ୍ରକାରର ମିଥ୍ୟା ତଥ୍ୟ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ । ମୋର ପ୍ରଶଂସକମାନେ ମୋର ସବୁଠାରୁ ବଡ ଶକ୍ତି । ତୁମର ବିଶ୍ୱାସ ଏବଂ ତୁମର ସୁରକ୍ଷା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details