ହାଇଦ୍ରାବାଦ:ସଲମାନ ଖାନଙ୍କ ବିବାଦୀୟ ରିଆଲିଟି ଶୋ' 'ବିଗ ବସ 18' ଜାରି ରହିଛି । ପ୍ରତ୍ୟେକ ଏପିସୋଡ୍ ସହ ଦର୍ଶକଙ୍କ ଉତ୍ସାହ ବଢିଚାଲିଛି । ଗତ ସପ୍ତାହର ୱାର୍ ଅତ୍ୟନ୍ତ ରୋମାଞ୍ଚକର ଥିବା ବେଳେ ଏହି ରିଆଲିଟି ଶୋ'ରୁ ପ୍ରଥମ ପ୍ରତିଯୋଗୀଙ୍କୁ ବାହାର କରିଦିଆଯାଇଛି । ବିଗ୍ ବସ୍ ଘରୁ ପ୍ରଥମ ପ୍ରତିଯୋଗୀ ଭାବେ ବିଦା ହୋଇଛନ୍ତି ହେମା ଶର୍ମା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଥିସହ 'ବିଗ୍ ବସ୍ 18' ର ୱିକେଣ୍ଡ୍ ୱାରରେ ବହୁତ କିଛି ଦେଖିବାକୁ ମିଳିଥିଲା । କୃଷ୍ଣା ଅଭିଷେକ ଏବଂ ସୁଦେଶ, ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ୱାମୀ ବିକି ଜୈନ 'ବିଗ୍ ବସ୍ 18' ଘରେ ଏଣ୍ଟ୍ରି କରି ମନୋରଞ୍ଜନ କରିଥିଲେ ।
ଘରୁ ବିଦା ହେଲେ ହେମା ଶର୍ମା
ହେମା ଶର୍ମା ସୋସିଆଲ ମିଡିଆରେ ନିଜର ବ୍ୟକ୍ତିତ୍ୱ ପାଇଁ ଜଣାଶୁଣା । ସେ ସୋସିଆଲ ମିଡିଆରେ ଭାଇରାଲ ଭାବୀ ନାଁରେ ବେଶ ପରିଚିତ । ହେମାଙ୍କ ବହିଷ୍କାର ଘୋଷଣା ହେବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କମ ଭୋଟ ମିଳିଥିବା କାରଣରୁ ହେମାଙ୍କୁ ଶୋ’ରେ ତାଙ୍କର ଯାତ୍ରା ଶେଷ କରିବାକୁ ପଡିଛି । ଏହି ସିଜନ ଆରମ୍ଭ (ପ୍ରଥମ ଦିନ) ରୁ ହେମାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ବିଗ୍ ବସ୍ 18 ର ଆରମ୍ଭରେ, ହେମା ଶର୍ମାଙ୍କୁ ବାଗାଙ୍କ ସହ ଜେଲରେ ରଖାଯାଇଥିଲା, ଯେଉଁଠାରେ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ଅସୁବିଧାଗୁଡ଼ିକର ମୁକାବିଲା କରି ବର୍ତ୍ତମାନ ଦ୍ୱିତୀୟ ସପ୍ତାହରେ ପ୍ରଥମ ପ୍ରତିଯୋଗୀ ଭାବେ ଘରୁ ବିଦା ହୋଇଛନ୍ତି ।