ହାଇଦ୍ରାବାଦ:ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ଖବର ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରତିଦିନ ଏହି ଦମ୍ପତିଙ୍କ ଅଲଗା ହେବା ନେଇ ଭିନ୍ନ ଖବର ସାମ୍ନାକୁ ଆସୁଛି । କିନ୍ତୁ ଏହି ଖବର ଉପରେ ଷ୍ଟାର ଦମ୍ପତିଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏପରି ସମୟରେ ଅମିତାଭ ବଚ୍ଚନ ଲୋକଙ୍କୁ ତାଙ୍କର ଗୋଟିଏ ପୋଷ୍ଟ ନେଇ ପୁଣି ଚିନ୍ତାରେ ପକାଇଛି । ଅମିତାଭ ବଚ୍ଚନ ଏକ ଲାଟେଷ୍ଟ ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ନେଇ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ବିଚ୍ଛେଦ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଅମିତାଭ ବଚ୍ଚନଙ୍କ ପୋଷ୍ଟ
ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଅମିତାଭ ବଚ୍ଚନ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । କେବଳ ବଡ ପରଦାରେ ନୁହଁ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରାଇଥାନ୍ତି । ସେ କେତେବେଳେ ମଜାଳିଆ ପୋଷ୍ଟ କରି ଫ୍ୟାନ୍ସଙ୍କ ମନ ଜିତନ୍ତି ତ କେତେବେଳେ କ୍ରିପ୍ଟିକ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଅଡୁଆରେ ମଧ୍ୟ ପକାଇଥାନ୍ତି । ଗତକାଲି ରାତିରେ କେବିସି 16 ର ସେଟରୁ ଅମିତାଭ ବଚ୍ଚନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ଅମିତାଭ ବଚ୍ଚନ ଲେଖିଛନ୍ତି, ଭାଇ କରିନିଅ । ତୁମେ ଯେତେ ଚେଷ୍ଟା କର, ତୁମ ଚେହେରାର କିଛି ଘଟିବ ନାହିଁ । ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଅନେକ ଏହାକୁ ପସନ୍ଦ କରିଥିବା ବେଳେ ପ୍ରଶଂସାରେ ପୋତି ପକାଇଛନ୍ତି ତ ଅନେକ ଏହାକୁ ନେଇ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ବିଚ୍ଛେଦକୁ ଯୋଡିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ତାଜା ହେଲା ପ୍ରି-ୱେଡିଂ ସ୍ମୃତି, ଅଭିଷେକଙ୍କ ସହ 'ରୋକା' ଉତ୍ସବ ମନେ ପକାଇଲେ ଐଶ୍ବର୍ଯ୍ୟା