ଓଡିଶା

odisha

ETV Bharat / entertainment

'ପୁଷ୍ପା 2' ସ୍କ୍ରିନିଂରେ ଫ୍ୟାନ୍ ମୃତ୍ୟୁ ଘଟଣା; ମୃତକ ପରିବାରକୁ 25 ଲକ୍ଷ ଦେବେ ଅଲ୍ଲୁ ଅର୍ଜୁନ - ALLU ARJUN DONATE 25 LAKH TO FAMILY

'ପୁଷ୍ପା 2' ସ୍କ୍ରିନିଂରେ ଫ୍ୟାନ୍ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅଲ୍ଲୁ ଅର୍ଜୁନ । ଘଟଣାରେ ଦୁଃଖ ପ୍ରକାଶ କରିବା ସହ 25 ଲକ୍ଷ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି ।

ALLU ARJUN DONATE 25 LAKH TO FAMILY
ALLU ARJUN DONATE 25 LAKH TO FAMILY (ETV Bharat)

By ETV Bharat Entertainment Team

Published : Dec 7, 2024, 9:37 AM IST

ହାଇଦ୍ରାବାଦ:'ପୁଷ୍ପା 2' ର ପ୍ରିମିୟର ଶୋ' ସମୟରେ ଠେଲାପେଲାରେ ଜଣେ ମହିଳା ମୃତ୍ୟୁ ଘଟଣା । ଏନେଇ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି ଅଲ୍ଲୁ ଅର୍ଜୁନ। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଅଭିନେତା ମହିଳାଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ନିଶ୍ଚିତ କରିଛନ୍ତି । ସେ ସେମାନଙ୍କୁ ବ୍ୟକ୍ତିଗତ ଆର୍ଥିକ ସହାୟତା ବିଷୟରେ ନିଶ୍ଚିତ କରିଛନ୍ତି ଏବଂ ସେମାନଙ୍କର ଗୋପନୀୟତା ଆବଶ୍ୟକତାକୁ ସମ୍ମାନ ଜଣାଇ ଶୀଘ୍ର ସେମାନଙ୍କୁ ଭେଟିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ।

ମୃତକଙ୍କ ପରିବାରକୁ ସାହାଯ୍ୟ କରିବେ ଅଲ୍ଲୁ ଅର୍ଜୁନ

ଏକ୍ସରେ ଏକ ଭିଡିଓ ସେୟାର କରି ଅଲ୍ଲୁ କହିଛନ୍ତି, ''ଥିଏଟରରେ ଘଟିଥିବା ଦୁଃଖଦ ଘଟଣା ଯୋଗୁଁ ସେ ବହୁତ ଦୁଃଖିତ । ଏହି ଅବାଞ୍ଛିତ କଷ୍ଟ ସମୟରେ ତାଙ୍କ ପରିବାରକୁ ମୁଁ ହୃଦୟରୁ ସମବେଦନା ଜଣାଉଛି । ମୁଁ ସେମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ସେମାନେ ଏହି ଯନ୍ତ୍ରଣାରେ ଏକା ନୁହଁନ୍ତି ଏବଂ ପରିବାରକୁ ବ୍ୟକ୍ତିଗତ ଭାବରେ ଭେଟିବି। ଦୁଃଖର ସମୟରେ ସେମାନଙ୍କର ଆବଶ୍ୟକତାକୁ ସମ୍ମାନ ଜଣାଇ, ମୁଁ ତାଙ୍କ ପରିବାରକୁ ପ୍ରତ୍ୟେକ ସମ୍ଭାବ୍ୟ ସମର୍ଥନ ଯୋଗାଇବି । ପରିବାରକୁ 25 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବି ଏବଂ ସମସ୍ତ ଚିକିତ୍ସା ଖର୍ଚ୍ଚର ମଧ୍ୟ ଯତ୍ନ ନେବି । ଆପଣ ଏକା ନୁହଁନ୍ତି ଆମେ ଆପଣଙ୍କ ସହ ଅଛୁ ।''

ଘଟଣାକ୍ରମ କ'ଣ ?

କହିରଖୁଛି କି, ଏହି ଘଟଣା ଡିସେମ୍ବର 4, 2024 ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଘଟିଥିଲା, ଯେଉଁଠାରେ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଝଲକ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଅଭିନେତାଙ୍କ ଝଲକ ପାଇବା ପାଇଁ ଥିଏଟରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟରେ ଛେଲାପେଲା ହୋଇଥିଲା । ଫଳରେ ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:'ପୁଷ୍ପା 2' ସ୍କ୍ରିନିଂରେ ମହିଳା ମୃତ୍ୟୁ ଘଟଣା; ପ୍ରିମିୟର୍ ଶୋ'ରେ ଲାଗିଲା ବ୍ୟାନ୍

ଅଲ୍ଲୁ ଅର୍ଜୁନଙ୍କ ନାଁରେ ମାମଲା ରୁଜୁ

ସେପଟେ ଘଟଣା ନେଇ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ମ୍ୟାନେଜମ୍ୟାଣ୍ଟ ନାଁରୋ ହୋଇଛି ମାମଲା ରୁଜୁ । ପୋଲିସର ସୂଚନା ଅନୁସାରେ,''ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରାଯାଇଛି । ଥିଏଟର ମ୍ୟାନେଜମେଣ୍ଟ, ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ସୁରକ୍ଷା ଟିମ୍ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ଚିକ୍କାଡାପଲି ପୋଲିସ୍ ଷ୍ଟେସନ ଧାରା 105 , 118 (1) r / w 3 (5) BNS ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details