ଓଡିଶା

odisha

ETV Bharat / entertainment

ସୁସ୍ଥ ହୋଇ ଯାତ୍ରା ପେଣ୍ଡାଲକୁ ଫେରିଲେ ରାଣୀ ପଣ୍ଡା, ଖଣ୍ଡଗିରିରେ ଦର୍ଶକଙ୍କୁ କଲେ ମତୁଆଲା - ARTIST RANI PANDA

ଆରମ୍ଭ ହୋଇଛି ଖଣ୍ଡଗିରି ଯାତ୍ରା ମହୋତ୍ସବ । 'ରାଜଧାନୀର ରଜନୀଗନ୍ଧା' ନାଟକରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଜଲୱା ।

Actress Rani Panda
Actress Rani Panda (ETV Bharat Odisha)

By ETV Bharat Odisha Team

Published : Feb 7, 2025, 1:46 PM IST

ଭୁବନେଶ୍ବର:ଆରମ୍ଭ ହୋଇଯାଇଛି ଖଣ୍ଡଗିରି ମେଳା ଓ ଖାରବେଳ ମହୋତ୍ସବ । ଯାତ୍ରା ମହାସମରରେ ଦୁଲୁକୁଛି ଖଣ୍ଡଗିରି ଯାତ୍ରା ମହୋତ୍ସବ ପେଣ୍ଡାଲ । ଦର୍ଶକଙ୍କ ହୃଦୟ ଜିଣୁଛି ଅଭିନେତ୍ରୀ ରାଣୀ ପଣ୍ଡାଙ୍କ 'ରାଜଧାନୀର ରଜନୀଗନ୍ଧା' । ଗତ କିଛି ଦିନ ହେବ ରାଣୀ ପଣ୍ଡା ଅସୁସ୍ଥ ଥିବାବେଳେ ସେ ବର୍ତ୍ତମାନ ସୁସ୍ଥ ହୋଇ ଫେରିଛନ୍ତି । ଆଉ ନିଜ ଅଭିନୟ ଯାଦୁୁରେ ଦର୍ଶକଙ୍କୁ କରିଛନ୍ତି ମତୁଆଲା ।

ଏମିତି କହିଲେ ରାଣୀ ପଣ୍ଡା :

ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଅଭିନିତ 'ରାଜଧାନୀର ରଜନୀଗନ୍ଧା' ଦେଖିବାକୁ ଦର୍ଶକଙ୍କ ବେଶ ଭିଡ ଜମୁଛି । ଏନେଇ ରାଣୀ ପଣ୍ଡାକହିଛନ୍ତି, "ଦର୍ଶକଙ୍କ ଭଲପାଇବା ଓ ଜଗନାଥଙ୍କ ଆଶୀର୍ବାଦରୁ ମୁଁ ସୁସ୍ଥ ହୋଇ ଫେରିଲି, ଆଉ ମଞ୍ଚରେ ନାଟକ କରିପାରିଲି । 90 ପ୍ରତିଶତ ସୁସ୍ଥ ହୋଇଯାଇଛି । ଦର୍ଶକ ଭଲ ପାଇବା ମୋ ପ୍ରତି କିପରି ଅଛି ତାହା ମୁଁ ନିଜେ ଅନୁଭବ କରିପାରୁଛି । ସେଥିପାଇଁ ମୋର ବି କିଛି କର୍ତ୍ତବ୍ୟ ରହିଛି । ଯେମିତି ପୂର୍ବରୁ ସାହାଯ୍ୟ ସହଯୋଗ କରୁଥିଲି ସେମିତି କରିବି । ଏଥିପାଇଁ ମୁଁ ଖାଦ୍ୟ ବାଣ୍ଟିବା ପାଇଁ ମଧ୍ୟ ବ୍ୟବସ୍ଥା କରିଛି।"

Actress Rani Panda (ETV bharat Odisha)

ଅସୁସ୍ଥ ଥିଲେ ରାଣୀ:

ଗତ କିଛି ଦିନ ତଳେ ରାଣୀ ପଣ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ପାଞ୍ଚ ଦିନର ଚିକିତ୍ସା ପରେ ସେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରୁ ଫେରି ନିଜର ପ୍ରତିକ୍ରିୟା ରଖି କହିଥିଲେ," ପ୍ରଭୁ ଜଗନ୍ନାଥ ଏତେ ନିଷ୍ଠୁର ନୁହନ୍ତି । ତାଙ୍କ କୃପା ଅଛି, ମୁଁ ଭଲ ହୋଇଯିବି । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଲୋକେ ଅନେକ ଅପପ୍ରଚାର କରୁଛନ୍ତି ଏବଂ ମୋର ପ୍ରଶଂସକମାନେ ବ୍ୟସ୍ତ ହୋଇପଡ଼ିଥିଲେ । ତେଣୁ ମୁଁ ବାଧ୍ୟ ହେଲି ଗଣମାଧ୍ୟମ ସାମ୍ନାକୁ ଆସିଲି । ମୋର ଏହି ଖରାପ ପରିସ୍ଥିତି ନିଜର କିଏ ପର ଓ ଆପଣାର କିଏ ମୋତେ ଚିହ୍ନାଇ ଦେଇଛି ।"

Actress Rani Panda (ETV bharat Odisha)

ଏହା ବି ପଢନ୍ତୁ...ଯାତ୍ରା କଳାକାର ରାନୀ ପଣ୍ଡା ଅସୁସ୍ଥ, ଜାଣନ୍ତୁ ତାଙ୍କର କ'ଣ ହୋଇଛି ?

ଏହା ବି ପଢନ୍ତୁ...ପ୍ରେମ ପରେ ପ୍ରତାରଣା ଅଭିଯୋଗ ଆଣିଲେ ଅଭିନେତ୍ରୀ ରାଣୀ ପଣ୍ଡା, ପୁରୁଷ ବନ୍ଧୁଙ୍କ ନାଁରେ ଦେଲେ ଏତଲା - Rani Panda Alleges Cheating

ଏହା ବି ପଢନ୍ତୁ...ଆଜିଠୁ ଖଣ୍ଡଗିରି ମେଳା, କାଲିଠୁ ଖାରବେଳ ମହୋତ୍ସବ - KHANDAGIRI MELA 2025

ଖଣ୍ଡଗିରିରେ ଚାଲିଛି ଯାତ୍ରା ମହାସମର:

ଗତକାଲିଠାରୁ (ଗୁରୁବାର) ଖଣ୍ଡିଗିର ମାଘମେଳାରେ ଆରମ୍ଭ ହୋଇଛି ଯାତ୍ରା ମହାସମର । ଯାତ୍ରା ମହାସମରରେ କିଏ ହେବ ୧ ନମ୍ବର ଏନେଇ କଳାକାରଙ୍କ ମେଳି ହୋଇଥିବାବେଳେ ଅଭିନେତା ଓ ଅଭିନେତ୍ରୀଙ୍କ ଦମଦାର ସଂଳାପ ଭାଙ୍ଗୁଛି ରାତିର ନିଦ । ରାତିର ଅନ୍ଧକାରକୁ ଚିରି ଖଣ୍ଡଗିରି ଅଞ୍ଚଳରେ ଶୁଣିବାକୁ ମିଳୁଛି ପାରିବାରିକ କାହାଣୀ ସାଙ୍ଗକୁ କିଛି ମନଛୁଆଁ ଡାଏଲଗ୍ | ହିରୋ-ହିରୋଇନଙ୍କ ଲଭ ସିନ୍ ଚରିତ୍ର ଅଭିନେତାଙ୍କ ହସ, କାନ୍ଦ ଓ କେମିଡିୟାନଙ୍କ କେମିଡିରେ ହସି ହସି ବେଦମ ହେଉଛନ୍ତି ଦର୍ଶକ । ପ୍ରଥମ ପର୍ଯ୍ୟାୟରେ ଯାତ୍ରା ମହାସମରରେ ଅପେରା ସୂର୍ଯ୍ୟ ମନ୍ଦିର, ପୃଥ୍ବୀରାଜ, ଶିବାନୀ ଓ ଯାତ୍ରାଶ୍ରୀ ବିଶ୍ବ ଦରାବାରମୈଦାନକୁ ଓହ୍ଲାଇଛନ୍ତି । ପୀୟୁଷ ତ୍ରିପାଠୀ, ରାଣୀ ପଣ୍ଡା, ସଞ୍ଜୟ ଭୋଳ, ଟାହିଆ, ଗୌର ଦାଶ, କାବେରୀ, ମାମା ଓ କାଳୀଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ କରୁଛି ବିଭୋର । ଆଉ ଏହି ଯାତ୍ରା ମହାକୁମ୍ଭରେ ଏଥର ରାଜଧାନୀରେ ହାଇଦର ବନାମ ରଜନୀଗନ୍ଧା ।

Actress Rani Panda (ETV bharat Odisha)

ରାଜଧାନୀର ରାଜନୀଗନ୍ଧାରେ ବାଇ ଚରିତ୍ରରେ ରାଣୀପଣ୍ଡା :
ଦୁଃଖ ,ସୁଖ, ସଂଘର୍ଷ ଓ ପରିବାରର ଅକୁହା କାହାଣୀକୁ ଦର୍ଶକଙ୍କୁ ଭେଟି ଦେଇଥିବା ବେଳେ, ସୁସ୍ଥ ହୋଇ ଫେରିବା ପରେ ରାଣୀ ପଣ୍ଡାଙ୍କୁୁ ପେଣ୍ଡାଲରେ ଅଭିନୟ କରୁଥିବା ଦେଖି ଖୁସି ହୋଇଥିଲେ ଦର୍ଶକ। ରାଣୀଙ୍କ ଆଗମନରେ ଦର୍ଶକଙ୍କ ତାଳିରେ କମ୍ପିଥିଲା ମଞ୍ଚ । " ସୁସ୍ଥ ହୋଇ ଯାତ୍ରାମଞ୍ଚକୁ ଫେରିଥିବା ବେଳେ, ଦର୍ଶକଙ୍କ ଭଲପାଇବା ଓ ଜଗନ୍ନାଥଙ୍କ ଆଶୀର୍ବାଦରୁ ସୁସ୍ଥ ହୋଇ ଫେରିଲି ଆଉ ମଞ୍ଚରେ ନାଟକ କରିପାରିଲି" ବୋଲି କହିଛନ୍ତି ରାଣୀ ପଣ୍ଡା । ସେ କହିଛନ୍ତି "ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦରେ ସେ ସୁସ୍ଥ ହୋଇ ଫେରିଛନ୍ତି । ମଞ୍ଚରେ ସବୁ ଦର୍ଶକଙ୍କୁ ମୁଣ୍ଡିଆ ମାରି ଯାତ୍ରା ଆରମ୍ଭ କରିଥିବା ବେଳେ ମୋ ଅଭିନୟ ମାଧ୍ୟମରେ ପୁଣି ଥରେ ଓଡିଶାବାସୀଙ୍କ ମନ ଜିଣିବି ।" ତେଣୁ ସମସ୍ତଙ୍କୁ ଅନୁରୋଧ ନୂଆ ନାଟକ ନୂଆ ସମ୍ଭାବନାକୁ ନେଇ ମୁଁ ମଞ୍ଚକୁ ଓହ୍ଲାଇଥିବା ବେଳେ ମୋ ନାଟକ ଦେଖି ମତାମତ ଦେବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ରାଣୀ । ରାଣୀ ଆହୁରି ମଧ୍ୟ କହିଛନ୍ତି " ବିଭିନ୍ନ ବିବାଦ ସତ୍ତ୍ବେ ୩ ବର୍ଷ ହେବ ଖଣ୍ଡଗିରିରେ ମୋତେ ଦର୍ଶକଙ୍କ ଭଲ ପାଇବା ପାଇଁ ମଞ୍ଚ ମିଳିଛି । ଏହାହିଁ ମୋ ପାଇଁ ବଡ ଖୁସି କାରଣ । ମୋ ଅଭିନୟ ହିଁ ମୋତେ ସମସ୍ତଙ୍କ ନିକଟତର କରିବାର ଖୋରାକ ଯୋଗାଇଛି । "

Khandagiri Yatra (ETV bharat Odisha)


ଖଣ୍ଡଗିରି ଯାତ୍ରା ମହୋତ୍ସବରେ ପ୍ରଥମ ପର୍ଯ୍ୟାୟରେ ୬ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିବାକୁ ଥିବା ବେଳେ, ଆଉ ୩ ପାର୍ଟି ମଇଦାନକୁ ଓହ୍ଲାଇେବେ । ଅଶୀଳ୍ଳ ନୃତ୍ୟ ବନ୍ଦ ନେଇ ପ୍ରଶାସନ ଓ କମିଟି ନିଷ୍ପତ୍ତି ନେଇଛନ୍ତି । ସ୍ବଚ୍ଛତା ଏବଂ ସୁରକ୍ଷା ନେଇ ବିଏମସି ଏବଂ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Actor Piyush (ETV bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details