ମୁମ୍ବାଇ:ଆଉ ଏକ ଫିଲ୍ମରେ ନଜର ଆସିବେ 'ଦ କେରଳ ଷ୍ଟୋରୀ'ର ଅଭିନେତ୍ରୀ ଅଦା ଶର୍ମା । ନିଜର ଅପ କମିଂ ୱେବ ସିରିଜ 'ସନ ଫ୍ଲାୱାର-୨'କୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଦା । ଏହାରି ଭିତରେ ଅଭିନେତ୍ରୀ ଫିଲ୍ମ ପୋଷ୍ଟର ପ୍ରଥମ ଲୁକ୍ ସେୟାର କରିଛନ୍ତି । ସୂଚନା ଅନୁସାରେ, ସେ ଏକ ଭୟଙ୍କର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । 'ସନ ଫ୍ଲାୱାର-୨'ର ନିର୍ମାତା ବିକାଶ ବହଲ ଥିବାବେଳେ ଏହାକୁ ନିର୍ଦ୍ଦେଶନା ଦେିଛନ୍ତି ନବୀନ ଗୁଜରାଲ । ତେବେ ଅଦା ଶର୍ମାଙ୍କ ସହ ସୁନିଲ ଗ୍ରୋଭର ପ୍ରମୁଖ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି ।
ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମରେ ପ୍ରଥମ ଲୁକ ସେୟାର କରିବା ସହ ଅଦା ଲେଖିଛନ୍ତି, "ନକ୍ ନକ୍ କୌନ ହୈ ? ରୋଜି..ସନ ଫ୍ଲାୱାର-୨ରେ ରୋଜିର ଜଲୱା ଦେଖନ୍ତୁ ।" ଓଟିଟି ପ୍ଲାଟଫର୍ମ ଜି-୫ରେ ରିଲିଜ ହେବାକୁ ଯାଉଛି ଅଦା ଶର୍ମାଙ୍କ ଅଭିନୀତ 'ସନ ଫ୍ଲାୱାର-୨' । ଏଥିରେ ସୁନିଲ ଗ୍ରୋଭରଙ୍କ ସମେତ ଆଶିଷ ବିଦ୍ୟାର୍ଥୀ, ରଣବୀର ଶୌରୀ, ମୁକୁଲ ଚଢା ଏବଂ ଗିରିଶ କୁଲକର୍ଣ୍ଣୀ ମଧ୍ୟ ନଜର ଆସିବେ ।
ଏହା ମଧ୍ୟ ପଢନ୍ତୁ...ଖିଲାଡ଼ି କୁମାରଙ୍କ ଗୀତ 'ଶମ୍ଭୁ' ଟିଜର ଆଉଟ୍, ଜାଣନ୍ତୁ କେବେ ହେବ ରିଲିଜ