ହାଇଦ୍ରାବାଦ:କାଲିଫର୍ଣ୍ଣିଆରେ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଓସ୍କାର ପୁରସ୍କାର ଉପରେ ପ୍ରଭାବ ପଡିଛି । ଚଳିତ ବର୍ଷର ଓସ୍କାର ନୋମିନେସନ ଘୋଷଣା ପୁଣି ଥରେ ଘୁଞ୍ଚିଛି । ଏହା ଗୋଟିଏ ସପ୍ତାହ ବିଳମ୍ବ ହୋଇଛି । ଏକାଡେମୀ ଅଫ୍ ମୋସନ୍ ପିକଚର୍ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ସୋମବାର କହିଛି ଯେ ଏବେ ନାମାଙ୍କନଗୁଡ଼ିକ ଜାନୁଆରୀ 23ରେ ଘୋଷଣା କରାଯିବ । ପୂର୍ବରୁ ଏହି ତାରିଖ ୧୯ ଜାନୁଆରୀରେ ହେବାର ଥିଲା ।
ସୋମବାର ଏକାଡେମୀ ଅଫ୍ ମୋସନ୍ ପିକଚର୍ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଏକ ବିବୃତ୍ତି ଜାରି କରି ଓସ୍କାର ମନୋନୟନକୁ ସ୍ଥଗିତ ରଖିବା ଏବଂ ନୂତନ ତାରିଖ ଘୋଷଣା କରିଛି । ଏକାଡେମୀର ସିଇଓ ବିଲ୍ କ୍ରାମର ଏବଂ ଏକାଡେମୀର ସଭାପତି ଜେନେଟ୍ ୟଙ୍ଗ ବିବୃତ୍ତିରେ କହିଛନ୍ତି, " ଅଗ୍ନିକାଣ୍ଡର ପ୍ରଭାବ ଯୋଗୁଁ ଆମ ସମ୍ପ୍ରଦାୟର ଅନେକ ଲୋକଙ୍କ ହୋଇଥିବା ଗଭୀର କ୍ଷତିରେ ଆମେ ସମସ୍ତେ ସ୍ତବ୍ଧ ।" ଚଳଚ୍ଚିତ୍ର ଶିଳ୍ପ ମଧ୍ୟରେ ଏକତାର ଏକ ଶକ୍ତି ରହିଛି ଏବଂ ଆମେ ଅସୁବିଧାର ସମ୍ମୁଖୀନ ହେଲେ ଏକାଠି ଠିଆ ହେବାକୁ ପ୍ରତିବଦ୍ଧ । ଅଗ୍ନିକାଣ୍ଡ ଯୋଗୁଁ ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏକାଡେମୀ ନାମାଙ୍କନ ଭୋଟିଂ ଅବଧିକୁ ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରିଛି ।
ଏହା ମଧ୍ୟ ପଢନ୍ତୁ:ନିଆଁ ଆଁରେ ଲସ ଏଞ୍ଜେଲସ, ଏପରି ସଚେତନ କଲେ ସବ୍ୟସାଚୀ